ଆଗକୁ ଆସିପାରନ୍ତି ନୂଆ ଆଇଏଏସ୍‌ ଅଫିସର, ଅନୁ ଗର୍ଗ…

ଭୁବନେଶ୍ୱର,୬ା୧(ସୁନିତ୍‌ ମିଶ୍ର): ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅନୁ ଗର୍ଗ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିବା ପରେ କେତେଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଫଳରେ ଜଣେ ଲେଖାଏ ଅଫିସରଙ୍କ ହାତରେ ବର୍ତ୍ତମାନ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବାର ଦାୟିତ୍ୱ ପଡ଼ିଛି। ଏପରି ହେଲେ କାର୍ଯ୍ୟ ପରିଚାଳନାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ ବୋଲି ସରକାରୀ ଦଳରେ ଆଲୋଚନା ହେଉଛି । ନିକଟ ଭବିଷ୍ୟତରେ ଅନେକ ଆଇଏଏସ୍‌ ଅଫିସର କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ଲକ୍ଷ୍ୟ କରାଯାଇଛି, ହେଲେ କେନ୍ଦ୍ରରୁ କେହି ଫେରିବା ଦୃଷ୍ଟିକୁ ଆସୁନି । ଏଭଳି ସ୍ଥିତିରେ ନୂଆ ଆଇଏଏସ୍‌ ଅଫିସରଙ୍କୁ ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ଆଗକୁ ଆଣିପାରନ୍ତି, ଯାହା ନିକଟରେ ଘଟିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ଯେପରି ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ଅତିରିକ୍ତ ଭାବେ ଉନ୍ନୟନ କମିଶନରଙ୍କ ପାଖରେ ଥିବା ସ୍ବତନ୍ତ୍ର ରିଲିଫ କମିଶନର,ଓସ୍‌ଡମା ଏମ୍‌ଡି ଦାୟତ୍ୱ ଦିଆଯାଇଛି। ସେହିକ୍ରମରେ ଦେଖିଲେ ରାଜ୍ୟର ଦୁଇ ବରିଷ୍ଠ ଆଇଏଏସ୍‌ ଅଫିସର ୧୯୯୩ ବ୍ୟାଚ୍‌ର ସୁରେନ୍ଦ୍ର କୁମାର ଏବଂ ୧୯୯୪ ବ୍ୟାଚ୍‌ର ଜି. ମାଥିଭାଥନନ୍‌ ନିକଟରେ ଅବସର ନେବାକୁ ଯାଉଛନ୍ତି। ମାଥିଭାଥନନ୍‌ଙ୍କ କାର୍ଯ୍ୟକାଳ ଜାନୁଆରୀ ୩୧ରେ ସରିଯିବ।

ସେହିପରି ଆସନ୍ତା ଜୁନ୍‌ ୩୦ରେ ସୁରେନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେବ। ମାଥିଭାଥନନ୍‌ ବର୍ତ୍ତମାନ ଗୋପବନ୍ଧୁ ଏକାଡେମିର ନିର୍ଦ୍ଦେଶକ ଅଛନ୍ତି। ତେଣୁ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେବେ। ସେହିପରି ସୁରେନ୍ଦ୍ର କୁମାର ବର୍ତ୍ତମାନ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମୂଳ ଦାୟିତ୍ୱରେ ରହିଛନ୍ତି। ଅତିରିକ୍ତ ଭାବେ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସଂସଦୀୟ ବ୍ୟାପାର ବିଭାଗ, ଓଏମ୍‌ସି ଅଧ୍ୟକ୍ଷ, ଓଏମ୍‌ଇଏଲ୍‌ ଏବଂ ଇଡ୍‌କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ଅବଶ୍ୟ ସୁରେନ୍ଦ୍ରଙ୍କ ଅବସର ଲାଗି ଆହୁରି ୬ ମାସ ସମୟ ବାକି ଅଛି ହେଲେ ଏହା ପୂର୍ବରୁ ସରକାର କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ପୂର୍ବ ସରକାର ସମୟରୁ ରାଜ୍ୟର କୃଷି ଉତ୍ପାଦନ ଆୟୁକ୍ତ(ଏପିସି) ପଦବୀ ଖାଲି ପଡ଼ିଲାଣି। ଏହା ଏକ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ। ଏହି ପଦବୀ ପାହ୍ୟା ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ସହିତ ସମାନ। ହେଲେ ସରକାର ବଦଳିବା ଏବଂ ଶାସନକୁ ଆସିବାର ୧୮ ମାସ ପରେ ମଧ୍ୟ ଏପିସି ପଦ ପୂରଣ କରାଯାଇପାରି ନାହିଁ। ଏହି ପଦରେ ଯାହାକୁ ଦାୟିତ୍ୱ ମିଳିବ ସେ ରାଜ୍ୟ ଶାସନର ଜଣେ ବରିଷ୍ଠ ଅଧିକାରୀ ହୋଇଥିବା ଦରକାର। ସେହି ଦୃଷ୍ଟିରୁ ଦେଖିଲେ ସରକାର ଏହି ପଦରେ କାହାକୁ ବସାଉଛନ୍ତି ନା ବର୍ତ୍ତମାନ ଭଳି ଖାଲି ରଖିବେ ସେନେଇ ପ୍ରଶାସନିକ ସ୍ତରରେ ଚର୍ଚ୍ଚା ହେଉଛି।

ସୂଚନା ମୁତାବକ ପ୍ରାୟ ୩ ବର୍ଷରୁ ଅଧିକ ଦିନ ହେଲାଣି ଏହି ପଦବୀ ଖାଲି ପଡ଼ିଛି। ସେହିପରି କେବିକେ ଆଡମିନିଷ୍ଟ୍ରେଟର ପଦ ମଧ୍ୟ ଦୀର୍ଘଦିନ ହେଲା ଖାଲି ରହିଛି। ଏହି ପଦରେ ସରକାର କାହାକୁ ବସାଇ ନାହାନ୍ତି। ପଦବୀ ଦୃଷ୍ଟିରୁ ଦେଖିଲେ ଏହା ଦକ୍ଷିଣ ଓଡ଼ିଶା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।

 


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri