Categories: ବାଣିଜ୍ୟ

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୯: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନୂତନ ଶାଖା (ବୌଦ୍ଧଗଡ଼ ଶାଖା) ବୌଦ୍ଧ ଜିଲାର ବୁଟୁପାଲି ରୋଡ୍‌ସ୍ଥିତ ଜାମୁ ଛକଠାରେ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବୌଦ୍ଧ ଜିଲାପାଳ ନୃସିଂହ ଚରଣ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଜିଲା ପରିଷଦର ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ର ଏବଂ ବୌଦ୍ଧଗଡ଼ ଶାଖାର ଶାଖା ପ୍ରବନ୍ଧକ ଶୁଭାଶିଷ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଉକ୍ତ ଶାଖା ଜରିଆରେ ଗ୍ରାହକମାନେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍‌ କାରବାର ଏବଂ ସେବା ପାଇପାରିବେ। ଏପରିକି ଗ୍ରାହକଙ୍କ ଆବଶ୍ୟକତା ଉପରେ ଶାଖା କାର୍ଯ୍ୟ କରିବ ବୋଲି ବ୍ୟାଙ୍କ ପକ୍ଷରୁ ମତବ୍ୟକ୍ତ କରାଯାଇଛି। ଉକ୍ତ ଶାଖାକୁ ମିଶାଇ ରାଜ୍ୟରେ ବ୍ୟାଙ୍କର ମୋଟ ୪୯ ଶାଖା କାର୍ଯ୍ୟ କରୁଛି।

Share