Categories: ଜାତୀୟ

ମାଡ଼ି ଆସୁଛି ନୂଆ ବିପଦ: ଦିଲ୍ଲୀ ପାଲଟିଛି ମଶା ରାଜଧାନୀ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ନେଇ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ କରୋନା ସହିତ ଦିଲ୍ଲୀରେ ନୂଆ ବିପଦ ମାଡ଼ି ଆସୁଛି। ରାଜଧାନୀ ଦିଲ୍ଲୀରେ ମଶା ସଂଖ୍ୟା ଏବେ ୬ ଗୁଣାବୃଦ୍ଧି ପାଇଛି। ଦିଲ୍ଲୀ ମଶା ରାଜଧାନୀ ପାଲଟିଥିବା ଏଏପି ନେତା ଦୁର୍ଗେଶ ପାଠକ ଅଭିଯୋଗ କରିଛନ୍ତି। ଦିଲ୍ଲୀ ମହାନଗର ନିଗମ ଭାଜପା କବ୍‌ଜାରେ ରହିଛି। ମଶାତେଲ ସ୍ପ୍ରେ କରାଯିବା ଲାଗି ଆବଣ୍ଟିତ ହୋଇଥିବା ୧୦୦ କୋଟି ଟଙ୍କା ଭାଜପା ହେର୍‌ଫେର୍‌ କରିଥିବା ସେ କହିଛନ୍ତି। ମଶା ବଂଶ ବୃଦ୍ଧି ପାଉଥିବାରୁ ମାଲେରିଆ, ଡେଙ୍ଗୁ, ଚିକୁନ୍‌ଗୁନିଆ ଆଦି ରୋଗ ବ୍ୟାପିବାର ଆଶଙ୍କା ରହିଛି। ଦିଲ୍ଲୀର ପଶ୍ଚିମ କ୍ଷେତ୍ରରେ ମଶା ମାନ୍ଦ୍ରତା ୭.୨ ୟୁନିଟ୍‌ ରହିଛି ବୋଲି ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ସେଣ୍ଟ୍ରାଲ ଜୋନ୍‌ରେ ଏହା ୬.୬ ୟୁନିଟ୍‌, ଦକ୍ଷିଣରେ ୫.୮ ୟୁନିଟ୍‌ ଏବଂ ନଜଫଗଡ଼ରେ ୪.୮ ୟୁନିଟ୍‌ ରହିଛି। ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଏସବୁ ଅଞ୍ଚଳରୁ ନମୁନା ସଂଗ୍ରହ କରାଯାଇ ସର୍ଭେ କରାଯାଇଥିଲା।

Share