ନ୍ୟାୟିକ ପ୍ରକ୍ରିୟାରେ ସୃଷ୍ଟି ହେବ ନୂଆ ଇତିହାସ: କୋର୍ଟରେ ତର୍କ କରିବେ ରୋବୋ ଆଇନଜୀବୀ…

ନ୍ୟୁୟର୍କ,୧୧।୧ : ନ୍ୟାୟିକ ପ୍ରକ୍ରିୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ପ୍ରଥମ ରୋବୋ ଆଇନଜୀବୀ ଆସନ୍ତା ମାସରେ କୋର୍ଟରେ ଜଣେ ବ୍ୟକ୍ତିଙ୍କ ପକ୍ଷ ରଖି ବିଚାରପତିଙ୍କ ସମ୍ମୁଖରେ ତର୍କ ପ୍ରତିନିଧିତ୍ୱ କରିବେ। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ମାସରେ ବିଶ୍ୱର ପ୍ରଥମ ରୋବଟ ଅଇନଜୀବୀ ଜଣେ ଅଭିଯୁକ୍ତଙ୍କ ପକ୍ଷରୁ କୋର୍ଟରେ ଟ୍ରାଫିକ ଟିକଟ ମାମଲାରେ ଲଢ଼ିବାରେ ସାହାଯ୍ୟ କରିବ।

କୃତ୍ରିମ ବୁଦ୍ଧିମତା( ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବଟ ପ୍ରତିବାଦୀଙ୍କ ସ୍ମାର୍ଟଫୋନରେ ଚାଲିବ। ଏହା ନ୍ୟାୟିକ ପ୍ରକ୍ରିୟା ସମୟରେ କୋର୍ଟର ଯୁକ୍ତି ଶୁଣିବ ଏବଂ ଇୟରପିସ ମାଧ୍ୟମରେ କ’ଣ କହିବାକୁ ହେବ ସେ ବିଷୟରେ ପ୍ରତିବାଦୀଙ୍କୁ ପରାମର୍ଶ ଦେବ। ସତ୍ୟ ଉପରେ ନିଜର ତର୍କ ରଖିବାକୁ ଏଆଇ ରୋବୋଙ୍କୁ ତାଲିମ ଦିଆଯାଇଛି ବୋଲି ଡୁ ନଟ୍‌ ପେ’ର ସିଇଓ ଜୋଶୁଆ ବ୍ରାଉନର୍‌ ସୂଚନା ପ୍ରଦାନ କରିଛନ୍ତି।

Share