ଏପ୍ରିଲ ପରେ ଚାଇନାରେ ଏବେ ଚିହ୍ନଟ ହେଲେ ସର୍ବାଧିକ କରୋନା ସଂକ୍ରମିତ

ବେଜିଂ,୨୭।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। କରୋନା ଭାଇରସ କବଳରେ ବିଶ୍ୱର କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଲୋକ ସଂକ୍ରମିତ ମଧ୍ୟ ହୋଇଛନ୍ତି। ଗତବର୍ଷ ଡିସେମ୍ବରରୁ ଚାଇନାରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ କିଛିଦିନ ହେବ କିନ୍ତୁ ସେଠାରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିଲା। ଏପ୍ରିଲ ମାସ ବେଳକୁ ଚାଇନାରେ ସଂକ୍ରମିତ ହାର କମ୍‌ ହୋଇଥିବା ସେଠାକାର ସରକାର ଘୋଷଣା କରିବା ସହ ସାଧାରଣ ଜୀବନଯାତ୍ରା ମଧ୍ୟ ସ୍ବାଭାବିକ ହେବାରେ ଲାଗିଥିଲା। ଏବେ କିନ୍ତୁ ଏଠାରେ ପୁଣିଥରେ କରୋନା ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏପ୍ରିଲ ମାସ ପରେ ଏବେ ଚାଇନାରେ ସର୍ବାଧିକ ୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢି ଯାଇଛି। ସେଠାକାର ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ଚାଇନାର ଆଉ ୩ ଅଞ୍ଚଳରେ ପୁଣିଥରେ କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି।

Share