Posted inଜାତୀୟ

ନୂଆ ଲେବର କୋଡ୍‌, ସପ୍ତାହରେ ୩ ଦିନ ଛୁଟି…

ନୂଆଦିଲ୍ଲୀ, ୨୮।୬ : ଦେଶର ଲେବର ଲେବର(ଶ୍ରମ ସଂହିତା)ରେ ସରକାର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଜୁଲାଇ ୧ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ କରିପାରନ୍ତି। ତେବେ ଏପର୍ଯ୍ୟନ୍ତ ସରକାର ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରିନାହାଁନ୍ତି।  ଯେତେବେଳେ ନୂତନ ନିୟମ କାର୍ଯ୍ୟକାରୀ ହୁଏ, ଏହା ସହ ଜଡିତ ସୂଚନା ଅତି କମରେ ୧୫ ଦିନ ପୂର୍ବରୁ ସରକାରଙ୍କଠାରୁ ପ୍ରକାଶ ପାଇଥାଏ। ଅବଶ୍ୟ, ନୂତନ ଲେବର କୋଡ୍‌ କ୍ଷେତ୍ରରେ, ଏହା ଏପର୍ଯ୍ୟନ୍ତ ହୋଇନାହିଁ।

ନୂତନ ଲେବର କୋଡ୍‌ଗୁଡିକ ଶ୍ରମ ଆଇନରେ ଏକ ପ୍ରମୁଖ ସଂସ୍କାର ଭାବରେ ଦେଖାଯାଉଛି। ଯେ ନୂତନ ଲେବର କୋଡ୍‌ରେ ସରକାର ପୁଣି ଥରେ ବେତନ ସଂରଚନାରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି ଜୁଲାଇ ୧ ରୁ ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହୁଏ, ତେବେ ଅନେକ ବିଦ୍ୟମାନ ନିୟମ ବଦଳିଯିବ।]

ଜୁଲାଇ ୧ ରୁ ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହେଲେ, ଅଧିକ ପରିମାଣ ଟଙ୍କା ପିଏଫ ଏବଂ ଶ୍ରମିକମାନଙ୍କ ଗ୍ରାଚ୍ୟୁଟିରେ ଜମା ହେବା ଆରମ୍ଭ କରିବ। ଯେଉଁଥିପାଇଁ ସେମାନେ ଅବସର ପରେ ଅଧିକ ପରିମାଣର ଅର୍ଥ ପାଇବେ। ଏଥି ସହିତ ମୋଟ ବେତନରେ ଭତ୍ତା ହ୍ରାସ ହେବ। ନୂତନ ଲେବର କୋଡ୍‌ରେ, ବେସିକ ଦରମା ଏବଂ ଭତ୍ତା ୫୦-୫୦ ଅନୁପାତରେ ରହିବ।

କମ୍ପାନୀଗୁଡିକ ସାପ୍ତାହିକ ଛୁଟିଦିନକୁ ଦୁଇରୁ ତିନି ଦିନକୁ ବୃଦ୍ଧି କରିବାକୁ ପଡିପାରେ। ନୂତନ ଲେବର କୋଡ୍‌ରେ, ଗୋଟିଏ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ବ୍ୟବସ୍ଥା କରାଯାଇପାରେ। ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହେବା ପରେ, କାର୍ଯ୍ୟ ସମୟ ବୃଦ୍ଧି ହେବାକୁ ଯାଉଛି। ଗୋଟିଏ ସପ୍ତାହରେ ତିନି ଦିନ ଛୁଟି ହେବ। ଫଳରେ କାର୍ଯ୍ୟ ସମୟ ଅବଶିଷ୍ଟ ଚାରି ଦିନରେ ୮ ରୁ ଅତି କମରେ ୧୨ ଘଣ୍ଟାକୁ ବୃଦ୍ଧି ପାଇବ।

ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ ହେବା ସହିତ କମ୍ପାନୀଗୁଡିକ ଚାକିରି ଛାଡିବା ପରେ ଦୁଇ ଦିନ ମଧ୍ୟରେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସେଟଲମେଣ୍ଟ କରିବାକୁ ପଡିବ। ଚାକିରି ଛାଡିବାର ଦୁଇ ଦିନ ମଧ୍ୟରେ ଶ୍ରମିକ ମଧ୍ୟ ସମ୍ପୂର୍ଣ୍ଣ ଟଙ୍କା ପାଇବ। ବର୍ତ୍ତମାନ ଏହି ପ୍ରକ୍ରିୟା ପାଇଁ ୩୦ ର୬୦ ଦିନ ସମୟ ଲାଗୁଛି।

ନୂତନ ଲେବର କୋଡ୍‌ ରେ ଚାରୋଟି ପ୍ରକାରର ବ୍ୟବସ୍ଥା ଅଛି, ଯେଉଁଥିରେ ମଜୁରୀ, ସାମାଜିକ ସୁରକ୍ଷା, ବ୍ୟବସାୟିକ ସମ୍ପର୍କ ଏବଂ ବୃତ୍ତିଗତ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା ଅଛି। ଏହା ଦ୍ୱାରା ବର୍ତ୍ତମାନର ଶ୍ରମ ଆଇନର କେତେକ ଅସଙ୍ଗତି ଦୂର ହେବ। ଏହାଦ୍ୱାରା ଶ୍ରମିକମାନେ ଉପକୃତ ହେବେ। ଗିଗ ଶ୍ରମିକମାନଙ୍କ ପାଇଁ ଲାଭ ମଧ୍ୟ ବୃଦ୍ଧି ପାଇବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri