Categories: ଜାତୀୟ

ଜଗନଙ୍କ କ୍ୟାବିନେଟରେ ଜାତି ସମୀକରଣ

ହାଇଦ୍ରାବାଦ,୧୦।୪: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ଏପ୍ରିଲ ୭ରେ ମନ୍ତ୍ରୀମଣ୍ଡଳ ଭାଙ୍ଗି ଦେଇଥିଲେ। ସୋମବାର ପୁଣି ମନ୍ତ୍ରୀମଣ୍ଡଳ ଗଠନ କରିବେ। ଜଗନଙ୍କ କ୍ୟାବିନେଟ ୨.୦ରେ ୨୫ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି।

ଜାତି ସମୀକରଣକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଉଥିବା ଜଣାପଡିଛି। ପୂର୍ବ ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪ ଜଣ ନେତା ଥିଲେ। ତେବେ ୨୫ଜଣଙ୍କ ମଧ୍ୟରେ ପୂର୍ବ ମନ୍ତ୍ରୀମଣ୍ଡଳର ୧୦ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ, ୨୦୧୯ ମେ ୩୦ରେ ଜଗନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଅଢେଇ ବର୍ଷ ପରେ କ୍ୟାବିନେଟ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଥିଲେ।

Share