ଆର୍‌ ସି ପ୍ଲାଷ୍ଟୋର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୧୪।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ପାଣିଟାଙ୍କି ଓ ପାଇପ ନିର୍ମାତା ଆର୍‌ ସି ପ୍ଲାଷ୍ଟୋ ଟ୍ୟାଙ୍କସ ଆଣ୍ଡ ପାଇପ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନିକଟରେ ଏକ ବିଶ୍ୱସ୍ତରୀୟ ମାନତ୍ୟ ହାସଲ କରିଛି। ଏପରିକି କମ୍ପାନୀର ନାଗପୁରସ୍ଥିତ ହିଙ୍ଗ୍‌ନା ଉତ୍ପାଦନ କେନ୍ଦ୍ର ଶତ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର କରୁଥିବା ସର୍ବବୃହତ୍‌ ଏକକ ସ୍ଥାନ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।

ଅପରପକ୍ଷରେ କମ୍ପାନୀର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବ୍ରାଣ୍ଡ୍‌ ନୂଆ ମାଇଲଖୁଣ୍ଟ ହାସଲ କରିଥିବାବେଳେ ମାସିକ ୨୦ କୋଟି ଲିଟର କ୍ଷମତାର ପାଣିଟାଙ୍କି ଉତ୍ପାଦନ କରୁଥିବା ବିଶ୍ୱର ସର୍ବବୃହତ୍‌ ଏକକ ସ୍ଥାନ ପାଣିଟାଙ୍କି ଉତ୍ପାଦନ କେନ୍ଦ୍ରର ମାନ୍ୟତା ପାଇଛି। ସେହିଭଳି ମହାରାଷ୍ଟ୍ର ନନ୍ଦୁରବାରର ୫୨ଏକର ପରିବ୍ୟାପ୍ତ ଅଞ୍ଚଳରେ ରହିଥିବା ବ୍ରାଣ୍ଡ୍‌ର ଏହି ୟୁନିଟ୍‌ ୨ଟି ପବନ କଳରୁ ଉତ୍ପନ୍ନ ଅକ୍ଷୟ ଶକ୍ତି ଦ୍ୱାରା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛି। ଏପରିକି ପ୍ରତି ପବନକଳରୁ ବାର୍ଷିକ କ୍ଷମତା ୨.୧ ମେଗାଓ୍ବାଟ୍‌ ରହିଛି।

ସେହିପରି ୨୦୨୪ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୭୩,୦୭,୯୮୮ ୟୁନିଟ୍‌ ଶକ୍ତି ଉତ୍ପନ୍ନ କରାଯାଇଛି। ଏପରିକି ବ୍ରାଣ୍ଡ୍‌ ଶତ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର ସହ ଜୀବାଶ୍ନ ଇନ୍ଧନ ଉପରୁ ନିର୍ଭରଶୀଳ ହ୍ରାସ ସହ ଅନ୍ୟ ଶିଳ୍ପଗୁଡିକ ପାଇଁ ମଧ୍ୟ ଏକ ମାନଦଣ୍ଡ ସ୍ଥିର କରିପାରିଛି। ଉଲ୍ଲେଖଯୋଗ୍ୟ, ବଜାରରେ ଆର୍‌ ସି ପ୍ଲାଷ୍ଟୋର ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ବାଇକକୁ ଧକ୍କା ଦେଲା ବୋଲେରୋ: ଚାଲିଗଲା ୨ ଜଣଙ୍କ ଜୀବନ

ଜୟପୁର,୨୩।୩(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ ଗାଡି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri