କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ ସୃଷ୍ଟିକରେ। ହାଇଟେକ ବା ଅତ୍ୟାଧୁନିକ କୃଷିରେ ସୁରକ୍ଷିତ ଚାଷ ( ପଲି ହାଉସ, ଗ୍ରୀନ ହାଉସ), ପରିଶୁଦ୍ଧ କୃଷି (ସେନ୍‌ସର, ଜିପିଏସ, ଜିଆଇଏସ), ମୃତ୍ତିକା ବିହୀନ ଚାଷ ( ହାଇଡ୍ରୋପନିକ, ଏରୋପୋନିକ), ଅଣୁ ଜଳସେଚନ, ଭର୍ଟିକାଲ ଫାର୍ମିଂ ଓ ଟିସୁ କଲ୍‌ଚର ଅନ୍ତର୍ଗତ। ଏପରି କୃଷିର ଉଦ୍ଦେଶ୍ୟ ହେଲା ଅତ୍ୟାଧୁନିକ କୌଶଳ ବ୍ୟବହାର କରି ସୀମିତ ଜାଗାରେ ମୂଲ୍ୟବାନ ଫସଲ ଚାଷ ଓ ଅଧିକ ଲାଭ ହାସଲ। ଉଦ୍ୟାନ ବିଭାଗ ତରଫରୁ ଜାତୀୟ ଉଦ୍ୟାନ ବୋର୍ଡ, ସମନ୍ବିତ ଉଦ୍ୟାନ ବିକାଶ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପିଏମ୍‌ କୁସୁମ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସହାୟତା ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଏହି ସହାୟତା ବଳରେ ଓଡ଼ିଶାରେ ଟିସୁ କଲ୍‌ଚର କଦଳୀ, ଷ୍ଟ୍ରବେରି , ଡ୍ରାଗନଫ୍ରୁଟ, ଅର୍କିଡ ଫୁଲ ଓ କଶ୍ମୀର କେଶର ଚାଷ ଆରମ୍ଭ ହୋଇଗଲାଣି। ଏହାଦ୍ୱାରା ବହୁ ଉଚ୍ଚଶିକ୍ଷିତ ଯୁବତୀ ଯୁବକ ଏପରି ଚାଷପାଇଁ ଆଗ୍ରହ ପ୍ରକାଶ କଲେଣି।
ଷ୍ଟ୍ରବେରି ଏକ ଉଚ୍ଚ ମୂଲ୍ୟଯୁକ୍ତ ଫଳ। ଏଥିରେ ପ୍ରଚୁର ଭିଟାମିନ ସି, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଥାଏ; ଯାହା କି ହୃଦ୍‌ରୋଗ, ଖାଦ୍ୟ ହଜମ ଓ ଚର୍ମସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ଏହି ଫଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟିକରେ। ଏହି ଫଳକୁ ସାଲାଡ୍‌, ଡେଜର୍ଟ ଓ ଜାମ ପାଇଁ ବ୍ୟବହାର କରାଯାଏ। ଫଳର ମୂଲ୍ୟ କିଲୋଗ୍ରାମ ପ୍ରତି ୨୦୦-୩୦୦ ଟଙ୍କା।
