ମୁମ୍ବାଇରେ କରୋନାର ନୂଆ ଷ୍ଟ୍ରେନ୍‌!

ମୁମ୍ବାଇ,୧୦ ।୧: କରୋନା ଭ୍ୟାକ୍ସିନ ଆସିବା ପରେ ଏବେ ଅଧିକାଂଶ ଦେଶ ଟିକାକରଣ ପାଇଁ ବ୍ୟସ୍ତ ହୋଇ ପଡିଛନ୍ତି । ଏହାପରେ ବି ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଲୋକଙ୍କ ମନରେ ଆଉ ଏକ ଭୟ ସୃଷ୍ଟି କରିଛି । ଏବେ ଭାରତରେ ବି କରୋନାର ନୂଆ ଷ୍ଟ୍ରେନ୍ ପହଞ୍ଚି ସାରିଛି । ମୁମ୍ବାଇରେ ମିଳିଥିବା କରୋନାର ୩ ରୋଗୀଙ୍କ ନିକଟରେ କରୋନାର ନୂଆ ଷ୍ଟ୍ରେନ୍ ଥିବା କୁହାଯାଉଛି । ଟାଟା ମେମୋରିଆଲ ସେଣ୍ଟର ଏହି ନୂଆ ଷ୍ଟ୍ରେନର ଚିହ୍ନଟ କରିଛି । ଏମାନଙ୍କ ନିକଟରେ E484K  ମ୍ୟୁଟେଶନ ବାଲା ଭାରିଏଣ୍ଟ ଦେଖାଯାଇଛି । ବିଶେଷଜ୍ଞଙ୍କ କହିବା କଥା ହେଲା ଏହା ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଷ୍ଟ୍ରେନ ସହ ସମାନ । ଚିନ୍ତାର ବିଷୟ ହେଉଛି ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି ସୋମାନଙ୍କ ନିକଟରେ ତିଆରି ହୋଇଥିବା ଆଣ୍ଟିବଡି ନୂଆ ଷ୍ଟ୍ରେନ୍ ଉପରେ କିଛି କାମ ଦେବ ନାହିଁ । ସୂଚନାଯୋଗ୍ୟ, ଟାଟା ମେମୋରିଆଲ ସେଣ୍ଟରର ଡାକ୍ତର ନିଖିଲ ପାଟକର କହିଛନ୍ତି ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ୩ଟି ନୂଆ କିଷମ ଦେଖାଯାଇଛି (K417N, E484K, N501Y)  । ମୁମ୍ବାଇରେ ଯାହା ଦେଖାଯାଇଛି ତାହା ସେଥିମଧ୍ୟରୁ ଗୋଟିଏ । ୭ଶହ ସାମ୍ପଲ ମଧ୍ୟରୁ ୩ ଜଣଙ୍କ ଠାରେ ଏହା ମିଳିଛି । ବିଶ୍ୱର କେତେଜଣ ଏକ୍ସପର୍ଟଙ୍କ କହିବା କଥା ହେଲା ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ୍‌ଠାରୁ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ୍ ଅଧିକ ମାରାତ୍ମକ ।

Share