Categories: ବାଣିଜ୍ୟ

ଆଜିଠୁ ଜୀ-ସାର୍ଥକରେ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’

ଭୁବନେଶ୍ୱର,୨।୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଘରୋଇ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷରୁ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାରଠାରୁ ଏହି ମେଗା ଧାରାବାହିକ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି। ବିଶେଷକରି ଏକ ଭିନ୍ନ ଧରଣର ବିଷୟବସ୍ତୁକୁ ନେଇ ଉକ୍ତ ଧାରାବାହିକଟି ପ୍ରସ୍ତୁତ କରାଯାଇଛି। ସେହିଭଳି ପ୍ରତିଶୋଧର ଏକ ନୂଆ କାହାଣୀକୁ ସୁନ୍ଦର ଭାବେ ରଚନା ଓ ବର୍ଣ୍ଣନା କରାଯାଇ ‘ମୁଁ ବି ବିଜୟିନୀ’ ଧାରାବାହିକରେ ପ୍ରସାରଣ କରାଯାଉଛି ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

ଏପରିକି ଉକ୍ତ କାହାଣୀରେ ଅନେକ ମୋଡ଼ ରହିଛି, ପ୍ରତ୍ୟେକ ମୁହୂର୍ତ୍ତରେ କିଛିନା କିଛି ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ ମୋଡ଼ ଆସୁଛି, ଯାହା ‘ମୁଁ ବି ବିଜୟିନୀ’କୁ ଆହୁରି ରୋମାଞ୍ଚ ଓ ରୁଚିପୂର୍ଣ୍ଣ କରିଦେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଧାରାବାହିକରେ ବୈଭବ ଚରିତ୍ରରେ ଆକାଶ ଓ କାହ୍ନା ଚରିତ୍ରରେ ବିଜୟ ଅଭିନୟ କରିଥିବା ବେଳେ ନାୟିକା ସୁଶ୍ରୀ ଚରିତ୍ରରେ ଦେବିକା ଓ ସିମ୍ରନ ଚରିତ୍ରରେ ରାଧିକା ଅଭିନୟର ଭାର ସମ୍ଭାଳିଛନ୍ତି।

ଉକ୍ତ ଧାରାବାହିକରେ କିଏ କାହା ପାଇଁ ଗଢ଼ା ହୋଇଛି, କିଏ କାହା ସହିତ ସମ୍ପର୍କରେ ରହିବ, ବୈଭବ ସହ ରାଧିକା ନା ଦେବିକା ସହ କ୍ରିଷ୍ଣା ଏହା ହିଁ କାହାଣୀର ଅନ୍ୟତମ ମୁଖ୍ୟ ରହସ୍ୟ ବୋଲି ପ୍ରଯୋଜନ ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିଭଳି ଅଭିନେତ୍ରୀ ଦୀପିକା ତ୍ରିପାଠୀ ମଧ୍ୟ ଉକ୍ତ ଧାରାବାହିକରେ ଏକ ବଳିଷ୍ଠ ଭୂମିକାରେ ଅଭିନୟ କରିଛନ୍ତି। ଏପରିକି ଉକ୍ତ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ତଥା ନୂତନ କଥାବସ୍ତୁକୁ ନେଇ ପ୍ରସାରିତ ହେବାକୁ ଯାଉଛି। ଏହି ମେଗା ଧାରାବାହିକଟି ଜାନୁୟାରୀ ୨ରୁ ପ୍ରତି ସୋମବାରରୁ ଶନିବାର ସା ୬ଟା ୩୦ରେ ଜୀ-ସାର୍ଥକରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

Share