ଓଡ଼ିଶାରେ କୋରାପୁଟ, କନ୍ଧମାଳ, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ ନୂଆପଫା ଜିଲାରେ ପ୍ରାୟ ୧୦୦ ହେକ୍ଟର ଜମିରେ ଏହି ଚାଷ ହୋଇ ସାରିଲାଣି। କୋରାପୁଟ ଜିଲାର କାଓହୁଡା ଓ ବରଗଡ ଜିଲାର ରୁଗୁ ଗ୍ରାମରେ ଚାଷୀମାନେ ଏହି ଚାଷକରି ଅଧିକ ସଫଳତା ପାଇଛନ୍ତି। ବେଗୁନିଆ ଖଡିପଦର ଗ୍ରାମରେ ମଧ୍ୟ ଷ୍ଟ୍ରବେରି ଚାଷ ହେଲାଣି। ହେକ୍ଟର ପ୍ରତି ୮ ଲକ୍ଷ ଚାରା ଆବଶ୍ୟକ ହୁଏ। ମାତ୍ର ୩-୪ ମାସରେ ଫସଲ ଅମଳ ହୋଇଥାଏ। ଏକର ପ୍ରତି ପ୍ରାୟ ପାଞ୍ଚ କୁଇଣ୍ଟାଲ ଅମଳ ହୋଇଥାଏ, ଯାହାର ମୂଲ୍ୟ ୧୦-୧୫ ଲକ୍ଷ ଟଙ୍କା। ସମସ୍ତ ଚାଷ ଖର୍ଚ୍ଚ ବାଦ୍‌ଦେଲେ ଏକର ପ୍ରତି ଲାଭ ୩-୪ ଲକ୍ଷ ହୋଇଥାଏ। ରାଜ୍ୟ ଉଦ୍ୟାନ ବିଭାଗ ଏହି ଚାଷପାଇଁ ହେକ୍ଟର ପ୍ରତି ୧୨.୨୭ ଲକ୍ଷ ଟଙ୍କା ସହାୟତା ଦେଉଛନ୍ତି; ଯାହାଦ୍ୱାରା ଉନ୍ନତ ଚାରା ଓ ସୌରଶକ୍ତି ଚାଳିତ ପମ୍ପ ଓ ବୁନ୍ଦା ଜଳସେଚନ ଯୋଗାଇ ଦିଆଯାଏ। ଏହି ଫଳ ସହରଗୁଡ଼ିକରେ ବିକ୍ରୟହେବା ସହିତ ବାହାର ରାଜ୍ୟକୁ ପଠାଯାଏ; ଯାହା କି ଓର୍‌ମାସ ସହାୟତାରେ ହୋଇଥାଏ। ଆଜିପର୍ଯ୍ୟନ୍ତ ଷ୍ଟ୍ରବେରି ଚାଷର ଅଗ୍ରଗତି ଉତ୍ସାହଜନକ ବୋଲି ବିଚାରିବାକୁ ହେବ।
ଆଉ ଗୋଟିଏ ଦାମିକା ମସଲା ଓ ଉଚ୍ଚ ମୂଲ୍ୟଯୁକ୍ତ ଫସଲ ହେଉଛି ସାଫ୍ରନ ବା କେଶର। କେଶରରେ ପ୍ରଚୁର ପରିଣାମରେ ଆଣ୍ଟିଅକ୍ସିଡାଣ୍ଟ ଓ ଔଷଧୀୟ ଗୁଣ ସହିତ ସୁଗନ୍ଧି ରହିଛି। ଏହାକୁ ବ୍ଳଡ଼ ପ୍ରେସର୍‌, ମାନସିକ ଚାପ, ଓଜନ ହ୍ରାସ ଏବଂ କୋଲେଷ୍ଟରଲ ହ୍ରାସ ପାଇଁ ବ୍ୟବହାର କରାଯାଏ। ଖାଦ୍ୟ ପ୍ରସ୍ତୁତି ବେଳେ ଓ କେତେକ ରଙ୍ଗିନ ବସ୍ତ୍ର ପ୍ରସ୍ତୁତିରେ ଏହାର ବ୍ୟବହାର ହୋଇଥାଏ। ବିଶ୍ୱରେ ଇରାନ ୯୦% କେଶର ଅନ୍ୟ ଦେଶକୁ ରପ୍ତାନି କରେ। ଜମ୍ମୁ ଓ କଶ୍ମୀରରେ କେଶର ଚାଷ ବହୁଦିନ ହେଲା ହେଉଥିଲେ ମଧ୍ୟ ଏହାର ଉତ୍ପାଦନ ୨୦-୨୫ ଟନରୁ ଊର୍ଦ୍ଧ୍ୱ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁ ୨-୩ ଟନ୍‌କୁ କମି ଯାଉଛି। ଭାରତରେ ଅନ୍ୟାନ୍ୟ କେତେକ ରାଜ୍ୟରେ ଏହି କେଶର ଚାଷ ହେଉଥିଲେ ମଧ୍ୟ ବାର୍ଷିକ ଉତ୍ପାଦନ ୨୦ ଟନ ମଧ୍ୟରେ ସୀମିତ, ଯଦିଓ ଚାହିଦା ୫୦ ଟନ ପର୍ଯ୍ୟନ୍ତ ରହିଛି। ହେକ୍ଟର ପ୍ରତି ଉତ୍ପାଦନ ପ୍ରାୟ ୪-୫ କିଲୋଗ୍ରାମ ହେଲେ ମଧ୍ୟ କିଲୋଗ୍ରାମର ବଜାର ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ ଟଙ୍କା। ଅଧିକ କ୍ରୋସିନ ଥିବା କେଶର ଏକ ଗ୍ରାମ ପ୍ରତି ୫୦୦ ଟଙ୍କା ମୂଲ୍ୟରେ ବିକ୍ରୟ ହୁଏ।
କେଶର ଚାଷ ଜୁଲାଇ-ଅଗଷ୍ଟଠାରୁ ଅକ୍ଟୋବର-ନଭେମ୍ବର ମଧ୍ୟରେ ହୁଏ। ଏହି ଚାଷ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ଇତ୍ୟାଦିକୁ ବ୍ୟାପିଲାଣି। ଅନ୍ୟ ରାଜ୍ୟରେ କୋଠରି ମଧ୍ୟରେ ନିୟନ୍ତ୍ରିତ ଭାବରେ ମୃତ୍ତିକା ବିହୀନ ଏରୋପୋନିକ ପ୍ରଣାଳୀରେ ଚାଷ ହେଉଛି। ଏହି ପ୍ରଣାଳୀରେ ଏକ ଛୋଟ କୋଠରିରେ ଭର୍ଟିକାଲ କୃଷି ପ୍ରଣାଳୀରେ ତାପମାତ୍ରା ୧୦-୨୫ ଡିଗ୍ରୀ ସେଲସିୟସ ଓ ଅଧିକ ଆପେକ୍ଷିକ ଆର୍ଦ୍ରତା ରଖି ଚାଷ କରାଯାଏ। କେଶର ଗଛ କନ୍ଦରୁ ପ୍ରସ୍ତୁତ ହୁଏ। ଏହାକୁ ଜୁଲାଇ ମାସରେ ଲଗାଇଲେ ୪ ମାସ ପରେ ଅମଳ ହୁଏ। ପ୍ରତି ଫୁଲରେ ତିନିଟି କେଶର ଥାଏ, ଯାହାକୁ ହାତରେ ତୋଳା ଯାଏ। ଏକର ପ୍ରତି ଅମଳ ମାତ୍ର ୨-୪ କିଲୋଗ୍ରାମ ହୁଏ ଓ କିଲୋଗ୍ରାମ ପ୍ରତି ୨.୫ ଲକ୍ଷ ଟଙ୍କାରେ ବିକ୍ରୟ ହୁଏ। ଘର ଭିତରେ ତାପ ଓ ଆର୍ଦ୍ରତା ନିୟନ୍ତ୍ରିତ ଭାବରେ ଚାଷ କଲେ ପ୍ରଥମ ବର୍ଷ ଅଧିକ ଖର୍ଚ୍ଚ ହେଉଥିବାରୁ ବେଶି ଲାଭ ହୁଏନାହିଁ। କିନ୍ତୁ ଦ୍ୱିତୀୟ ବର୍ଷରୁ ନିଜର ଚାରା ମିଳୁଥିବାରୁ ଖର୍ଚ୍ଚ କମିଯାଏ। ଏଣୁ ପ୍ରତିବର୍ଷ ୪-୫ ଲକ୍ଷ ଟଙ୍କା ଲାଭ ମିଳେ। ଓଡ଼ିଶାର ଝାରସୁଗୁଡା ଜିଲାର ସୁଜାତା ଅଗ୍ରୱାଲ ୨୦୨୦ ମସିହାରୁ କେଶର ଚାଷ ଏରୋପୋନିକ ପ୍ରଣାଳୀରେ କରି ଏଯାଏ ପ୍ରାୟ ୨୪ ଲକ୍ଷ ଟଙ୍କା ରୋଜଗାର କରି ସାରିଛନ୍ତି। ସେ ନୂଆ ଚାଷୀଙ୍କୁ କେଶର ଚାଷ ପ୍ରଶିକ୍ଷଣ ଦେଇଛନ୍ତି। ଓଡ଼ିଶାର ଖୋର୍ଦ୍ଧା, ଝାରସୁଗୁଡ଼ା, ଭୁବନେଶ୍ବର