ପୁରୁଣା ଜିନ୍ସର ନୂଆ ଲୁକ୍‌

ଜିନ୍ସ ପୁରୁଣା ହୋଇଗଲେ ଅନେକେ ଏହାକୁ ଅଦରକାରୀ ଭାବି ଫୋପାଡି ଦେଇଥାନ୍ତି। କିନ୍ତୁ ସାମାନ୍ୟ ବୁଦ୍ଧି ଖଟାଇ ପାରିଲେ ଏହି ପୁରୁଣା ଜିନ୍ସକୁ ବି ପୁନର୍ବାର ବ୍ୟବହାର ଉପଯୋଗୀ କରିହେବ। ତେବେ ପୁରୁଣା ଜିନ୍ସକୁ କେମିତି ନୂଆ ଲୁକ୍‌ ଦେଇହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଶଟର୍‌ସ: ଜିନ୍ସ ପ୍ୟାଣ୍ଟ ଯଦି ପୁରୁଣା ହୋଇଯାଇଥାଏ, ତା’ହେଲେ ଏହାକୁ କାଟି ଶଟର୍‌ସ ତିଆରି କରି ବି ପିନ୍ଧି ହୋଇପାରିବ। ଆଉ ଜିନ୍ସର ଏହି ଶଟର୍‌ସ ମଧ୍ୟ ଦେଖିବାକୁ ଖୁବ୍‌ ମଡର୍ନ ଲାଗିବ।

ବ୍ୟାଗ୍‌: ପୁରୁଣା ଜିନ୍ସ ପ୍ୟାଣ୍ଟରୁ ବିଭିନ୍ନ ଷ୍ଟାଇଲ୍‌ର ବ୍ୟାଗ୍‌ ବି ତିଆରି କରିହେବ। ସବୁଠୁ ବଡ଼ କଥା ହେଉଛି ଜିନ୍ସରେ ତିଆରି ବ୍ୟାଗ୍‌ଗୁଡ଼ିକ ବହୁତ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ।

ନାପକିନ୍‌: ମାର୍କେଟ୍‌ରେ ବିଭିନ୍ନ ଡିଜାଇନ୍‌ର ଏବଂ କଲର୍‌ର ନାପକିନ୍‌ ମିଳିଥାଏ। କିନ୍ତୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। କିନ୍ତୁ ଯଦି ଘରେ ପୁରୁଣା ଜିନ୍ସ ପ୍ୟାଣ୍ଟ ଅଛି, ତା’ହେଲେ ଏଥିରୁ ବି ଯେ କୌଣସି ସାଇଜ୍‌ର ନାପକିନ୍‌ ତିଆରି କରି ବ୍ୟବହାର କରିହେବ।

ଜିନ୍ସ ପକେଟ୍‌ ପ୍ଲେସ୍‌ମେଣ୍ଟ: ଏଥିପାଇଁ କେବଳ ଜିନ୍ସ ପ୍ୟାଣ୍ଟର ପକେଟ୍‌ କାଟିବା ଆବଶ୍ୟକ ହୋଇଥାଏ। ଏହି ପକେଟ୍‌ ପ୍ଲେସ୍‌ମେଣ୍ଟ ଭିତରେ ପେନ୍‌, ପେନ୍‌ସିଲ୍‌ ହେଉ ଅବା ଅନ୍ୟ ଯେ କୌଣସି ଛୋଟ ଛୋଟ ଜିନିଷକୁ ଆରାମରେ ସାଇତି ରଖାଯାଇପାରେ।

କୋଷ୍ଟର୍ସ: ଟେବୁଲ୍‌ ଉପରେ ପାଣିଗ୍ଲାସ ହେଉ ଅବା ଚା’ କିମ୍ବା କଫି କପ୍‌ ଥୋଇଲାବେଳେ ଦାଗରୁ ରକ୍ଷା ପାଇବା ପାଇଁ ଗ୍ଲାସ ଓ କପ୍‌ ତଳେ କୋଷ୍ଟର୍ସର ବ୍ୟବହାର କରାଯାଇଥାଏ। ଅତି ସହଜ ଉପାୟରେ ପୁରୁଣା ଜିନ୍ସରୁ ବି କୋଷ୍ଟର୍ସ ତିଆରି କରିହେବ। ଗୋଟିଏ ଜିନ୍ସ ପ୍ୟାଣ୍ଟରୁ ଅନେକ କୋଷ୍ଟର୍ସ ତିଆରି ହୋଇପାରିବ।

କ୍ୟାଶ୍‌ କଭର୍‌: ଟଙ୍କା ରଖିବା ପାଇଁ ପୁରୁଣା ଜିନ୍ସ ପ୍ୟାଣ୍ଟକୁ କାଟି ଏଥିରେ ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର କ୍ୟାଶ୍‌ କଭର୍‌ ତିଆରି କରିହେବ।

ନୋଟ୍‌ବୁକ୍‌: ପୁରୁଣା ଡେନିମ୍‌ ଜିନ୍ସକୁ ନୋଟ୍‌ବୁକ୍‌ କଭର୍‌ର ରୂପ ମଧ୍ୟ ଦେଇହେବ। ଆକର୍ଷଣୀୟ ଲାଗିବା ପାଇଁ ଏହି କଭର୍‌ ଉପରେ ବିଭିନ୍ନ ଡିଜାଇନ୍‌ ବି କରିହେବ।

ଫ୍ଲୋର୍‌ ମ୍ୟାଟ୍‌: ଜିନ୍ସରେ ତିଆରି ଫ୍ଲୋର୍‌ ମ୍ୟାଟ୍‌ ଘରକୁ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ଆବଶ୍ୟକ ପଡ଼ିଲେ ପୁରୁଣା ଜିନ୍ସ ପ୍ୟାଣ୍ଟର ଅନେକ ଛୋଟ ଛୋଟ ଟୁକୁଡ଼ାକୁ ଯୋଡି ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଫ୍ଲୋର୍‌ ମ୍ୟାଟ୍‌ ତିଆରି କରିହେବ।

ବୁକ୍‌ମାର୍କ: ପୁରୁଣା ଜିନ୍ସ ପ୍ୟାଣ୍ଟରୁ ବିଭିନ୍ନ ଡିଜାଇନ୍‌ର ବୁକ୍‌ମାର୍କ ତିଆରି କରି ତାକୁ ବ୍ୟବହାର ମଧ୍ୟ କରିହେବ। ବିଶେଷକରି ଜିନ୍ସରୁ ତିଆରି ହାର୍ଟ ଶେପ୍‌, ସ୍କୋୟାର୍‌ ଶେପ୍‌, ରାଉଣ୍ଡ ଶେପ୍‌ର ବୁକ୍‌ମାର୍କ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଇୟର ରିଙ୍ଗ୍ସ ଓ ନେକ୍‌ପିସ୍‌: ନୂଆ ନୂଆ ଷ୍ଟାଇଲ୍‌ର ଜୁଏଲେରି ପିନ୍ଧିବା ଯୁବତୀଙ୍କର ଏକ ସଉକ। ଏପରିକି ଜିନ୍ସରେ ତିଆରି ଜୁଏଲେରି ବି ଆକର୍ଷଣୀୟ ଲୁକ୍‌ ଦେଇଥାଏ ସେମାନଙ୍କୁ। ମାର୍କେଟ୍‌ରେ ଏବେ ଏହାର ବିଭିନ୍ନ ଡିଜାଇନ୍‌ ମିଳୁଥିଲେ ହେଁ, ଘରେ ଯଦି ପୁରୁଣା ଜିନ୍ସ ପ୍ୟାଣ୍ଟ ଅଛି ତା’ହେଲେ ସେଥିରୁ ମଧ୍ୟ ଖୁବ୍‌ ସୁନ୍ଦର ସୁନ୍ଦର ଇୟର୍‌ ରିଙ୍ଗ୍ସ ଓ ନେକ୍‌ପିସ୍‌ ତିଆରି କରି ବ୍ୟବହାର କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri