ଅନଲାଇନ୍‌ କାରବାରରେ ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୨୨।୭: ବର୍ତ୍ତମାନ ସବୁବର୍ଗର ଗ୍ରାହକ ଅନ୍‌ଲାଇନ ପ୍ଲାଟଫର୍ମରେ କାରବାର କରିବାକୁ ପସନ୍ଦ କରୁଥିଲାବେଳେ ପ୍ଲାଟଫର୍ମର ଚାହିଦା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଆମାଜନ ପ୍ରାଇମ ଡେ-୨୦୨୫ ସେଲରେ ଏକ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଫଳରେ ଉପଭୋକ୍ତ ପ୍ରତି ମିନିଟ୍‌ରେ ୧୮,୦୦୦ ଅର୍ଡର ଅନଲାଇନ ପ୍ଲାଟଫର୍ମରେ କରି ଏକ ନୂଆ ମାଇଲଷ୍ଟୋନ ତିଆରି କରିଛନ୍ତି। ଏହି ଅର୍ଡର ସହରାଞ୍ଚଳ ଅପେକ୍ଷା ଟାୟାର-୨ ସହରଗୁଡିକରେ ଦେଖିବାକୁ ମିଳିଛି। ସେହିଭଳି ଏହି ସେଲର ଅବଧି ମଧ୍ୟରେ ଆମାଜନ ଫ୍ରେସ ସର୍ବାଧିକ ୯୦% ଅର୍ଡର ଟାୟାର-୨ ସହରରୁ ଗ୍ରହଣ କରିଥିଲାବେଳେ ସେଥିମଧ୍ୟରୁ ୭୦% ଅର୍ଡର ଅତ୍ୟାବଶ୍ୟକ ସାମଗ୍ରୀର ଚିଠା ରହିଥିଲା। ଏହି ଅର୍ଡର ଦେଶର ପ୍ରମୁଖ ସହରର ଟାୟାର ୨ଓ ୩ ବଜାରରେ ହୋଇଥିଲା ବୋଲି ପ୍ଲାଟଫର୍ମ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିପରି ଏହି ସେଲ ସମସ୍ତ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ ହାସଲ ସହ ଅନଲାଇନ କାରବାରରେ ନୂଆ ମାଇଲଷ୍ଟୋନ ହାସଲ କରିଛି। ୨୦୨୪ରେ ଏହି ସେଲ ୫୦% ପାରକରିଥିଲାବେଳେ ୭୦% ଗ୍ରାହକ ଏହି ସେଲରେ ସାମିଲ ଥିଲେ। ବର୍ତ୍ତମାନ ସମୟରେ ପ୍ଲାଟଫର୍ମର ନେଟଓ୍ବର୍କ ବୃଦ୍ଧି ସହ ଡେଲିଭରି ଓ ପହଞ୍ଚଯୋଗ୍ୟ ସେବାର ସମ୍ପ୍ରସାରଣ ଯୋଗୁ ଅର୍ଡରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଫଳରେ ବାର୍ଷିକଭିତ୍ତିରେ ଏହି ଅର୍ଡର ବୃଦ୍ଧି ପାଇ ୮୦%ରେ ପହଞ୍ଚତ୍ଛି। ଅପରପକ୍ଷରେ ପ୍ଲାଟଫର୍ମର ପ୍ରାଇମ ମେମ୍ବରମାନେ ଅଧିକ ସୁବିଧା ଓ ରିହାତି ପାଇପାରିଥିବାରୁ କାରବାର ପ୍ରାୟ ୨ ଗୁଣା ବୃଦ୍ଧି ଘଟିଛି। ପ୍ଲାଟଫର୍ମର ସମସ୍ତ ସେବାକୁ ସମ୍ପ୍ରସାରଣ କରାଯାଇଛି। ଏ ନେଇ ପ୍ଲାଟଫର୍ମ ପ୍ରାୟ ୨୦୦୦ କୋଟି ଟଙ୍କା ନିକଟରେ ନିବେଶ କରିଥିଲା ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri