ଛତ୍ରପୁର,୨୪।୯(ଦିଲୀପ ସାମଲ): ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୌରଭ ପ୍ରଧାନ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପ୍ରଥମେ ଗଞ୍ଜାମ ଜିଲାପାଳଙ୍କୁ ସାକ୍ଷାତ କରି ନିଜର ଯୋଗଦାନ ପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ସେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୧୬ ମସିହାର ଓଡିଶା ସୂଚନା ସେବାର ଅଧିକାରୀ ଅଟନ୍ତି। ରଶ୍ମିରାଣୀ ନିମାକା ତାଙ୍କୁ ଦାୟିତ୍ୱ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।


