ନୂଆ ନିର୍ବାଚନ କମିଶନର

ଜାତୀୟ ଓ ରାଜ୍ୟ ସ୍ତରରେ ହେଉଥିବା ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବା ଦାୟିତ୍ୱ ଭାରତର ନିର୍ବାଚନ କମିଶନ (ଇସିଆଇ) ଉପରେ ନ୍ୟସ୍ତ କରାଯାଇଛି। ଏକ ସ୍ବୟଂଶାସିତ ସାମ୍ବିଧାନିକ କର୍ତ୍ତୃପକ୍ଷ ଭାବେ ଇସିଆଇ ଲୋକ ସଭା, ରାଜ୍ୟ ସଭା, ରାଜ୍ୟ ବିଧାନସଭା, ରାଜ୍ୟ ବିଧାନ ପରିଷଦ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଅନୁଷ୍ଠିତ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନିଭାଇଥାଏ। ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଏହା କାର୍ଯ୍ୟ କରେ। ସର୍ବୋଚ୍ଚ ନ୍ୟାୟପାଳିକା, କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି), କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ ଭଳି ଇସିଆଇ ଉଭୟ ସ୍ବାୟତ୍ତତା ଓ ସ୍ବାତନ୍ତ୍ର୍ୟ ବହନ କରୁଥିବାରୁ ଏହାର ନିରପେକ୍ଷତା ସର୍ବଦା ଗୁରୁତ୍ୱ ବହନ କରିଥାଏ। ହେଲେ ନିର୍ବାଚନ କମିଶନରେ ଥିବା ବ୍ୟକ୍ତିଙ୍କ କାର୍ଯ୍ୟ ସନ୍ତୋଷଜନକ ନ ହେଲେ ଏହା ପକ୍ଷପାତିତା ଅଭିଯୋଗର ଶିକାର ହୋଇଥାଏ। ଆଜିର ଜଟିଳ ରାଜନୈତିକ ବାତାବରଣରେ ନିର୍ବାଚନ କମିଶନ ତାହାର ସାଙ୍କଟିଟି ବା ପବିତ୍ରତା ବଜାୟ ରଖିବା ଅତୀବ ଆବଶ୍ୟକ ହୋଇପଡ଼ିଲାଣି।
ଇସିଆଇର ଢାଞ୍ଚା ଦେଖିଲେ ସେଥିରେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ଜଣ ନିର୍ବାଚନ କମିଶନର ପଦବୀ ରଖାଯାଇଛି। ନିକଟରେ ନିର୍ବାଚନ କମିଶନର ଥିବା ଅଶୋକ ଲାଭାସା ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ ଅମଲାତନ୍ତ୍ରୀ ରାଜୀବ କୁମାରଙ୍କୁ ସେହି ପଦରେ ଅବସ୍ଥାପିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଅଶୋକ ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି)ର ଭାଇସ୍‌ ପ୍ରେସିଡେଣ୍ଟ ଭାବେ ଯୋଗ ଦେବାକୁ ଥିବାରୁ ତାଙ୍କୁ ନିର୍ବାଚନ କମିଶନର ପଦ ତ୍ୟାଗ କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ନୂଆ ନିର୍ବାଚନ କମିଶନର ଭାବେ ରାଜୀବଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଦେବା ପରେ ସେ ୩୧ ଅଗଷ୍ଟରେ ଦାୟିତ୍ୱ ନେବେ।
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ୧୯୮୪ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର ଅଧିକାରୀ ରାଜୀବ ନିର୍ବାଚନ କମିଶନର ପଦରେ ୨୦୨୫ ପର୍ଯ୍ୟନ୍ତ ରହିବେ। ସମ୍ଭବତଃ ୨୦୨୪ ଲୋକ ସଭା ନିର୍ବାଚନରେ ସେ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ତୁଲାଇପାରନ୍ତି। ନିୟମ ଅନୁଯାୟୀ ଜଣେ ନିର୍ବାଚନ କମିଶନର ତାଙ୍କ ପଦବୀରେ ୬ ବର୍ଷ କିମ୍ବା ବୟସ ୬୫ ହେବା ଯାଏ ରହିପାରିବେ। ରାଜୀବ ଫେବୃୟାରୀ ୧୯୬୦ରେ ଜନ୍ମଗ୍ରହଣ କରିଥିବାରୁ ସେ ମୁଖ୍ୟ ହେବା ସମ୍ଭାବନା ରହିଛି। ସେ ଏବେ ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକ୍‌ଶନ ବୋର୍ଡ (ପିଇଏସ୍‌ବି)ର ଅଧ୍ୟକ୍ଷ ରହିଛନ୍ତି। ପୂର୍ବରୁ ୧ ସେପ୍ଟେମ୍ବର ୨୦୧୭ରୁ ୨୯ ଫେବୃୟାରୀ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରରେ ଅର୍ଥ ସଚିବ ଥିଲେ। ଅର୍ଥ ଓ କାର୍ମିକ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କଲା ବେଳେ ବ୍ୟାଙ୍କିଙ୍କ୍‌ ଏବଂ ଅମଲାତାନ୍ତ୍ରିକ କାର୍ଯ୍ୟରେ ସେ ଅନେକ ସଂସ୍କାର ଆଣିଥିଲେ। ୨୦୧୭ରେ ମୁଖ୍ୟତଃ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସମେତ ଅଧିକାଂଶ ବ୍ୟାଙ୍କ ଯେତେବେଳେ କ୍ଷତିର ସମ୍ମୁଖୀନ ହୋଇଥିଲେ ସେତେବେଳେ ରାଜୀବ କୁମାର ଅର୍ଥସେବା ବିଭାଗରେ ନେଇଥିବା ମୌଳିକ ପରିବର୍ତ୍ତନ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା। ଏଥିସହିତ ପଦୋନ୍ନତି ଓ ନିଯୁକ୍ତି ଦିଗରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି (ଏସିସି)ରେ ଦେଖାଦେଉଥିବା ସମସ୍ୟା ସମାଧାନ ଓ କାର୍ଯ୍ୟକୁ ସୁଗମ କରିବାରେ ରାଜୀବଙ୍କ ଅବଦାନ ଅନେକ ରହିଛି। ତେବେ ନିର୍ବାଚନ କମିଶନର ଭଳି ଅତି ସମ୍ବେଦନଶୀଳ ପଦବୀ ଦାୟିତ୍ୱ ପୂର୍ବାପେକ୍ଷା ତାଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। କାରଣ ସାମ୍ବିଧାନିକ ନିୟମ ଦେଇ ଗତି କଲା ବେଳେ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ତୀକ୍ଷ୍ଣ ନଜର ତାଙ୍କ ପ୍ରତିଟି କାର୍ଯ୍ୟ ଉପରେ ନିବଦ୍ଧ ରହିବା ସ୍ବାଭାବିକ। ପୁଣି ଯଦି ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସେ ମୁଖ୍ୟ ନିର୍ବାଚନ କମିଶନର ପଦବୀରେ ଆସୀନ ହୋଇଯାଇଥିବେ ତାହା ହେଲେ ସେହି ଦାୟିତ୍ୱ ଅଧିକ ଆହ୍ବାନ ସୃଷ୍ଟି କରିବ। ରାଜୀବ କୁମାରଙ୍କ ପ୍ରଶାସନିକ କ୍ଷେତ୍ରରେ ବିଶେଷ ଦୂରଦୃଷ୍ଟି ରହିଥିବାରୁ ଓ ପୂର୍ବ ସମୟରେ ସେ ତୁଲାଇ ଆସିଥିବା କାର୍ଯ୍ୟଧାରାରେ ଅନେକ ପରିବର୍ତ୍ତନ ଆଣିପାରିଥିବାରୁ ଏଭଳି ସାମ୍ବିଧାନିକ ପଦବୀ ପରିଚାଳନା ତାଙ୍କ ପାଇଁ ନୂଆ ସୁଯୋଗ ଭାବେ ଉଭା ହେବ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri