Categories: ବାଣିଜ୍ୟ

ତାଳଚେରରେ ବିଓଏମ୍‌ର ନୂତନ ଶାଖା

ଭୁବନେଶ୍ୱର,୨୦।୬: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଆଉ ଏକ ନୂତନ ଶାଖା ନିକଟରେ ଅନୁଗୋଳ ଜିଲାର ତାଳଚେରସ୍ଥିତ ବାଇପାସ୍‌ ଛକଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଜିଲାପାଳ ତଥା ଏସ୍‌ଡିଏମ୍‌ ବିଶ୍ୱରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓଏମ୍‌ ଭୁବନେଶ୍ୱରର ସିପିସି କମର୍ସିଆଲ ମୁଖ୍ୟ ରବିଶଙ୍କର କୁମାରଙ୍କ ସମେତ ତାଳଚେର ଶାଖାର ଶାଖା ପ୍ରବନ୍ଧକ ରୁଦ୍ଧିସୁନ୍ଦର ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ବିଓଏମ୍‌ର ଏହା ୪୫ ତମ ଶାଖା ହୋଇଥିବା ବେଳେ ଅନୁଗୋଳ ଜିଲାର ୨ୟ ଶାଖା।

Share