ଏଚ୍‌ଏମ୍‌ଏସ୍‌ଆଇର ନୂତନ ଏଡିସନ ଉନ୍ମୋଚିତ

ଭୁବନେଶ୍ୱର, ୧୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ଏଡିସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ହୋଣ୍ଡା ହାଇନେସ୍‌ ସିବି୩୫୦ ଏବଂ ସିବି୩୫୦ଆର୍‌ଏସ୍‌ର ନୂତନ ଏଡିସନ୍‌କୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଉଭୟ ବାଇକ୍‌କୁ ଯଥାକ୍ରମେ ଲିଗାସି ଏଡିସନ୍‌ ଓ ନିଉ ହ୍ୟୁ ଏଡିସନ୍‌ରେ ଉପଲବ୍ଧ କରାଉଛି।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ଉତ୍ସବ ଋତୁ ପୂର୍ବରୁ ନୂଆ ହାଇନେସ୍‌ ସିବି୩୫୦ ଲିଗାସି ଏଡିସନ୍‌ ଓ ସିବି୩୫୦ଆର୍‌ଏସ୍‌ ନୂଆ ହ୍ୟୁ ଏଡିସନ୍‌କୁ ଭାରତ ବଜାରରେ ପ୍ରବେଶ (ଉନ୍ମୋଚନ) କରାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଉତ୍ସବର ବାସ୍ତବ ଭାବକୁ ଉପସ୍ଥାପନ କରି ହାଇନେସ୍‌ ସିବି୩୫୦ ଲିଗାସି ଏଡିସନ୍‌ ଓ ସିବି ୩୫୦ ଆର୍‌ଏସ୍‌ ନ୍ୟୁ ହ୍ୟୁ ଏଡିସନ୍‌ର ଶୁଭାରମ୍ଭ କରି ଆମେ ବହୁତ ଖୁସି ଅଛୁ। ଏହି ସ୍ବତନ୍ତ୍ର ହାଇନେସ୍‌ ସିବି ୩୫୦ ଓ ସିବି ୩୫୦ ଆର୍‌ଏସ୍‌ର ବୁକିଂ ସାରା ଭାରତରେ ଥିବା ବିଗ୍‌ୱିଙ୍ଗ୍‌ ଡିଲରଶିପ୍‌ରେ ଆରମ୍ଭ ହୋଇଛି ଏବଂ ଡେଲିଭରି ଖୁବ୍‌ଶୀଘ୍ର ଆରମ୍ଭ ହେବ। ବିଶେଷ କରି ଉଭୟ ମୋଟରସାଇକେଲରେ ଉନ୍ନତ ଡିଜିଟାଲ୍‌ ଆନାଲଗ୍‌ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍‌, ଆସିଷ୍ଟ୍‌ ସ୍ଲିପର କ୍ଲଚ୍‌ ଓ ହୋଣ୍ଡା ସିଲେକ୍ଟେବଲ୍‌ ଟର୍କ କଣ୍ଟ୍ରୋଲ୍‌ ଆଦି ରହିଛି। ଉଭୟ ଗାଡ଼ିରେ ୩୪୮.୩୬ ସିସି ଏୟାର କୁଲ୍‌ଡ, ୪-ଷ୍ଟ୍ରୋକ୍‌, ସିଙ୍ଗିଲ୍‌ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ଇଞ୍ଜିିନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri