ପୁରୁଣା ଜିନ୍ସର ନୂଆ ଲୁକ୍‌

ଜିନ୍ସ ପୁରୁଣା ହୋଇଗଲେ ଅନେକେ ଏହାକୁ ଅଦରକାରୀ ଭାବି ଫୋପାଡି ଦେଇଥାନ୍ତି। କିନ୍ତୁ ସାମାନ୍ୟ ବୁଦ୍ଧି ଖଟାଇ ପାରିଲେ ଏହି ପୁରୁଣା ଜିନ୍ସକୁ ବି ପୁନର୍ବାର ବ୍ୟବହାର ଉପଯୋଗୀ କରିହେବ। ତେବେ ପୁରୁଣା ଜିନ୍ସକୁ କେମିତି ନୂଆ ଲୁକ୍‌ ଦେଇହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଶଟର୍‌ସ: ଜିନ୍ସ ପ୍ୟାଣ୍ଟ ଯଦି ପୁରୁଣା ହୋଇଯାଇଥାଏ, ତା’ହେଲେ ଏହାକୁ କାଟି ଶଟର୍‌ସ ତିଆରି କରି ବି ପିନ୍ଧି ହୋଇପାରିବ। ଆଉ ଜିନ୍ସର ଏହି ଶଟର୍‌ସ ମଧ୍ୟ ଦେଖିବାକୁ ଖୁବ୍‌ ମଡର୍ନ ଲାଗିବ।

ବ୍ୟାଗ୍‌: ପୁରୁଣା ଜିନ୍ସ ପ୍ୟାଣ୍ଟରୁ ବିଭିନ୍ନ ଷ୍ଟାଇଲ୍‌ର ବ୍ୟାଗ୍‌ ବି ତିଆରି କରିହେବ। ସବୁଠୁ ବଡ଼ କଥା ହେଉଛି ଜିନ୍ସରେ ତିଆରି ବ୍ୟାଗ୍‌ଗୁଡ଼ିକ ବହୁତ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ।

ନାପକିନ୍‌: ମାର୍କେଟ୍‌ରେ ବିଭିନ୍ନ ଡିଜାଇନ୍‌ର ଏବଂ କଲର୍‌ର ନାପକିନ୍‌ ମିଳିଥାଏ। କିନ୍ତୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। କିନ୍ତୁ ଯଦି ଘରେ ପୁରୁଣା ଜିନ୍ସ ପ୍ୟାଣ୍ଟ ଅଛି, ତା’ହେଲେ ଏଥିରୁ ବି ଯେ କୌଣସି ସାଇଜ୍‌ର ନାପକିନ୍‌ ତିଆରି କରି ବ୍ୟବହାର କରିହେବ।

ଜିନ୍ସ ପକେଟ୍‌ ପ୍ଲେସ୍‌ମେଣ୍ଟ: ଏଥିପାଇଁ କେବଳ ଜିନ୍ସ ପ୍ୟାଣ୍ଟର ପକେଟ୍‌ କାଟିବା ଆବଶ୍ୟକ ହୋଇଥାଏ। ଏହି ପକେଟ୍‌ ପ୍ଲେସ୍‌ମେଣ୍ଟ ଭିତରେ ପେନ୍‌, ପେନ୍‌ସିଲ୍‌ ହେଉ ଅବା ଅନ୍ୟ ଯେ କୌଣସି ଛୋଟ ଛୋଟ ଜିନିଷକୁ ଆରାମରେ ସାଇତି ରଖାଯାଇପାରେ।

କୋଷ୍ଟର୍ସ: ଟେବୁଲ୍‌ ଉପରେ ପାଣିଗ୍ଲାସ ହେଉ ଅବା ଚା’ କିମ୍ବା କଫି କପ୍‌ ଥୋଇଲାବେଳେ ଦାଗରୁ ରକ୍ଷା ପାଇବା ପାଇଁ ଗ୍ଲାସ ଓ କପ୍‌ ତଳେ କୋଷ୍ଟର୍ସର ବ୍ୟବହାର କରାଯାଇଥାଏ। ଅତି ସହଜ ଉପାୟରେ ପୁରୁଣା ଜିନ୍ସରୁ ବି କୋଷ୍ଟର୍ସ ତିଆରି କରିହେବ। ଗୋଟିଏ ଜିନ୍ସ ପ୍ୟାଣ୍ଟରୁ ଅନେକ କୋଷ୍ଟର୍ସ ତିଆରି ହୋଇପାରିବ।

କ୍ୟାଶ୍‌ କଭର୍‌: ଟଙ୍କା ରଖିବା ପାଇଁ ପୁରୁଣା ଜିନ୍ସ ପ୍ୟାଣ୍ଟକୁ କାଟି ଏଥିରେ ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର କ୍ୟାଶ୍‌ କଭର୍‌ ତିଆରି କରିହେବ।

ନୋଟ୍‌ବୁକ୍‌: ପୁରୁଣା ଡେନିମ୍‌ ଜିନ୍ସକୁ ନୋଟ୍‌ବୁକ୍‌ କଭର୍‌ର ରୂପ ମଧ୍ୟ ଦେଇହେବ। ଆକର୍ଷଣୀୟ ଲାଗିବା ପାଇଁ ଏହି କଭର୍‌ ଉପରେ ବିଭିନ୍ନ ଡିଜାଇନ୍‌ ବି କରିହେବ।

ଫ୍ଲୋର୍‌ ମ୍ୟାଟ୍‌: ଜିନ୍ସରେ ତିଆରି ଫ୍ଲୋର୍‌ ମ୍ୟାଟ୍‌ ଘରକୁ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ଆବଶ୍ୟକ ପଡ଼ିଲେ ପୁରୁଣା ଜିନ୍ସ ପ୍ୟାଣ୍ଟର ଅନେକ ଛୋଟ ଛୋଟ ଟୁକୁଡ଼ାକୁ ଯୋଡି ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଫ୍ଲୋର୍‌ ମ୍ୟାଟ୍‌ ତିଆରି କରିହେବ।

ବୁକ୍‌ମାର୍କ: ପୁରୁଣା ଜିନ୍ସ ପ୍ୟାଣ୍ଟରୁ ବିଭିନ୍ନ ଡିଜାଇନ୍‌ର ବୁକ୍‌ମାର୍କ ତିଆରି କରି ତାକୁ ବ୍ୟବହାର ମଧ୍ୟ କରିହେବ। ବିଶେଷକରି ଜିନ୍ସରୁ ତିଆରି ହାର୍ଟ ଶେପ୍‌, ସ୍କୋୟାର୍‌ ଶେପ୍‌, ରାଉଣ୍ଡ ଶେପ୍‌ର ବୁକ୍‌ମାର୍କ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ଇୟର ରିଙ୍ଗ୍ସ ଓ ନେକ୍‌ପିସ୍‌: ନୂଆ ନୂଆ ଷ୍ଟାଇଲ୍‌ର ଜୁଏଲେରି ପିନ୍ଧିବା ଯୁବତୀଙ୍କର ଏକ ସଉକ। ଏପରିକି ଜିନ୍ସରେ ତିଆରି ଜୁଏଲେରି ବି ଆକର୍ଷଣୀୟ ଲୁକ୍‌ ଦେଇଥାଏ ସେମାନଙ୍କୁ। ମାର୍କେଟ୍‌ରେ ଏବେ ଏହାର ବିଭିନ୍ନ ଡିଜାଇନ୍‌ ମିଳୁଥିଲେ ହେଁ, ଘରେ ଯଦି ପୁରୁଣା ଜିନ୍ସ ପ୍ୟାଣ୍ଟ ଅଛି ତା’ହେଲେ ସେଥିରୁ ମଧ୍ୟ ଖୁବ୍‌ ସୁନ୍ଦର ସୁନ୍ଦର ଇୟର୍‌ ରିଙ୍ଗ୍ସ ଓ ନେକ୍‌ପିସ୍‌ ତିଆରି କରି ବ୍ୟବହାର କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri