Categories: ଜାତୀୟ

ଟୁଇଟରକୁ କଡ଼ା ଚେତାବନୀ ଦେଲେ ନୂଆ ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ପରେ ନୂତନ ମନ୍ତ୍ରୀମାନେ ଗୁରୁବାର ଦାୟିତ୍ୱ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଦେଶର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଟୁଇଟରକୁ କଡା ବାର୍ତ୍ତା ଦେଇଛନ୍ତି। ଟୁଇଟର ନୂତନ ଆଇଟି ନିୟମ ପାଳନ ନ କରିବା ବିଷୟରେ ଅଶ୍ୱିନୀ କହିଛନ୍ତି ଯେ ଦେଶର ଆଇନ ସର୍ବୋଚ୍ଚ, ସମସ୍ତଙ୍କୁ ମାନିବାକୁ ପଡିବ। ଟୁଇଟର୍‌ ମଧ୍ୟ ନିୟମ ଅନୁସରଣ କରିବା ଉଚିତ୍‌ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ଅନୁଯାୟୀ ସ୍ଥାନୀୟ ଅଭିଯୋଗ ସମାଧାନ ଅଧିକାରୀ (ଆରଜିଓ) କେବେ ନିଯୁକ୍ତ ହେବ ସେନେଇ ଜୁଲାଇ ୮ ସୁଦ୍ଧା ସୂଚନା ଦେବାକୁ ଜୁଲାଇ ୬ରେ କୋର୍ଟ ଟୁଇଟର୍‌କୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ, ଭାରତୀୟ ବ୍ୟବହାରକାରୀଙ୍କ ଅଭିଯୋଗର ମୁକାବିଲା ପାଇଁ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀଗୁଡିକରେ ଆରଜିଓ ନିଯୁକ୍ତ କରିବା ଆବଶ୍ୟକ।

Share