ନୂତନ ପାଠ୍ୟକ୍ରମ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବ: ଅଧ୍ୟକ୍ଷ

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟସ୍ଥିତ ଇଗ୍ନୁ ଷ୍ଟଡି ସେଣ୍ଟରର ୨୦୨୬-୨୭ ଶିକ୍ଷାବର୍ଷର ପ୍ରବେଶ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷ କହିଥିଲେ ଯେ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୁ) ବିଶ୍ୱର ସର୍ବବୃହତ ମୁକ୍ତ ବିଶ୍ୱବିଦ୍ୟାଳୟ। ଏଠାରେ ଲକ୍ଷଲକ୍ଷ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ନୂତନ ପାଠ୍ୟକ୍ରମ ଓ ଶିକ୍ଷାର ସୁଯୋଗ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ସହ ଉଚ୍ଚଶିକ୍ଷାର ସ୍ବପ୍ନ ପୂରଣରେ ସହାୟକ ହେଉଛି।

ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ଓ କଲେଜର ବିତ୍ତ ଅଧିକାରୀ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ମିଶ୍ର, ଅଧ୍ୟାପିକା ସ୍ମରଣିକା ପାଢ଼ୀ, ଅଧ୍ୟାପିକା ସସ୍ମିତା କୁମାରୀ ଦାସ ଏବଂ ଛାତ୍ରୀଛାତ୍ର ଆଲୋଚନାରେ ଭାଗ ନେଇଥିଲେ।

ଅଧ୍ୟାପକ ବାବୁଲା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଇଗ୍ନୁ ଷ୍ଟଡି ସେଣ୍ଟରର କର୍ମଚାରୀ ପ୍ରଦୀପ କୁମାର ଖଣ୍ଡୁଆଳ, ପ୍ରସନ୍ନ ପ୍ରଧାନ, ବିନାୟକ ପ୍ରଧାନ ଓ ସୁଚିତ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share