ହାତୀ-ମଣିଷ ତିକ୍ତତା ରୋକିବା ପାଇଁ ନୂଆ ପ୍ରୟାସ

କେନ୍ଦଝର,୧୭ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ରୋକିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଥିବାରୁ ଆଗୁଆ ସୂଚନା ଦେବା ପାଇଁ ଆରମ୍ଭ ହୋଇଛି ଭଏସ୍‌ ଓ ଟେକ୍‌ଷ୍ଟ ମେସେଜ ବ୍ୟବସ୍ଥା। ଏଥିରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମୋବାଇଲରେ ଆଗୁଆ ମେସେଜ ଦିଆଯାଉଛି। ଫଳରେ ଲୋକମାନେ ସତର୍କ ହୋଇ ଘରୁ ପଦାକୁ ବାହାରିବେ ନାହିଁ କିମ୍ବା ଜଙ୍ଗଲକୁ ଯିବେ ନାହିଁ। ସେହିପରି ସତର୍କତା ଅବଲମ୍ବନ କରିବେ। ତେବେ ଅନେକ ଅଞ୍ଚଳରେ ଖରାପ ମୋବାଇଲ ନେଟଓ୍ବାର୍କ କାରଣରୁ ବା ବିଦ୍ୟୁତ ସମସ୍ୟା ଯୋଗୁ ମୋବାଇଲ ଚାର୍ଜ ନ ଥାଏ। ଏଣୁ ଏପରି ସ୍ଥାନରେ ଆଗୁଆ ମାଇକ ଯୋଗେ ସଚେତନତା ମଧ୍ୟ କରାଯାଉଛି।
ପ୍ରକାଶ ଯେ, କେନ୍ଦୁଝର ଜିଲାରେ ଶନିବାର ୧୪ଟି ଗ୍ରୁପରେ ପାଖାପାଖି ୧୩୭ ହାତୀ ଚଳପ୍ରଚଳ କରୁଛନ୍ତି। ଏଣୁ ୧୪ଟି ଗ୍ରୁପ ଉପରେ ହାତୀ ସ୍କ୍ବାଡ ନଜର ରଖିଥିବା ବେଳେ ମାଇକରେ ସୂଚନା ଦେବାକୁ ସ୍ବତନ୍ତ୍ର ମାଇକ ଦଳ ମଧ୍ୟ ରହିଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ଜଣାପଡ଼ିଛି ଯେ, କେନ୍ଦୁଝର ଡିଭିଜନରେ ବିଭିନ୍ନ ହାତୀ ଚଳପ୍ରଚଳ ଗ୍ରାମଗୁଡ଼ିକର ଲୋକଙ୍କ ଫୋନ୍‌ ନମ୍ବର ନେଇ ଡାଟା ବେସ୍‌ ପ୍ରସ୍ତୁତ କରାଯାଇଛି। ହାତୀ ଯେଉଁ ଅଞ୍ଚଳ ମୁହାଁ ହୋଇଥାଏ ସେହି ଅଞ୍ଚଳର ଲୋକଙ୍କୁ ମୋବାଇଲ ମେସେଜ ବା ଭଏସ ମେସେଜ ଦ୍ୱାରା ଆଗୁଆ ସୂଚନା ଦିଆଯାଇଥାଏ। ଫଳରେ ଲୋକମାନେ ଯାତାୟାତ କରନ୍ତି ନାହିଁ । ସେହିପରି ଏହି ମେସେଜ ସ୍ଥାନୀୟ ସରପଞ୍ଚ, ଜିଲା ପରିଷଦ ସଭ୍ୟା/ସଭ୍ୟ ବିଧାୟକ, ବିଡିଓ, ତହସିଲଦାରମାନଙ୍କୁ ମଧ୍ୟ ଦିଆଯାଇଥାଏ। ଫଳରେ ସମସ୍ତେ ହାତୀର ଗତିବଧି ଓ ଚଳପ୍ରଚଳ ବିଷୟରେ ଅବଗତ ରହିବା ସହ ସେମାନଙ୍କ ଦାୟିତ୍ୱବୋଧ ରହିବ। ସମସ୍ତେ ଆବଶ୍ୟକ ପଦକ୍ଷେପ ନେଇ ପାରିବେ ବୋଲି ଡିଏଫ୍‌ଓ କେନ୍ଦୁଝର ଏଚ୍‌.ଡି. ଧନରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri