Categories: ବାଣିଜ୍ୟ

ଜାନୁୟାରୀ ୨ରୁ ନୂଆ ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ୱର,୩୧ା୧୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂତନ ବର୍ଷର ପରିପ୍ରେକ୍ଷୀରେ ମେଗା ଓଡ଼ିଆ ନୂଆ ଧାରାବାହିକ ପ୍ରସାରଣ କରିବାକୁ ଯାଉଛି। ଏପରିକି ଆସନ୍ତା ଜାନୁୟାରୀ ୨ରୁ ଜୀ ସାର୍ଥକର ନୂଆ ଧାରାବାହିକ ‘ତୁ ଖରା ମୁଁ ଛାଇ’ର ପ୍ରସାରଣ ସୋମବାରରୁ ଶନିବାର ରାତି ୮ଟା ୩୦ରେ ହେବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ବିଶେଷକରି ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ଧାରାବାହିକଟି ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ମାନିନୀ ଏପରି ଏକ ଚରିତ୍ର ଯେ ସେ ଯୁଆଡ଼େ ଯାଏ କିଛି ନା କିଛି ବିଗାଡ଼ିଦିଏ। ଏପରିକି ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର ହୋଇଥାଏ। ଉକ୍ତ କାହାଣୀର ଏହି ଦୁଇ ଭିନ୍ନ ଚରିତ୍ର କିପରି ଆଗକୁ ବଢୁଛନ୍ତି, କାରଣ ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି ଭାବେ କାର୍ଯ୍ୟ କରିଥାଏ। ଏମାନଙ୍କ ଯୋଡ଼ି ବନିବ ତ, ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡ଼ି ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ ବୋଲି କୁହାଯାଉଛି। ସେହିଭଳି ମାନିନୀ କ’ଣ ଏତେ କମ୍‌ ବୟସର ଶାଶୁ ହୋଇ ୩ବୋହୂଙ୍କୁ ନେଇ ପରିବାର ସମ୍ଭାଳିବ ପାରିବ। ଏଭଳି କିଛି ବିଷୟକୁ ନେଇ ‘ତୁ ଖରା ମୁଁ ଛାଇ’ର କାହାଣୀ ଗତିଶୀଳ ହେଉଛି। ସେହିପରି ଓଡ଼ିଆ ଧାରାବାହିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା କାହାଣୀକୁ ନେଇ ନିର୍ମିତ ଉକ୍ତ ଧାରାବାହିକଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଧାରାବାହିକର ମୁଖ୍ୟ ଚରିତ୍ର ମାନିନୀ ଭୂମିକାରେ ସ୍ମୃତି ଓ ଅଭିମନ୍ୟୁ ଭୂମିକାରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଜଣାପଡ଼ିଛି।

Share