Categories: ଜାତୀୟ

କରୋନାର ଆଉ ଏକ ମାରାତ୍ମକ ଭାରିଏଣ୍ଟ କାମ ନ କରିପାରେ ଭ୍ୟାକ୍ସିନ!

ନୂଆଦିଲ୍ଲୀ,୩୦ ।୮: ବିଶ୍ୱର ପ୍ରାୟ ସମସ୍ତ ଦେଶ ଏବେ କରୋନା ମହାମାରୀ ସହ ଲଢି ଚାଲିଛନ୍ତି । ଏପଟେ ଦେଶରେ କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବି ବଢି ଯାଇଛି । ଏବେ କିଛି ଦେଶରେ କରୋନାର ଏକ ମାରାତ୍ମକ ଭାରିଏଣ୍ଟ ସାମ୍ନାକୁ ଆସିଥିବା କୁହାଯାଉଛି । କୁହାଯାଉଛି କି ଏହି ଭାରିଏଣ୍ଟ ପ୍ରଥମଠାରୁ ଭାରି ମାରାତ୍ମକ ଓ ଏଥିରେ ଭ୍ୟାକ୍ସିନ କାମ କରି ନ ପାରେ । ଦକ୍ଷିଣ ଆଫ୍ରିକାରେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର କମ୍ୟୁନିକେବଲ ଡିଜିଜ(ଏନ୍‌ଆଇସିଡି) ଓ କ୍ୱାଜୁଲୁ ନେଟଲ ରିସର୍ଚ୍ଚ ଇନୋଭେଶନ ଆଣ୍ଡ ସିକ୍ୱିଏନସିଂ ପ୍ଲାଟଫର୍ମର ବିଶେଷଜ୍ଞମାନେ ଦାବି କରିଛନ୍ତି କି କରୋନାର C.1.2 ଭାରିଏଣ୍ଟ ପ୍ରଥମେ ମେ’ ମାସରେ ସାମ୍ନାକୁ ଆସିଥିଲା । ଏହାପରେ ଅଗଷ୍ଟରେ ଚାଇନା, କଙ୍ଗୋ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ , ପର୍ତ୍ତୁଗାଲ ଓ ସ୍ୱିଜରଲ୍ୟାଣ୍ଡରେ ଦେଖା ଦେଇଥିଲା । ଏହାକୁ ଭାରିଏଣ୍ଟ ଅଫ୍ ଇନଟ୍ରେଷ୍ଟ ଶ୍ରେଣୀରେ ରଖାଯାଇଛି ।

Share