Categories: ବାଣିଜ୍ୟ

ନୂଆ ବର୍ଷରେ ନୂଆ ମେଗା ଧାରାବାହିକ ‘ଖୁସିର ଛୁଙ୍କ୍‌’

ଭୁବନେଶ୍ୱର,୨୭।୧୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆ ବର୍ଷରେ ନୂଆ ମେଗା ଧାରାବାହିକ ‘ଖୁସିର ଛୁଙ୍କ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆସନ୍ତା ଜାନୁୟାରୀ ୨ରୁ ନୂଆ ବର୍ଷରୁ ନୂଆ ଆରମ୍ଭ ସହ ଏକ ନୂତନ କାହାଣୀ ‘ଖୁସିର ଛୁଙ୍କ୍‌’ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି।
ଉଲ୍ଲେଖଯୋଗ୍ୟ ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲ୍‌ବୁଲି ଝିଅ ଖୁସି କିଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ଏକ କ୍ଲାଉଡ କିଚେନ୍‌ କରିବା ପାଇଁ ସ୍ବପ୍ନ ଦେଖୁଛି, ହେଲେ ସେହି ସ୍ବପ୍ନକୁ ପୂରା କରିବା ପାଇଁ ଖୁସି ଚେଷ୍ଟା କରୁଥିବା ବେଳେ କରନ ସହ ତା’ର ଦେଖାହୋଇଛି। ଏପରିକି ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖୁଥିବା କରନ ମଧ୍ୟ ତା’ର (କରନ) ସ୍ବପ୍ନ ପୂରା କରିବା ପାଇଁ ପ୍ରୟାସ କରୁଛି। ଉଭୟେ କିପରି ଭାବେ ଉଭୟଙ୍କର ସ୍ବପ୍ନକୁ ପୂରା କରୁଛନ୍ତି ଏବଂ ସ୍ବପ୍ନ ପୂରା କରିବା ବାଟରେ ଉଭୟ କ’ଣ ସବୁ ସମସ୍ୟାର ସାମ୍ନା କରୁଛନ୍ତି, ତାକୁ ନେଇ ଉକ୍ତ କାହାଣୀ( ଖୁସିର ଛୁଙ୍କ୍‌)ଟି ଗତିଶୀଳ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ତଥା ନୂତନ କଥାବସ୍ତୁକୁ ନେଇ ପ୍ରସାରିତ ହେବାକୁ ଥିବା ‘ଖୁସିର ଛୁଙ୍କ୍‌’ ଧାରାବାହିକଟି ଆଗାମୀ ଜାନୁୟାରୀ ୨ରୁ ପ୍ରତି ସୋମବାରରୁ ଶନିବାର ରାତି ୯ଟାରେ ଜୀ-ସାର୍ଥକରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

Share