ଓଡ଼ିଶା ବଜାରରେ ନୂଆ ମହିନ୍ଦ୍ରା ଥାର୍‌

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ‘ଥାର୍‌’ ମଡେଲ ପ୍ରବେଶ କରାଯାଇଛି। ସ୍ଥାନୀୟ ଉତ୍କଳ ଅଟୋମୋବାଇଲ ଶୋ’ରୁମ୍‌ଠାରେ ନିର୍ଦ୍ଦେଶକ ସୌନକ ପାରେକ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଏସ୍‌ଏମ୍‌ ମନୋଜ ମହାପାତ୍ର ନୂଆ ଯାନଟିକୁ ଉନ୍ମୋଚନ କରିଥିଲେ। ମହିନ୍ଦ୍ରା ଗ୍ରୁପ୍‌ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ଏସ୍‌ୟୁଭି ମଡେଲଟିକୁ ବଜାରକୁ ଛଡାଯାଇଛି। ଏହା ଏଏକ୍ସ ଏବଂ ଏଲ୍‌ଏକ୍ସ ଭଳି ୨ଟି ଟ୍ରିମରେ ଉପଲବ୍ଧ ହେଉଛି। ଏହାର ଏକ୍ସଶୋ’ରୁମ୍‌ ବଜାର ଦର ୯.୮୦ ଲକ୍ଷ ଟଙ୍କାରୁ ୧୨.୪୯ ଲକ୍ଷ ଟଙ୍କା ରହିଛି। ଯାନଟିରେ ଗ୍ରାହକ ସଦ୍ୟତମ ଷ୍ଟାଇଲ, ପରଫରମାନ୍ସ, ଆରାମ, ଟେକ୍ନୋଲୋଜି ଏବଂ ନିରାପତ୍ତା ଲାଭ କରିପାରିବେ। ମହିନ୍ଦ୍ରାର ଗୌରବମୟ ଇତିହାସକୁ ବଜାୟ ରଖି ନୂଆ ଥାର ବଜାରକୁ ଆସିଥିବା ପାରେଖ ଏହି ଅବସରରେ ସୂଚନା ଦେଇଛନ୍ତି। ଅଫ୍‌ ରୋଡ୍‌ ଡ୍ରାଇଭିଂ ଅଭିଜ୍ଞତାକୁ ଉନ୍ନତ କରିବା ସହ ନୂଆ ଏବଂ କମ୍ପାନୀ ସହ ଥିବା ଗ୍ରାହକଙ୍କ ମନ ଜିଣିବାରେ ଏହା ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏହି ମଡେଲ ଭାରତ ବଜାରରେ ପ୍ରବେଶ କରିଥିବା ବେଳେ ଏହା ବିଏସ୍‌-୬ ଇଞ୍ଜିନ ସହ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ନିର୍ବାଚନୀ ପ୍ରତିଶ୍ରୁତି; ଅର୍ଥନୀତିକୁ ମିଳିବ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଖୁବଶୀଘ୍ର ଦ୍ୱିତୀୟ କାର୍ଯ୍ୟକାଳ ସମ୍ଭାଳିବାକୁ ଯାଉଛିି। ନୂଆ ସରକାର ଗଠନ ପରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି...

ଅଟୋଶିଳ୍ପ ମାନ୍ଦାବସ୍ଥାର ତଜର୍ମା ହେବ

ନୂଆଦିଲ୍ଲୀ,୨-୧୧: ଦେଶର ଅଟୋମୋବାଇଲ ଶିଳ୍ପରେ ଆସିଥିବା ମାନ୍ଦାବସ୍ଥାର ତଜର୍ମା ଶିଳ୍ପ ସଂକ୍ରାନ୍ତ ସଂସଦୀୟ କମିଟି କରିବ। ଏହି ଶିଳ୍ପରେ ସ୍ଥିତାବସ୍ଥା ଲାଗି ସରକାର କିଭଳି ବ୍ୟବସ୍ଥା...

ଖାଉଟି ସର୍ଭେ ଡାଟା ପ୍ରକାଶ କରିବାକୁ ଚିଠି ଲେଖିଲେ ୨୦୦ ସ୍କଲାର

ମୁମ୍ବାଇ,୨୨-୧୧: ଖାଉଟି ଖର୍ଚ୍ଚ ସର୍ଭେ ଡାଟାକୁ ପ୍ରକାଶ କରିବାକୁ ସରକାରଙ୍କୁ ୨୦୦ ସ୍କଲାର ଚିଠି ଲେଖିଛନ୍ତି। ଡାଟା ଗୁଣବତ୍ତାରେ ଅସୁବିଧା ରହିଥିବାରୁ ୨୦୧୭-୧୮ର ଡାଟା ପ୍ରକାଶ...

ରାଜ୍ୟଗୁଡ଼ିକର ଋଣ ୯୧%କୁ ବୃଦ୍ଧି

ମୁମ୍ବାଇ,୨୬-୫: ଆର୍ଥିକ ବର୍ଷ ୨୦୧୮-୧୯ରେ ନିଜର ବିତ୍ତୀୟ ନିଅଣ୍ଟକୁ କମାଇବାକୁ ଯାଇ ରାଜ୍ୟଗୁଡ଼ିକର ବଜାର ଋଣ ୯୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କେୟାର ରେଟିଙ୍ଗ୍‌ସର ରିପୋର୍ଟରେ...

ଆଜି ଛାତ୍ରୀଛାତ୍ରଙ୍କ ସହ ସୁପର-୩୦ ଦେଖିବେ ଆନନ୍ଦ କୁମାର

ଭୁବନେଶ୍ୱର, ୨୧-୭: ସୁପର-୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର ରାଜ୍ୟର ଛାତ୍ରୀଛାତ୍ରଙ୍କ ସହ ଏହି ଚଳଚ୍ଚିତ୍ରକୁ ଦେଖିବେ। ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରତିଷ୍ଠାତା, ଆକାଶ ଭୁବନେଶ୍ୱର...

କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଏଏଆଇ, ସିଆଇଆଇର ନିବେଦନ

କଲିକତା,୧୫-୫: ଫନୀ ଦ୍ୱାରା ପୁରୀ,ଖୋର୍ଦ୍ଧା,କଟକ ସମେତ ରାଜ୍ୟର ୧୪ଟି ଜିଲାର ୧୫୯ ବ୍ଳକ, ୧୮୧୬୮ ଗ୍ରାମ, ୫୨ଟି ସହରାଞ୍ଚଳ ଏବଂ ୧.୬୫ କୋଟି ଜନସାଧାରଣ ପ୍ରଭାବିତ...

ୟୁକ୍ରେନରେ ଡାକ୍ତରୀ ଶିକ୍ଷାର ସୁଯୋଗ

ଭୁବନେଶ୍ୱର,୧୦-୬(ବ୍ୟୁରୋ): ଗ୍ଲୋବାଲ ଫୋକସ୍‌ ଏଜୁକେଶନ ଗ୍ରୁପ ପକ୍ଷରୁ ୟୁକ୍ରେନରେ ଏମ୍‌ବିବିଏସ୍‌ ଶିକ୍ଷା ଶୀର୍ଷକ ଏକ ସେମିନାର ସ୍ଥାନୀୟ ଏକ ହୋଟେଲରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ...

ଦଲାଲ ଷ୍ଟ୍ରିଟକୁ କରୋନା ଝଟକା

ମୁମ୍ବାଇ,୨୯-୨: କରୋନା ଭାଇରସର ପ୍ରଭାବ ବିଶ୍ୱ ବଜାରରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଦେଶର ଦଲାଲ ଷ୍ଟ୍ରିଟର ପୁଞ୍ଜି ବଜାରକୁ କରୋନା ଭାଇରସ...

Coronavirus Update

Archives

Model This Week

Why Dharitri