ଦିଗପହଣ୍ଡିରେ ଉଦ୍‌ଘାଟିତ ହେଲା ନୂଆ ଦେୱାନି କୋର୍ଟ   

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ନୂଆ ଦେୱାନି କୋର୍ଟ(ସିଭିଲ ଜଜ ସିନିୟର୍‌ ଡିଭିଜନ) ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ପୁରୁଣା କୋର୍ଟ ପରିସରରେ ଥିବା ଅସ୍ଥାୟୀ କୋଠାରେ ଏହି କୋର୍ଟ କାର୍ଯ୍ୟ କରିବ। ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଭିଡିଓ କନଫରେନସିଂ ମାଧ୍ୟମରେ ଏହାର ଶୁଭ ଉଦ୍‌ଘାଟନ କରିଥିଲେ।
ଉଦଘାଟନ ସମୟରେ ଗଞ୍ଜାମ ଜିଲା ପ୍ରଶାସନିକ ଦାୟିତ୍ୱରେ ରହିଥିବା ହାଇକୋର୍ଟ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ପ୍ରାରମ୍ଭିକ ସୂଚନା ଦେଇ ନୂଆ କୋର୍ଟ ଦିଗପହଣ୍ଡି ବାସିନ୍ଦା ତଥା ଆଇନଜୀବୀଙ୍କ ଦୀର୍ଘଦିନର ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହେବା ସହ ନ୍ୟାୟିକ ବ୍ୟବସ୍ଥାକୁ ଲୋକଙ୍କ ଅଧିକ ନିକଟତର କରାଯାଇପାରିବ ବୋଲି କହିଥିଲେ। ସେହିଭଳି ଦିଗପହଣ୍ଡି ନୂଆକୋର୍ଟ ଉଦଘାଟନୀ ସ୍ଥଳରେ ଗଞ୍ଜାମ ଜିଲା ଦୌରାଜଜ ଡ. ଭାଗ୍ୟଲକ୍ଷ୍ମୀ ରଥ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସୌଦାମିନୀ ସିଂ, ଦିଗପହଣ୍ଡି ବରିଷ୍ଠ ଦଓ୍ବୋନି ବିଚାରପତି ମହାଶ୍ବେତା ପରିଜା, ଦିଗପହଣ୍ଡି ଜେଏମ୍‌ଏଫ୍‌ସି କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ, ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ନ୍ୟାୟାଧିକାରୀ ସାରୋନ ବସ୍ତିଆ, କୋର୍ଟ ମ୍ୟାନେଜର ମୋନାଲିସା ମହାପାତ୍ର, ଜିଲା ଜଜ କୋର୍ଟ ଜି.ପି ପି.ନରସିଂହ ପାତ୍ର, ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଏସ.ପି ଡ଼. ଶର୍ବଣା ବିବେକ ଏମ, ପୂର୍ତ୍ତ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ସୋମନାଥ ତ୍ରିପାଠୀ, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ସଞ୍ଜିତ ପାଣିଗ୍ରାହୀ, ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ, ଚିକିଟି ଏସଡିପିଓ ବିଶ୍ବାମିତ୍ର ହରପାଲ, ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର, ବିଡିଓ ଅନାମିକା ପାଣ୍ଡେ, ପୂର୍ତ୍ତ ସହକାରୀ ଯନ୍ତ୍ରୀ ଇଂ. ସ୍ବରାଜ ପାଣିଗ୍ରାହୀ, ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଖେମୁଣ୍ଡି ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ, ସମ୍ପାଦକ ପ୍ରଦୀପ କୁମାର ନାୟକ, ସଂଘର ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟା, ସଦସ୍ୟ ଓ ବିଚାର ବିଭାଗୀୟ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri