ନୂଆ ଓ ପୁରୁଣା

ଦିନ ପରେ ଦିନ ବିତେ, ବର୍ଷ ପରେ ବର୍ଷ ଆସେ। ସମୟ ସ୍ରୋତରେ ଆଜିର ମୁହୂର୍ତ୍ତ କାଲିର ଅତୀତ ପାଲଟେ। ନୂଆକୁ ସ୍ବାଗତ କରିବାର ପରମ୍ପରା ଆମ ସଂସ୍କୃତିର ଏକ ପୁରୁଣା ବିଭବ। ସେମିତି ଦେଖିବାକୁ ଗଲେ ପୁରୁଣା-ନୂଆର ତାତ୍ତ୍ୱିକ ସମୀକ୍ଷା ଅତ୍ୟନ୍ତ ରୋଚକ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ନୂତନତ୍ୱ ଭରି ରହିଛି। ତା’ର ସନ୍ଧାନ କରିବା ପାଇଁ ଏକ ନୂତନ ଦୃଷ୍ଟିଭଙ୍ଗୀ ଆବଶ୍ୟକ। ପୁରୁଣାରୁ ଅନେକ ସମୟରେ ନୂତନ ଆବିଷ୍କାର ସମ୍ଭବ। ସୂର୍ଯ୍ୟ ସବୁ ଦିନ ଉଦୟ ହୁଏ। କିନ୍ତୁ ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଏକ ନୂତନ ଆଶା ଓ ସମ୍ଭାବନାର କିରଣ ଆଣେ। ପ୍ରତ୍ୟେକ ଅନୁଭୂତିରୁ ନୂତନ ଶିକ୍ଷା ମିଳେ, ଯାହା ଆମ ଚେତନା ଓ ଚରିତ୍ରକୁ ଏକ ନୂତନ ଦିଗ ଦେଇଥାଏ। ତେଣୁ ଏକ ନୂତନ ମାନସିକତା ସହ ଆମ ପାଇଁ କିଛି ବି ପୁରୁଣା ନୁହେଁ।
ନୂଆ ଓ ପୁରୁଣା ଉଭୟ ଜୀବନକୁ ପ୍ରଭାବିତ କରନ୍ତି। ବେଳେବେଳେ ପୁରୁଣା ସ୍ମୃତି ଆମକୁ ଆହ୍ଲାଦିତ କରେ। କେତେବେଳେ ଏ ବ୍ୟସ୍ତ ଜୀବନ ଏକ ପୁରୁଣା ଫଟୋ ପାଖରେ କିଛି ସମୟ ଅଟକି ଯାଏ। ମନ ବ୍ୟାକୁଳ ହୁଏ। କିଛି କ୍ଷଣ ପାଇଁ ପଛକୁ ଫେରିଯିବାକୁ ଇଚ୍ଛା ହୁଏ। କିନ୍ତୁ ସମୟ କେବେ ତା’ର ଗତି ବଦଳାଏ ନାହିଁ। ପଛକୁ ଫେରି ଚାହିଁଲେ ଜୀବନର ଗତି ଥମେ ନାହିଁ। କିନ୍ତୁ ସବୁ ସମୟରେ ମଣିଷ ପାଖରେ ନୂତନ ବିକଳ୍ପ ଉପଲବ୍ଧ ଥାଏ। ଆମେ ଅନେକ ଥର ଶୁଣନ୍ତି ଯେ ‘ପୁରୁଣା କଥା ଭାବି କ’ଣ ମିଳିବ?’ ବାସ୍ତବରେ ମଣିଷ ଜୀବନ ଗତିଶୀଳ ହେବା ଉଚିତ। ଗତି ହିଁ ପ୍ରଗତିର ମାପକ। କିନ୍ତୁ ପୁରୁଣା ଅନୁଭୂତିରୁ ଶିକ୍ଷା ନେଇ ଆମେ ନୂତନ ଯାତ୍ରା ଆରମ୍ଭ କରିବା ଦରକାର। କିଛି ନୂଆ କରିବା ପାଇଁ ପୁରୁଣା ଅନୁଭୂତି ଗରୁତ୍ୱପୂର୍ଣ୍ଣ। ଆମେ ଗଭୀର ଅନୁଶୀଳନ କଲେ ଜାଣିପାରିବା ଯେ ଆଜିର ସଫଳତା ପାଇଁ ଆମର ବିତିଯାଇଥିବା କାଲି କେତେ ଗୁରୁତ୍ୱ ବହନ କରେ। ମଣିଷର ସମ୍ପର୍କ ମଧ୍ୟ ନୂଆ-ପୁରୁଣା ଅନୁଭୂତି ଦ୍ୱାରା ପ୍ରଭାବିତ ହୁଏ। ଆମ ଭିତରୁ ଅନେକ ପୁରୁଣା ଅଭିମାନକୁ ଗୁରୁତ୍ୱ ଦେଇ ନିଜ କର୍ତ୍ତବ୍ୟକୁ ଭୁଲିଯାନ୍ତି। ଯେତେବେଳେ ଆମେ ବୁଝିପାରନ୍ତି, ସେତେବେଳେ ବହୁତ ଡେରି ହୋଇଯାଏ। ସମ୍ପର୍କକୁ ସଜାଡ଼ିବାକୁ ଗଲାବେଳକୁ ଆମେ ଆଉ ଲୋକମାନଙ୍କୁ ପାଆନ୍ତି ନାହିଁ। ସେମିତି ଏକ ନୂତନ ନିଷ୍ପତ୍ତି, ବ୍ୟବହାର ଓ ପରିଚୟ ମଧ୍ୟ ପୁରୁଣା ସମ୍ପର୍କକୁ ପ୍ରଭାବିତ କରେ। ତେବେ ପରିସ୍ଥିତି ଯାହା ହେଉନା କାହିଁକି, ଯଦି ଭଲପାଇବା ଥାଏ, ତା’ ହେଲେ ସମ୍ପର୍କ ଅତୁଟ ରହେ। ଏହି ଭଲପାଇବା ପୁରୁଣା ସ୍ମୃତି ଓ ନୂଆ ଅନୁଭୂତି ଭିତରେ ସେତୁ ବାନ୍ଧେ।
ନିକଟରେ ଏହି ଲେଖକ ପଢ଼ିଥିବା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଥିଲା। ଯାଜପୁରର ବୀରଭାନୁପୁର ଭଳି ଗ୍ରାମୀଣ ଅଞ୍ଚଳରେ ଅବସ୍ଥିତ ଏହି ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାଳୟ ଅନେକ ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ ଜନ୍ମଦେଇଛି। ଏକ ପ୍ରଗତିଶୀଳ ସମାଜର ଉଦ୍‌ଘୋଷକ ସାଜିପାରିଛି। ଏହି ଅବସରରେ ପ୍ରାୟ ପ୍ରତ୍ୟେକ ବର୍ଷର ପୁରାତନ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ନିଜର ପୁରୁଣା ସ୍ମୃତି ବାଣ୍ଟିଲେ। କହିବାର ଉଦ୍ଦେଶ୍ୟ ହେଉଛି ଏହି ପୁରୁଣା ସ୍ମୃତିର ଉତ୍ସବ ଏବେ ଏକ ନୂତନ ସ୍ମୃତିର ରୂପ ନେଇ ସମସ୍ତଙ୍କ ମାନସପଟ୍ଟରେ ବସା ବାନ୍ଧୁଛି। ପୁରୁଣା ଓ ନୂଆ ସମୟର ଦୁଇ ଗୋଟି ଅଭିନ୍ନ ରୂପ। ଦାର୍ଶନିକ ଦୃଷ୍ଟିଭଙ୍ଗୀରେ ଦେଖିଲେ, ନୂଆ କ୍ରମଶଃ ପୁରୁଣାରେ ବିଲୀନ ହୁଏ ଏବଂ ପୁରୁଣାରୁ ନୂତନତ୍ୱର ସନ୍ଧାନ ମିଳେ। ଏହି ନୂଆ-ପୁରୁଣାର ରାସ୍ତାରେ ଜୀବନ ଗତିଶୀଳ ହୁଏ।
ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସକଳ ହୃଦୟ-ଦୁର୍ବଳତାର ଊଦ୍ଧର୍‌ବକୁ ଉଠି କର୍ମ କରିବା ପାଇଁ ଉପଦେଶ ଦେଇଥିଲେ। ମଣିଷର ଶ୍ରେଷ୍ଠ ଶକ୍ତି ହେଉଛି ବିଶ୍ୱାସ। ସ୍ବାମୀ ବିବେକାନନ୍ଦଙ୍କ ଅନୁସାରେ, ନିଜ ଉପରେ ବିଶ୍ୱାସ ହିଁ ସକଳ ସଫଳତାର ପ୍ରକୃତ ଉତ୍ସ। ଅନେକ ସମୟରେ ଖୁସିର ସନ୍ଧାନରେ ଆମେ ଏଣେ ତେଣେ ଘୂରି ବୁଲନ୍ତି, କିନ୍ତୁ ପ୍ରକୃତ ଖୁସି ଆମ ଭିତରେ ରହିଛି। ସେଥିପାଇଁ ନିଜକୁ ଜାଣିବା, ଭଲପାଇବା ଓ ବିଶ୍ୱାସ କରିବାର ଇଚ୍ଛାଶକ୍ତି ସୃଷ୍ଟି ହେବା ଅପରିହାର୍ଯ୍ୟ। ମନ ଓ ବ୍ୟବହାରର ସୌନ୍ଦର୍ଯ୍ୟ ଆମ ଜୀବନକୁ ସୁନ୍ଦର କରେ। ତେଣୁ ସବୁ ସମୟରେ ଘୃଣା, ଈର୍ଷା, ପ୍ରତିଦ୍ୱନ୍ଦ୍ୱିତା ଓ ଶତ୍ରୁତା ବଦଳରେ ପ୍ରେମ, ବିଶାଳତା, କ୍ଷମା ଓ ସକାରାତ୍ମକ ଚରିତ୍ରର ଚୟନ କରିବା ଉଚିତ। ଆରିଷ୍ଟଟଲ ଏକଦା କହିଥିଲେ ”educating the mind without educating the heart is no education at all“। ଆମେ ବ୍ୟକ୍ତିଗତ ବା ବୃତ୍ତିଗତ ଜୀବନରେ ଯେତେ ଊର୍ଦ୍ଧ୍ୱକୁ ଗଲେ ମଧ୍ୟ ଆମର ମାନବିକତା ଓ ସହୃଦୟତା ହିଁ ଆମର ଅସଲ ପୁଞ୍ଜି। ପ୍ରତ୍ୟେକ ମହତ୍‌ ପ୍ରୟାସ ଅନେକ ବାଧା ନେଇ ଆସେ। କିନ୍ତୁ ସକାରାତ୍ମକ ମନୋଭାବ ଦ୍ୱାରା ତାହା ସାର୍ଥକ ହୋଇଥାଏ। ଆମ ହୃଦୟର ବିଶାଳତା ଆଗରେ ସବୁ ଆହ୍ବାନ ଛୋଟ ଲାଗେ। ତେଣୁ ଧୈର୍ଯ୍ୟ, ଉତ୍ସାହ ଓ ବିଶ୍ୱାସ କୌଣସି ପରିସ୍ଥିତିରେ ଊଣା ନ ହେବା ଦରକାର।
ଜୀବନରେ ସ୍ବପ୍ନର ଅଭାବ ନାହିଁ। ଗୋଟିଏ ସ୍ବପ୍ନ ଭାଙ୍ଗିଲେ ଆଉ ଗୋଟିଏ ଗଢ଼ିବାର ସାମର୍ଥ୍ୟ ଓ ସଂକଳ୍ପ ଆମ ଭିତରେ ରହିବା ଦରକାର। ଧନ, ମାନ, ଆସନ ଏସବୁ କ୍ଷଣସ୍ଥାୟୀ। ଆମର କାର୍ଯ୍ୟ ଓ ବ୍ୟବହାର ହିଁ ପରିଶେଷରେ ଆମର ଅସଲ ପରିଚୟ ପାଲଟେ। ଗୋଟିଏ ବ୍ୟକ୍ତି ସମସ୍ତଙ୍କ ପାଖରେ ତା’ର ଚେହେରା ଦ୍ୱାରା ଚିହ୍ନା ପଡ଼େ, ତା’ର କାର୍ଯ୍ୟ ଦ୍ୱାରା ଜଣାପଡ଼େ ଏବଂ ତା’ର ବ୍ୟବହାର ଦ୍ୱାରା ମନେପଡ଼େ। ଦେଖିବାକୁ ଗଲେ କୌଣସି ବିଶେଷ ଦିନ ବା ସମୟ ନୁହେଁ, ଅପିତୁ ପ୍ରତ୍ୟେକ ମୁହୂର୍ତ୍ତ ଆମ ପାଇଁ ମହତ୍ତ୍ବପୂର୍ଣ୍ଣ। ସମୟ କାହା ପାଇଁ ନିଜର ଗତି ବଦଳାଏ ନାହିଁ। ଏହା ଚିରନ୍ତନ ଢଙ୍ଗରେ ଅଗ୍ରସର ହୋଇଥାଏ। ଆମେ ସମୟକୁ ସ୍ବାଗତ କରିବା ସହ ନିଜ ଭିତରେ ନୂତନ ଉତ୍ସାହ, ଊର୍ଜା ଓ ଉଦ୍ୟମର ସନ୍ଧାନ କରି ପ୍ରତ୍ୟେକ ମୁହୂର୍ତ୍ତକୁ ଏକ ନୂତନ ଉତ୍ସବ ଭଳି ବଞ୍ଚିବା ଉଚିତ।
ଅଧ୍ୟାପକ, ରେଭେନଶା ବିଶ୍ୱବିଦ୍ୟାଳୟ, କଟକ
ମୋ:୯୪୩୭୯୫୮୦୧୪

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?