ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଦଳର ସଂଗଠନକୁ ଆହୁରି ମଜବୁତ କରିବା ସହ ଏସ୍.ସି ମୋର୍ଚ୍ଚାର କାର୍ଯ୍ୟକଳାପକୁ ଗ୍ରାମସ୍ତରରେ ସକ୍ରିୟ କରିବା ଲକ୍ଷ୍ୟରେ ଏହି ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି ।
ଶାନ୍ତନୁ ସେଠୀଙ୍କ ନିଯୁକ୍ତି ପରେ ଆନନ୍ଦପୁର ଅଞ୍ଚଳର ଭାଜପା କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ପରିବେଶ ଦେଖାଦେଇଛି । ବିଭିନ୍ନ ନେତା ଓ କର୍ମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ, ଆଗାମୀ ଦିନରେ ଦଳୀୟ ସଂଗଠନକୁ ଶକ୍ତିଶାଳୀ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା ପ୍ରକାଶ ପାଇଛି ।