ପହିଲାରୁ ନୂଆ ଚେକ୍‌ ପେମେଣ୍ଟ ନିୟମ

ନୂଆଦିଲ୍ଲୀ: ୨୦୨୧ ଜାନୁୟାରୀ ପହିଲାରୁ ନୂଆ ଚେକ୍‌ ପେମେଣ୍ଟ ନିୟମ ଲାଗୁ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କିଛି ମାସ ହେବ ‘ପଜିଟିଭ ପେ ସିଷ୍ଟମ’ ଲାଗୁ କରିଛି। ଉଲ୍ଲେଖଯୋଗ୍ୟ ଯେ, ନୂତନ ନିୟମ ଅନୁସାରେ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ପେମେଣ୍ଟ ଉପରେ କେତେକ ବିବରଣୀକୁ ପୁଣି ଥରେ ସ୍ପଷ୍ଟ କରିବାକୁ ହେବ। ନେଣଦେଣ କ୍ଷେତ୍ରରେ ହେଉଥିବା ବିଭିନ୍ନ ଜାଲ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ଏହା ବିକଶିତ କରାଯାଇଛି। ଏହା ଦ୍ୱାରା କ୍ଲିୟରିଂ ପାଇଁ ଆସୁଥିବା ଚେକ୍‌ର ନିର୍ଦ୍ଦିଷ୍ଟ ସୂଚନାକୁ ମିଳାଇବା ସହ ଯାଞ୍ଚ କରିବାରେ ସୁବିଧା ହୋଇପାରିବ। ବଡ ମୂଲ୍ୟର ଚେକ୍‌ ଲାଗି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପୁଣି ଥରେ ନିଶ୍ଚିତ କରାଇବାକୁ ହେବ। ଜାଲିଆତିକୁ ଧରିବା ଲାଗି ଏଭଳି ଏକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ମୁଦ୍ରାନୀତି କମିଟି ବୈଠକ ପରେ କହିଥିଲେ।
ଏହି ପ୍ରକ୍ରିୟାରେ ବ୍ୟକ୍ତି ଇଲେକଟ୍ରୋନିକ୍‌ ଉପାୟରେ ଚେକ୍‌ ଦାଖଲ କରିଥାନ୍ତି। ଏସ୍‌ଏମ୍‌ଏସ୍‌, ମୋବାଇଲ ଆପ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ଏଟିଏମ୍‌ ଭଳି ଚ୍ୟାନେଲ୍‌ ବ୍ୟବହାର କରି ଆବଶ୍ୟକ ତଥ୍ୟ ଯଥା ଚେକ୍‌ ନମ୍ବର, ତାରିଖ, ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ନାମ, ଆକାଉଣ୍ଟ ନମ୍ବର, ଉଲ୍ଲେଖ ହୋଇଥିବା ଅର୍ଥ ପରିମାଣ ଏବଂ ଅନ୍ୟ ସୂଚନା ଦେବାକୁ ପଡେ। ସିଟିଏସ୍‌ ବ୍ୟବସ୍ଥା ଦ୍ୱାରା ତଥ୍ୟ ଠିକ୍‌ ରହିଛି କି ନାହିଁ ଯାଞ୍ଚ କରାଯାଇଥାଏ। ଚେକ୍‌ ଦେଇଥିବା ବ୍ୟାଙ୍କ ଏବଂ ଚେକ୍‌ ଗ୍ରହଣ କରିଥିବା ବ୍ୟାଙ୍କ ମଧ୍ୟରେ ଯଦି କୌଣସି ଅସଙ୍ଗତି ରହିଥାଏ, ତେବେ ସିଟିଏସ୍‌ ଏହା ଧରିନିଏ। ପରେ ଏହାର ନିରାକରଣ ନେଇ ବ୍ୟବସ୍ଥା କରାଯାଏ। ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ)କୁ ସିଟିଏସ୍‌ ଅଧୀନରେ ପଜିଟିଭ ପେ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ବ୍ୟାଙ୍କଗୁଡିକୁ ଏହା ଉପଲବ୍ଧ ହେବା ପରେ ବର୍ତ୍ତମାନ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଉକ୍ତ ସୁବିଧା ଯୋଗାଇବେ। ଫଳରେ ୫ ଲକ୍ଷ କିମ୍ବା ଏହାଠାରୁ ଅଧିକ ମୂଲ୍ୟର ଚେକ୍‌ କ୍ଷେତ୍ରରେ ବ୍ୟାଙ୍କଗୁଡିକ ଏହାକୁ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ନେଇ ପାରନ୍ତି। ଯେଉଁ ଚେକ୍‌ସବୁ ନିୟମ ଅନୁପାଳନ କରୁଥିବେ ସେସବୁ ସିଟିଏସ୍‌ ଗ୍ରୀଡ୍‌ର ବିବାଦ ସମାଧାନ ବ୍ୟବସ୍ଥା ଅଧୀନରେ ବିଚାର ଲାଗି ଗ୍ରହଣ କରାଯିବ। ସିଟିଏସ୍‌ ନିୟମ ବାହାରେ ମଧ୍ୟ ଚେକ୍‌ ଗ୍ରହଣ ଏବଂ କ୍ଲିୟରିଂ କ୍ଷେତ୍ରରେ ବ୍ୟାଙ୍କ ସମାନ ପ୍ରକାର ବ୍ୟବସ୍ଥା ଗ୍ରହଣ କରିପାରିବେ। ପଜିଟିଭ ପେ ସିଷ୍ଟମ ନେଇ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ବ୍ୟାଙ୍କଗୁଡିକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri