ନୂଆ ମୁହଁ, ନୂଆ ପ୍ରକ୍ରିୟା

Dillip Cherian

ଭାରତର ଗୁପ୍ତଚର ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଛି। ପରାଗ ଜୈନଙ୍କୁ ର’ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନିକଟରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ତଥାକଥିତ ସହଯୋଗୀଙ୍କୁ ଇରାନ ହତ୍ୟା କରିବା ସହ ଅନେକଙ୍କୁ ଅଟକ ରଖିଛି। ଏହାକୁ ନେଇ ଭାରତ ସମେତ ଅନେକ ଦେଶ ଜରୁରିକାଳୀନ ଗୁପ୍ତ ଯୋଗାଯୋଗ ସମନ୍ବୟକୁ ସକ୍ରିୟ କରିଥିବା ଜଣାପଡ଼ିଛି। ର’ର ଶୀର୍ଷ ପଦବୀରେ ଜୈନ ନିଯୁକ୍ତ ହେବା ଏକ ନିୟମିତ ଉତ୍ତରାଧିକାର ଅର୍ଥାତ୍‌ ଔପଚାରିକ ଭାବେ ଜଣକ ପରେ ଆଉ ଜଣେ ନିଯୁକ୍ତ ହେବା ବିଷୟ ନୁହେଁ। ଏଥିରେ ଦକ୍ଷତା ହିଁ ସବୁକିଛି। ଜୈନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଅନ୍ତି। ଅପରେଶନ ସିନ୍ଦୂରରେ ତାଙ୍କ ପ୍ରମୁଖ ଭୂମିକା ପାଇଁ ଜଣାଶୁଣା ଜୈନ ତ୍ରୁଟିଶୂନ୍ୟ ମାନବ ଗୋଇନ୍ଦାଗିରି ପରିଚୟ ଦେଇଛନ୍ତି, ଯେଉଁଥିପାଇଁ ଠିକ୍‌ ଭାବେ ସୀମା ସେପାଖରେ ଥିବା ଆତଙ୍କବାଦୀ କେନ୍ଦ୍ରଗୁଡ଼ିକରେ ସେନା ଆକ୍ରମଣ କରିବାକୁ ସକ୍ଷମ ହେଲା। ଏହି ପ୍ରକାର ସମ୍ପୂର୍ଣ୍ଣ ପ୍ରଭାବୀ ଗୋଇନ୍ଦାଗିରି ଜରୁରୀ। ଡ୍ରୋନ, ଡେଟା ଲିକ୍‌ ଏବଂ ଡିଜିଟାଲ ଫିଙ୍ଗରପ୍ରିଣ୍ଟ ଭୌଗୋଳିକ ବିପଦକୁ ଠାବ କରୁଥିବାରୁ ଠିକ୍‌ ଭାବେ ଆକ୍ରମଣ ସମ୍ଭବ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଅଜିତ ଡୋଭାଲଙ୍କ କାର୍ଯ୍ୟକାଳ ଏବେ ଶେଷ ସ୍ତରରେ ପହଞ୍ଚିଯାଇଥିବାରୁ ଏନ୍‌ଏସ୍‌ଏ ପଦବୀ ପାଇଁ ଦକ୍ଷ ବ୍ୟକ୍ତିଙ୍କୁ ଖୋଜା ଆରମ୍ଭ ହୋଇଯାଇଛି। ପାଞ୍ଚବର୍ଷ ପୂର୍ବ ସ୍ଥିତି ତୁଳନାରେ ନୂଆ ଏନ୍‌ଏସ୍‌ଏ ସମ୍ପୂର୍ଣ୍ଣ ଭିନ୍ନ ଦାୟିତ୍ୱ ତୁଲାଇବେ। ବିଶ୍ୱରେ ଏବେ ଗୁପ୍ତଚର ଯୁଦ୍ଧ ଡିଜିଟାଲ ପ୍ଲାଟଫର୍ମ ଓ ବ୍ୟାଟେଲଫିଲ୍ଡ ସର୍ଭରରେ ଚାଲିଥିବାବେଳେ ଭାରତ ରଣନୀତିକ ଦିଗରେ ପରିବର୍ତ୍ତନ ଆଣିବାକୁ ଚାହଁୁଛି। ଆମର ଗୁପ୍ତଚରମାନେ ଏହି କାମ ଲାଗି ସକ୍ଷମ ହେବେ କି ନାହିଁ ତାହା ପ୍ରଶ୍ନ ନୁହେଁ, କିନ୍ତୁ ପ୍ରଶ୍ନ ଉଠୁଛି ଆମ ନେତୃତ୍ୱ ଏଥିପାଇଁ ସଫଳ ଯୋଜନା କରିବାକୁ ସକ୍ଷମ ହେଉଛନ୍ତି କି ନାହିଁ ।
