କେନ୍ଦୁଝର,୨୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ୨୦୨୫ ବ୍ୟାଚର ଆଇଏଏସ୍ ପ୍ରୋବେସନର ଜିତେନ୍ଦ୍ର କୁମାର ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ନଭେମ୍ବର ୨୩ ତାରିଖଠାରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ୨ସପ୍ତାହ ଧରି ଏହି ପଦବୀରେ କାମ କରିବେ ।
ଆଇଏଏସ ଅଧିକାରୀଙ୍କ ଟ୍ରେନିଂ ସମୟ ଅବଧିରେ କେନ୍ଦୁଝରଗଡ଼ ପୌରପାଳିକାର ନିବାହୀ ଅଧିକାରୀ ଲଲିତ କୁମାର ନାଏକ ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଜାରି ହୋଇଥିବା ବିଜ୍ଞପ୍ତି ନମ୍ବର ଏଚ୍ୟୁଡି-ମ୍ୟୁନିସିପାଲଟି-ଏଚ୍ଆର-୦୦୩୧-୨୦୨୦/୩୦୫୯୭ ଅନୁଯାୟୀ ଆଦେଶନାମା ପ୍ରକାଶ ପାଇଛି। ଏହି ଆଦେଶନାମା ଅନୁସାରେ ୨୦୨୫ ବ୍ୟାଚର ୬ଜଣ ଆଇଏଏସ ପ୍ରୋବେସନର ବିଭିନ୍ନ ପୌରପାଳିକାରେ ୨ ସପ୍ତାହ ପାଇଁ ତାଲିମ ନେବେ।