ଛତ୍ରପୁର, ୧୬।୧୧(ଦଲ୍ଲୀପ ସାମଲ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଞ୍ଜାମ ସାଂଗଠନିକ ଜିଲାର ନୂତନ ଜିଲା କମିଟି ଘୋଷଣା କରାଯାଇଛି। ଦଳର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ କମିଟିକୁ ଅନୁମୋଦନ ପ୍ରଦାନ କରିବା ସହ ଏହାର ଘୋଷଣା କରିଛନ୍ତି।
ଘୋଷିତ ନୂତନ କମିଟିରେ ୨୦ ଜଣଙ୍କୁ ଜିଲା ଉପସଭାପତି, ୧୭ ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୧୧ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ଜାମ୍ମୁଲା ଶ୍ରୀନିବାସ ରାଓଙ୍କୁ ଜିଲାକୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।
ନୂତନ କମିଟିରେ ସନାତନ ବେହେରାଙ୍କୁ ଜିଲା ଉପସଭାପତି, ପ୍ରବାସୀ ପ୍ରଧାନଙ୍କୁ ଜିଲା ସାଧାରଣ ସମ୍ପାଦକ ଏବଂ ରାଜେଶ ସାହୁଙ୍କୁ ଜିଲା ସମ୍ପାଦକ ଭାବେ ସ୍ଥାନ ମିଳିଛି।
ନୂତନ କମିଟି ଘୋଷଣା ପରେ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ କର୍ମୀ ଓ ନେତାଙ୍କୁ ଏକଜୁଟ କରି ସଂଗଠନକୁ ଆଗକୁ ବଢ଼ାଇବା ଦିଗରେ ନୂତନ କମିଟି କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।