ଏୟାର ଇଣ୍ଡିଆ ଓ ବାବୁ
ଏୟାର ଇଣ୍ଡିଆ ଏବେ ଦୁର୍ଘଟଣା, ଉଡ଼ାଣ ରଦ୍ଦ, ଉଡ଼ାଣ ବେଳେ ବୈଷୟିକ ତ୍ରୁଟି ଏବଂ ଅତ୍ୟଧିକ ଯାତ୍ରୀ ଭୟର କାହାଣୀଗୁଡ଼ିକ ଯୋଗୁ ଖବରର ଶିରୋନାମା ପାଲଟିଛି। ଏଭଳି ସମସ୍ୟାବହୁଳ ସ୍ଥିତିରେ, ନିକଟରେ ପ୍ରଶାସନିକ ବ୍ୟବସ୍ଥାରୁ ବାହାରିଆସିଥିବା ଜଣେ ଅବସରପ୍ରାପ୍ତ ବରିଷ୍ଠ ବାବୁ ଏୟାରଲାଇନ ଅଫିସର ଏକ ଆରାମଦାୟକ କାର୍ଯ୍ୟାଳୟକୁ ଯାଇପାରନ୍ତି ବୋଲି ଜଣାପଡ଼ିଛି। ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ଥିବା ଏକ ଏୟାରଲାଇନ ଚଳାଇବାକୁ ହେଲେ ଏକ ଭିନ୍ନ ଧରଣର କୌଶଳ ଜରୁରୀ। ସୂତ୍ରରୁ ଜଣାପଡ଼ିଛି, ଏହି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବିଭିନ୍ନ ବିଷୟରେ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରିବାରେ ଖ୍ୟାତି ରହିଛି। ଦେଖିବାକୁ ଅନେକ ସମୟରେ ଏୟାର ଇଣ୍ଡିଆର ଟଏଲେଟ ଜାମ ହେଉଛି ଏବଂ ଏଭଳି ସମସ୍ୟାର ସମାଧାନ ଆବଶ୍ୟକ । ଏୟାରଲାଇନ ପାଇଁ ଉତ୍ତରଦାୟିତ୍ୱ, ପ୍ରଶିକ୍ଷଣ ଓ ପରିଚାଳନାର ଅଧିକ ଆବଶ୍ୟକତା ରହିଛି। ଶେଷରେ ଏହା ପାଇଁ ଉତ୍ତମ ନେତୃତ୍ୱ ଦରକାର, ଯଦ୍ଦ୍ବାରା ଏହା ନକାରାତ୍ମକ ଖବରରୁ ଦୂରେଇ ରହିବ। ଯଦି ଏହାର ଅଧୋଗତିକୁ ରୋକା ନ ଯାଏ, ତେବେ ଜଣଙ୍କୁ ନିଯୁକ୍ତ କଲେ ସବୁ ସମସ୍ୟା ଦୂର ହେବ ନାହିଁ। ଏହାସହ ଏବେ କମ୍‌ କର୍ମଚାରୀଙ୍କୁ ନେଇ ଏୟାରଲାଇନ ଚାଲୁଛି। ଅଧିକ ରୁଟ୍‌ରେ ଚଲାଇବାର ପ୍ରତିଶ୍ରୁତି ଦେଇ ସେବା ଯୋଗାଇ ପାରୁନାହିଁ। କେବଳ କ୍ଷମତା କୈନ୍ଦ୍ରିକ ରଣନୀତି ଦ୍ୱାରା ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ନାହିଁ। ଯଦି ଏହି ଅବସରପ୍ରାପ୍ତ ବାବୁ ନୂଆ ଦୃଷ୍ଟିକୋଣ ନେଇ କାମ କରିବେ ଓ ମଙ୍ଗ ସମ୍ଭାଳିବେ, ତେବେ କିଛି ପରିବର୍ତ୍ତନ ଆଶା କରାଯାଇପାରେ। ଅନ୍ୟଥା, ଏୟାର ଇଣ୍ଡିଆର ତ୍ରୁଟିପୂର୍ଣ୍ଣ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯିବ।
ଘୋଷଣାରେ ଅଟକିଛି
ଗୁଡ୍ସ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ (ଜିଏସ୍‌ଟିଏଟି) ଡିସେମ୍ବର ୨୦୨୪ ସୁଦ୍ଧା ସକ୍ରିୟ ଭାବେ କାମ କରିବ ବୋଲି ମନେହେଉଥିଲା। ୨୦୨୫ ମଧ୍ୟଭାଗ ହୋଇଯାଇଥିଲେ ବି ଟ୍ରିବ୍ୟୁନାଲର ଅସ୍ତିତ୍ୱ ନ ଥିବା ଭଳି ଅନୁଭବ ହେଉଛି। ଏହା କେବଳ ପ୍ରତିଶ୍ରୁତିରେ ରହିଯାଇଛି, କାର୍ଯ୍ୟରେ ନୁହେଁ। ବଡ଼ ଧୁମ୍‌ଧାମରେ ଏହାକୁ ଆରମ୍ଭ କରାଯାଇ ୨୦୨୪ ଗ୍ରୀଷ୍ମ ସମୟରେ ଆକର୍ଷକ ବିଜ୍ଞାପନ, ଚୟନ କମିଟି ସହ ଶହେରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ସାକ୍ଷାତ୍‌କାର ନିଆଯାଇଥିଲା। କିନ୍ତୁ ଏହା କାମ କରିବା ଆରମ୍ଭବେଳକୁ ଆମ ବାବୁମାନେ ଅଟକାଇଦେଲେ। ଏହା ସ୍ପଷ୍ଟ ଯେ, କମିଟିର ସଦସ୍ୟମାନେ ବୈଠକର ବିବରଣୀରେ ସ୍ବାକ୍ଷର କରିବାକୁ ସୁଯୋଗ ପାଇଲେ ନାହିଁ। ପରେ ପ୍ରକ୍ରିୟାର ପ୍ରମୁଖ ସଞ୍ଚାଳକ ତଥା ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା ମଞ୍ଚ ଛାଡ଼ିଦେଇ ଆର୍‌ବିଆଇ ଗଭର୍ନର ଭାବେ ଦାୟିତ୍ୱ ନେଲେ। ପ୍ରକ୍ରିୟା ଆଉ ଆଗେଇପାରିଲା ନାହିଁ। ମେ ୨୦୨୫ରେ ଆଉ ଏକ ଚୟନ ପ୍ରକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେତେବେଳେ ଜଣେ ନ୍ୟାୟିକ ଆଶାୟୀ ଓଡ଼ିଶା ହାଇକୋର୍ଟକୁ ଚାଲିଗଲେ। ଫଳରେ ପୁନର୍ବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅଟକି ଗଲା। ଏବେସୁଦ୍ଧା କୌଣସି ନିଯୁକ୍ତି ହୋଇପାରିଲା ନାହିଁ। ଟ୍ରିବ୍ୟୁନାଲରେ ୭୨ ଜଣ ସଦସ୍ୟ ଦରକାର, କିନ୍ତୁ ଏବେସୁଦ୍ଧା ଜଣେ ବି ନାହାନ୍ତି ଏବଂ ଏହାର ସ୍ଥିତି ବିଷୟରେ ନ କହିବା ଭଲ। ଜିଏସ୍‌ଟି ଆରମ୍ଭ ହେବାର ୮ ବର୍ଷ ପରେ ମଧ୍ୟ ଆମେ ଟ୍ରିବ୍ୟୁନାଲ ପାଇଁ ଅପେକ୍ଷା କରି ରହିଛୁ, ଯାହା କୋର୍ଟଗୁଡ଼ିକ ଉପରେ ରହୁଥିବା ଅଧିକ ବୋଝକୁ ହାଲୁକା କରିପାରିବ। କିନ୍ତୁ ଏହା ଏବେ ବି ଦ୍ୱନ୍ଦ୍ୱରେ ରହିଛି। ଏକ ମହତ୍ତ୍ୱପୂର୍ଣ୍ଣ ଭାରତୀୟ ସଂସ୍ଥା କେବଳ ଘୋଷଣାରେ ଅଟକି ଯାଇଛି।

ଦିଲ୍ଲୀକା ବାବୁ
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri