ଇଣ୍ଡିଆନ୍‌ ବ୍ୟାଙ୍କର ନବୀକରଣ ଶାଖା ପରିସର ଉଦ୍‌ଘାଟିତ

ଭୁବନେଶ୍ୱର,୩।୩ (ଅଭୟ ଦାଶ): ଇଣ୍ଡିଆନ୍‌ ବ୍ୟାଙ୍କର ଗଞ୍ଜାମସ୍ଥିତ ଭେଜିପୁଟଠାରେ ଥିବା ପଥରା ଶାଖାର ନବୀକରଣ ପରିସର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଅରୁଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର (ପଥରା ଶାଖାର ନବୀକରଣ ପରିସର) ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଉଚ୍ଛବ ଚନ୍ଦ୍ର ପାତ୍ର,ଉପ-ଆଞ୍ଚଳିକ ମୁଖ୍ୟ ଅରକ୍ଷିତ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ଯୋଗଦେଇଥିବା ସମସ୍ତ ଗ୍ରାହକଙ୍କୁ ପାତ୍ର ଧନ୍ୟବାଦ ଜଣାଇବା ସହ ବିଭିନ୍ନ ବ୍ୟାଙ୍କିଙ୍ଗ୍‌ ଉପତ୍ାଦ ଯଥା: ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ଗୃହ ଋଣ, ଗାଡ଼ି ଋଣ, ଏମ୍‌ଏସ୍‌ଏମ୍‌ଇ ଉପତ୍ାଦ ଏବଂ ଇଣ୍ଡିଆନ୍‌ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍‌ ସେବା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ବ୍ୟାଙ୍କର ୩୦୦ ଓ ୪୦୦ ଦିନିଆ ମିଆଦୀ ଜମା ଉପରେ ବ୍ୟାଙ୍କର ଉଚ୍ଚତମ ସୁଧ ହାର ଉପରେ ସେ ବିସ୍ତୃତ ସୂଚନା ଦେଇଥିଲେ। ଅପରପକ୍ଷରେ ୨୪ଘଣ୍ଟିଆ ବ୍ୟାଙ୍କିଙ୍ଗ୍‌ ସେବା ନିମନ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମକୁ ଆପଣେଇବା ପାଇଁ ପାତ୍ର ସମସ୍ତ ଗ୍ରାହକଙ୍କୁ ନିବେଦନ କରିଥିଲେ। ପରିଶେଷରେ ପଥରା ଶାଖାର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ମାସରେ ଦେଶରେ ଖୋଲିଲା ୩୧ ଲକ୍ଷ ନୂଆ ଡିମାର୍ଟ ଆକାଉଣ୍ଟ, ୧୫ କୋଟି ପାର କଲା ମୋଟ ସଂଖ୍ୟା

ମୁମ୍ବାଇ,୧୩ା୪: ମାର୍ଚ୍ଚ ୨୦୨୪ ସୁଦ୍ଧା ଦେଶରେ ଡେମାଟ୍ ଆକାଉଣ୍ଟ ସଂଖ୍ୟା ୧୫୧ ନିୟୁତ (୧୫.୧ କୋଟି) କୁ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରେ ସମୁଦାୟ ୩.୧...

ହେଲଦି ଡ୍ରିଙ୍କ୍ସ ଶ୍ରେଣୀରୁ ହଟିଲା Bournvita , ସରକାର ଦେଲେ କଡ଼ା ଚେତାବନୀ

ନୂଆଦିଲ୍ଲୀ,୧୩।୪: ଉଦ୍ୟୋଗ ମନ୍ତ୍ରଣାଳୟ ଇ-ବାଣିଜ୍ୟ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ Bournvita ଏବଂ ଅନ୍ୟାନ୍ୟ ପାନୀୟକୁ ହେଲଦି ଡ୍ରିଙ୍କ୍‌ ଶ୍ରେଣୀରୁ ହଟାଇ ଦେଇଛି।...

ହ୍ୟାଣ୍ଡଲୁମ୍‌ ପୋଷାକର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୩।୪: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ ତଥା ହୋମ୍‌ ଗ୍ରାଉନ ବ୍ରାଣ୍ଡ୍‌ ‘ଅଙ୍କି’ର ପ୍ରଥମ ଅଫ୍‌ଲାଇନ ଷ୍ଟୋର ଭୁବନେଶ୍ୱରର ଜାଗମରା ଟ୍ରାଫିକ୍‌ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ୩୦୦ବର୍ଗଫୁଟ ପରିବ୍ୟାପ୍ତ...

ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ଉଦ୍‌ଘାଟିତ

ନୂଆଦିଲ୍ଲୀ,୧୩।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ତଥା ଜେଏସ୍‌ପି ଫାଉଣ୍ଡେଶନର ନୂତନ ପ୍ରକଳ୍ପ ‘ଜିନ୍ଦଲ ଜ୍ଞାନ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି...

ପି.ସି. ଚନ୍ଦ୍ରା ଜୁଏଲର୍ସର ପଣା ସଂକ୍ରାନ୍ତି କଲେକ୍ସନ

ଭୁବନେଶ୍ୱର,୧୩।୪: ପି.ସି.ଚନ୍ଦ୍ରା ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ‘ପଣା ସଂକ୍ରାନ୍ତି’ କଲେକ୍ସନର ଅନାବରଣ (ଉନ୍ମୋଚନ) ନିକଟରେ ହୋଇଯାଇଛି। ବିଶେଷକରି ସମସାମୟିକ ମହିଳାଙ୍କ ପାଇଁ...

ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୫%କୁ ହ୍ରାସ

ନୂଆଦିଲ୍ଲୀ,୧୩।୪: କ୍ରମାଗତ ଭାବେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଛି। ଏପରିକି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ୨୦୨୪...

ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର,୧୩।୪: ଓଡିଏମ୍‌ ବିଜ୍‌ନେସ୍‌ ସ୍କୁଲର ୧୪ତମ ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର...

ବଜାରରେ ଟିରାର ନୂତନ ଉତ୍ପାଦ

ଭୁବନେଶ୍ୱର,୧୩।୪: ରିଲାଏନ୍ସ ରିଟେଲର ପ୍ରମୁଖ ବ୍ରାଣ୍ଡ୍‌ ତଥା ‘ଟିରା’ର ନୂତନ ଉତ୍ପାଦ ‘ଟିରା ଟୁଲ୍‌ସ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri