ଦିଲ୍ଲୀ ପରେ ଏବେ ନଏଡ଼ାରେ ବି ବିବାହ ଭୋଜିରେ ସାମିଲ ହେବେ  କେବଳ ଶହେ ଲୋକ

ନଏଡା,୨୧ ।୧୧: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ଗୌତମ ବୁଦ୍ଧ ନଗର ଜିଲା ପ୍ରଶାସନ ସତର୍କ ହୋଇ ଯାଇଛି । ଗୋଟିଏ ପଟେ ଦିଲ୍ଲୀ-ନଏଡ଼ା ସୀମାରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ର‌୍ୟାଣ୍ଡମ ଯାଞ୍ଚ କରୁଥିବା ବେଳେ ଅନ୍ୟପଟେ ଜିଲା ପ୍ରଶାସନ ବି ଏହାକୁ ନେଇ ସଚେତନ ହୋଇଯାଇଛି । ଏବେ ନଏଡ଼ା ପ୍ରଶାସନ କହିଛି ଏଣିକି ବିବାହ ଭୋଜିରେ କେବଳ ୧ଶହ ଲୋକ ସାମିଲ ହେବେ । ଯଦି ଏହାକୁ କେି ପାଳନ ନ କରେ ତେବେ ତାଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ବିବାହ ନୁହେଁ ଅନ୍ୟ ସମାରୋହରେ ବି ୧୦୦ରୁ ଅଧିକ ଲୋକ ଯୋଗ ଦେଇ ପାରିବେ ନାହିଁ । ସୂଚନାଯୋଗ୍ୟ, ଶୀତ ଆରମ୍ଭ ହେବା ପରେ ଓ ଦଶହରା ପରଠାରୁ ରାଜଧାନୀ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ କରୋନା ମାହାମାରୀ ପୁଣିଥରେ ବ୍ୟାପକ ହେବାରେ ଲାଗିଛି । ତେଣୁ ଏହାର ନିୟନ୍ତ୍ରଣ ପାଇଁ ଏବେ କୋଭିଡ ଗାଇଡ୍ ଲାଇନରେ ସରକାର କିଛିଟା ପରିବର୍ତ୍ତନ କରିବା ସହ ମାସ୍କ ପିନ୍ଧିବା, ସାନିଟାଇଜ କରିବା, ସାମାଜିକ ଦୂରତା ବଜାୟ ରଖିବା ଆଦିକୁ ବାଧ୍ୟତାମୂଳକ କରି ଦେଇଛନ୍ତି ।

Share