ଏଥର ନବମ, ଦଶମ ବହିରେ ନୂଆ ବିଷୟବସ୍ତୁ

କଟକ ଅଫିସ,୩୧।୭ : ନବମ ଓ ଦଶମ ଶ୍ରେଣୀ ବହିରେ ଏଥର ନୂଆ ବିଷୟବସ୍ତୁ ସ୍ତାନ ପାଇବ। ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ ମ୍ୟାନେଜମେଣ୍ଟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବ । ଭୂଗୋଳ ଓ ଲାଇଫ ସାଇନ୍ସ ବହିରେ ଏହି ଦୁଇ ବିଷୟବସ୍ତୁ ରହିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।ନୂତନ ପାଠ୍ୟକ୍ରମ, ବୋର୍ଡ ଓ୍ବେବ ସାଇଟରେ ଉପଲବ୍ଧ ହେବ । www.bseodisha.ac.in ଲଗଇନ କରି ନୂତନ ବିଷୟ ବସ୍ତୁ ଜାଣି ପାରିବେ ।
ଏ ନେଇ ସୂଚନା ଦେବା ପାଇଁ ସମସ୍ତ ଜିଲା ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।