ଅଞ୍ଚଳରେ ନୂଆକରି ଏହି କଶ୍ମୀର କେଶର ଚାଷ ଉଦ୍ୟୋଗୀ ଯୁବଚାଷୀ ଓ ଇଞ୍ଜିନିୟରମାନେ ଆରମ୍ଭ କରି ସାରିଲେଣି। ଖୋର୍ଦ୍ଧା ନିକଟସ୍ଥ ଭାଲିଆବାଡ଼ି ଗ୍ରାମରେ ଦୁଇଜଣ ଇଞ୍ଜିନିୟର ଏକଶହ ବର୍ଗଫୁଟ କୋଠାଘରେ ଏହି ଚାଷ ୫ ଲକ୍ଷ ଟଙ୍କା ବ୍ୟୟ କରି ଆରମ୍ଭ କରିଥିଲେ। ଏବେ ସେମାନେ ବର୍ଷକୁ ମାତ୍ର ଚାରି ମାସରେ ଚାରି ଲକ୍ଷ ଟଙ୍କା ଲାଭ ପାଉଛନ୍ତି। କେଶର ଏକ ଗ୍ରାମ୍‌ ପ୍ରତି ୫୦୦ ଟଙ୍କା ମୂଲ୍ୟରେ ସେମାନେ ବିକ୍ରୟ କରୁଛନ୍ତି। ଏହି ଚାଷ ପାଇଁ ଭର୍ଟିକାଲ ଫାର୍ମିଂ ଓ ଏରୋପୋନିକ ପ୍ରଣାଳୀ ଅବଲମ୍ବନ କରାଯାଏ। ଭୁବନେଶ୍ବର ଜଗନ୍ନାଥ ବିହାରରେ ଛାତ ଉପରେ ହାଇଡ୍ରୋପୋନିକ ପ୍ରଣାଳୀରେ କେଶର ଚାଷ ଆରମ୍ଭ ହୋଇଛି। ରାଷ୍ଟ୍ରୀୟ ଉଦ୍ୟାନ ବୋର୍ଡ କେଶର ଚାଷ ପାଇଁ ପ୍ରକଳ୍ପ ଖର୍ଚ୍ଚ ଉପରେ ୨୫-୩୦% ରିହାତି ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରକଳ୍ପ ବ୍ୟୟ ଉପରେ ୪୦-୫୦% ରିହାତି ବ୍ୟବସ୍ଥା ରହିଛି।
ଓଡ଼ିଶାରୁ ବିଦେଶକୁ ଯାଉଥିବା କୃଷିଉତ୍ପାଦଗୁଡିକ ହେଲା ଅଣ ବସୁମତୀ ଚାଉଳ, ସମୁଦ୍ର ଚିଙ୍ଗୁଡି, କାଜୁ, ଅଦା, ହଳଦୀ, ଆମ୍ବ, କଦଳୀ, ପିଜୁଳି, ପୋଟଳ, ଭେଣ୍ଡି, ଅମୃତଭଣ୍ଡା, କଫି, କପା ଓ ନଡ଼ିଆ। ନୂତନ କରି ଚାଷ କରାଯାଉଥିବା ଷ୍ଟ୍ରବେରି, କେଶର, ଡ୍ରାଗନଫ୍ରୁଟ ଓ ଅର୍କିଡ ଫୁଲର ରପ୍ତାନି ସୁଯୋଗ ଅଧିକ ରହିଛି। ଯେଉଁ ଯୁବତୀ ଯୁବକ ଏହି ଚାଷ କରିବେ ସେଥିପାଇଁ ସରକାରୀ ସହାୟତା ମଧ୍ୟ ରହିଛି। ସୁତରାଂ କୃଷି ଉଦ୍ୟୋଗୀମାନେ ନିକଟସ୍ଥ ଉଦ୍ୟାନ ବିଭାଗ ଅଫିସରଙ୍କ ସହିତ ସାକ୍ଷାତ କରି ସମସ୍ତ ବିବରଣୀ ପାଇପାରିବେ। ଏଗୁଡ଼ିକ ହେବ ଆତ୍ମନିଯୁକ୍ତି ପାଇଁ ଏକ ବଳିଷ୍ଠ ମାଧ୍ୟମ ଏବଂ କୃଷକ ଆୟ ବୃଦ୍ଧି ପାଇଁ ସୁନିଶ୍ଚିତ ପନ୍ଥା।
କଳିଙ୍ଗନଗର, ଭୁବନେଶ୍ବର
ମୋ:୯୪୩୭୦୭୧୧୯୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri