ନିର୍ମାଣହେବ ନୂତନ ଲୋକସେବା ଭବନ

ଭୁବନେଶ୍ୱର,୨୧।୯(ସୁନିତ୍‌ ମିଶ୍ର): ରାଜ୍ୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଲୋକସେବା ଭବନ କିପରି ହେବ ତା’ର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାର ଦାୟିତ୍ୱ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପକ୍ଷରୁ ଏହାର ପରିବର୍ଦ୍ଧିତ ଯୋଜନାର ମାଷ୍ଟର ପ୍ଲାନ୍‌ ତିଆରି ମଧ୍ୟ କରାଯାଉଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି।
ବିଜେଡି ସଦସ୍ୟ ସୁବାସିନୀ ଜେନାଙ୍କ ପକ୍ଷରୁ ବିଧାନସଭାରେ ପଚରାଯାଇଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ପ୍ରସ୍ତୁତ ହେଉଥିବା ନୂତନ ଲୋକସେବା ଭବନର ମାଷ୍ଟର ପ୍ଲାନ୍‌ ଅନୁମୋଦନ ହେବାପରେ ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ ବିସ୍ତୃତ ବ୍ୟୟ ଅଟକଳ କରାଯିବ। ଏହାପରେ ତାହା ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ବର୍ତ୍ତମାନର ସଚିବାଳୟ ବା ଲୋକସେବା ଭବନ କୋଠା ୬୮ ବର୍ଷ ପୁରାତନ। ଏହି ପୁରାତନ କୋଠା ପରିସରରେ ଗୁରୁତର ପାର୍କିଂ ସମସ୍ୟା ପରିଲକ୍ଷିତ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୧୯୫୯ ନଭେମ୍ବର ୧୨ରେ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ରାଜ୍ୟ ସଚିବାଳୟକୁ ଉଦ୍‌ଘାଟନ କରିଥିଲେ। ପରେ ୨୦୧୯ ଜୁଲାଇ ୩୦ରେ ସଚିବାଳୟ ନାମକୁ ପରିବର୍ତ୍ତନ କରାଯାଇ ଲୋକସେବା ଭବନ ନାମରେ ନାମିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri