Categories: ଖେଳ

ବିଶ୍ୱକପ୍‌ ପାଇଁ ନୂଆ ଜର୍ସି ଲଞ୍ଚ୍‌

ନୂଆଦିଲ୍ଲୀ,୨୦।୯: ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ ଜର୍ସି ଲଞ୍ଚ କରାଯାଇଛି। ଟିମ ଇଣ୍ଡିଆର ଅଫିସିଆଲ କିଟ ପ୍ରାୟୋଜକ ଆଦିଦାସ ବୁଧବାର ଏକ ଭିଡିଓ ଶେୟାର କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଏବଂ ଅନ୍ୟାନ୍ୟ ଖେଳାଳିଙ୍କ ସହ ନଜର ଆସିଥିଲେ। ଅକ୍ଟୋବର ୫ରୁ ଭାରତରେ ବିଶ୍ୱକପ ଆୟୋଜିତ ହେବ। ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ।
ବହୁ ପ୍ରତୀକ୍ଷିତ ଜର୍ସି ପ୍ରସିଦ୍ଧ ଭାରତୀୟ ଗାୟକ ରଫଦାରଙ୍କ ଦ୍ୱାରା ଗୀତ ‘୩ କା ଡ୍ରିମ’ ମାଧ୍ୟମରେ ମୁକ୍ତିଲାଭ କରିଥିଲା। ଆଦିଦାସ ଅନୁଯାୟୀ ଏହି ଜର୍ସି ଭାରତୀୟ ଦଳ ପ୍ରତି ଅଦମ୍ୟ ସମର୍ଥନର ପ୍ରମାଣ। ‘୩ କା ଡ୍ରିମ’ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରତୀକ ଅଟେ, ଯେଉଁମାନେ ୧୯୮୩ ଏବଂ ୨୦୧୧ ପରେ ସେମାନଙ୍କ ଦଳ ତୃତୀୟ ଦିନିକିଆ ବିଶ୍ୱକପ ଜିତିବାର ସ୍ବପ୍ନ ଦେଖନ୍ତି।

Share