ନୂଆ ଓ ପୁରୁଣା

ଦିନ ପରେ ଦିନ ବିତେ, ବର୍ଷ ପରେ ବର୍ଷ ଆସେ। ସମୟ ସ୍ରୋତରେ ଆଜିର ମୁହୂର୍ତ୍ତ କାଲିର ଅତୀତ ପାଲଟେ। ନୂଆକୁ ସ୍ବାଗତ କରିବାର ପରମ୍ପରା ଆମ ସଂସ୍କୃତିର ଏକ ପୁରୁଣା ବିଭବ। ସେମିତି ଦେଖିବାକୁ ଗଲେ ପୁରୁଣା-ନୂଆର ତାତ୍ତ୍ୱିକ ସମୀକ୍ଷା ଅତ୍ୟନ୍ତ ରୋଚକ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ନୂତନତ୍ୱ ଭରି ରହିଛି। ତା’ର ସନ୍ଧାନ କରିବା ପାଇଁ ଏକ ନୂତନ ଦୃଷ୍ଟିଭଙ୍ଗୀ ଆବଶ୍ୟକ। ପୁରୁଣାରୁ ଅନେକ ସମୟରେ ନୂତନ ଆବିଷ୍କାର ସମ୍ଭବ। ସୂର୍ଯ୍ୟ ସବୁ ଦିନ ଉଦୟ ହୁଏ। କିନ୍ତୁ ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଏକ ନୂତନ ଆଶା ଓ ସମ୍ଭାବନାର କିରଣ ଆଣେ। ପ୍ରତ୍ୟେକ ଅନୁଭୂତିରୁ ନୂତନ ଶିକ୍ଷା ମିଳେ, ଯାହା ଆମ ଚେତନା ଓ ଚରିତ୍ରକୁ ଏକ ନୂତନ ଦିଗ ଦେଇଥାଏ। ତେଣୁ ଏକ ନୂତନ ମାନସିକତା ସହ ଆମ ପାଇଁ କିଛି ବି ପୁରୁଣା ନୁହେଁ।
ନୂଆ ଓ ପୁରୁଣା ଉଭୟ ଜୀବନକୁ ପ୍ରଭାବିତ କରନ୍ତି। ବେଳେବେଳେ ପୁରୁଣା ସ୍ମୃତି ଆମକୁ ଆହ୍ଲାଦିତ କରେ। କେତେବେଳେ ଏ ବ୍ୟସ୍ତ ଜୀବନ ଏକ ପୁରୁଣା ଫଟୋ ପାଖରେ କିଛି ସମୟ ଅଟକି ଯାଏ। ମନ ବ୍ୟାକୁଳ ହୁଏ। କିଛି କ୍ଷଣ ପାଇଁ ପଛକୁ ଫେରିଯିବାକୁ ଇଚ୍ଛା ହୁଏ। କିନ୍ତୁ ସମୟ କେବେ ତା’ର ଗତି ବଦଳାଏ ନାହିଁ। ପଛକୁ ଫେରି ଚାହିଁଲେ ଜୀବନର ଗତି ଥମେ ନାହିଁ। କିନ୍ତୁ ସବୁ ସମୟରେ ମଣିଷ ପାଖରେ ନୂତନ ବିକଳ୍ପ ଉପଲବ୍ଧ ଥାଏ। ଆମେ ଅନେକ ଥର ଶୁଣନ୍ତି ଯେ ‘ପୁରୁଣା କଥା ଭାବି କ’ଣ ମିଳିବ?’ ବାସ୍ତବରେ ମଣିଷ ଜୀବନ ଗତିଶୀଳ ହେବା ଉଚିତ। ଗତି ହିଁ ପ୍ରଗତିର ମାପକ। କିନ୍ତୁ ପୁରୁଣା ଅନୁଭୂତିରୁ ଶିକ୍ଷା ନେଇ ଆମେ ନୂତନ ଯାତ୍ରା ଆରମ୍ଭ କରିବା ଦରକାର। କିଛି ନୂଆ କରିବା ପାଇଁ ପୁରୁଣା ଅନୁଭୂତି ଗରୁତ୍ୱପୂର୍ଣ୍ଣ। ଆମେ ଗଭୀର ଅନୁଶୀଳନ କଲେ ଜାଣିପାରିବା ଯେ ଆଜିର ସଫଳତା ପାଇଁ ଆମର ବିତିଯାଇଥିବା କାଲି କେତେ ଗୁରୁତ୍ୱ ବହନ କରେ। ମଣିଷର ସମ୍ପର୍କ ମଧ୍ୟ ନୂଆ-ପୁରୁଣା ଅନୁଭୂତି ଦ୍ୱାରା ପ୍ରଭାବିତ ହୁଏ। ଆମ ଭିତରୁ ଅନେକ ପୁରୁଣା ଅଭିମାନକୁ ଗୁରୁତ୍ୱ ଦେଇ ନିଜ କର୍ତ୍ତବ୍ୟକୁ ଭୁଲିଯାନ୍ତି। ଯେତେବେଳେ ଆମେ ବୁଝିପାରନ୍ତି, ସେତେବେଳେ ବହୁତ ଡେରି ହୋଇଯାଏ। ସମ୍ପର୍କକୁ ସଜାଡ଼ିବାକୁ ଗଲାବେଳକୁ ଆମେ ଆଉ ଲୋକମାନଙ୍କୁ ପାଆନ୍ତି ନାହିଁ। ସେମିତି ଏକ ନୂତନ ନିଷ୍ପତ୍ତି, ବ୍ୟବହାର ଓ ପରିଚୟ ମଧ୍ୟ ପୁରୁଣା ସମ୍ପର୍କକୁ ପ୍ରଭାବିତ କରେ। ତେବେ ପରିସ୍ଥିତି ଯାହା ହେଉନା କାହିଁକି, ଯଦି ଭଲପାଇବା ଥାଏ, ତା’ ହେଲେ ସମ୍ପର୍କ ଅତୁଟ ରହେ। ଏହି ଭଲପାଇବା ପୁରୁଣା ସ୍ମୃତି ଓ ନୂଆ ଅନୁଭୂତି ଭିତରେ ସେତୁ ବାନ୍ଧେ।
ନିକଟରେ ଏହି ଲେଖକ ପଢ଼ିଥିବା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଥିଲା। ଯାଜପୁରର ବୀରଭାନୁପୁର ଭଳି ଗ୍ରାମୀଣ ଅଞ୍ଚଳରେ ଅବସ୍ଥିତ ଏହି ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାଳୟ ଅନେକ ପ୍ରତିଭାଶାଳୀ ବ୍ୟକ୍ତିତ୍ୱଙ୍କୁ ଜନ୍ମଦେଇଛି। ଏକ ପ୍ରଗତିଶୀଳ ସମାଜର ଉଦ୍‌ଘୋଷକ ସାଜିପାରିଛି। ଏହି ଅବସରରେ ପ୍ରାୟ ପ୍ରତ୍ୟେକ ବର୍ଷର ପୁରାତନ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ନିଜର ପୁରୁଣା ସ୍ମୃତି ବାଣ୍ଟିଲେ। କହିବାର ଉଦ୍ଦେଶ୍ୟ ହେଉଛି ଏହି ପୁରୁଣା ସ୍ମୃତିର ଉତ୍ସବ ଏବେ ଏକ ନୂତନ ସ୍ମୃତିର ରୂପ ନେଇ ସମସ୍ତଙ୍କ ମାନସପଟ୍ଟରେ ବସା ବାନ୍ଧୁଛି। ପୁରୁଣା ଓ ନୂଆ ସମୟର ଦୁଇ ଗୋଟି ଅଭିନ୍ନ ରୂପ। ଦାର୍ଶନିକ ଦୃଷ୍ଟିଭଙ୍ଗୀରେ ଦେଖିଲେ, ନୂଆ କ୍ରମଶଃ ପୁରୁଣାରେ ବିଲୀନ ହୁଏ ଏବଂ ପୁରୁଣାରୁ ନୂତନତ୍ୱର ସନ୍ଧାନ ମିଳେ। ଏହି ନୂଆ-ପୁରୁଣାର ରାସ୍ତାରେ ଜୀବନ ଗତିଶୀଳ ହୁଏ।
ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସକଳ ହୃଦୟ-ଦୁର୍ବଳତାର ଊଦ୍ଧର୍‌ବକୁ ଉଠି କର୍ମ କରିବା ପାଇଁ ଉପଦେଶ ଦେଇଥିଲେ। ମଣିଷର ଶ୍ରେଷ୍ଠ ଶକ୍ତି ହେଉଛି ବିଶ୍ୱାସ। ସ୍ବାମୀ ବିବେକାନନ୍ଦଙ୍କ ଅନୁସାରେ, ନିଜ ଉପରେ ବିଶ୍ୱାସ ହିଁ ସକଳ ସଫଳତାର ପ୍ରକୃତ ଉତ୍ସ। ଅନେକ ସମୟରେ ଖୁସିର ସନ୍ଧାନରେ ଆମେ ଏଣେ ତେଣେ ଘୂରି ବୁଲନ୍ତି, କିନ୍ତୁ ପ୍ରକୃତ ଖୁସି ଆମ ଭିତରେ ରହିଛି। ସେଥିପାଇଁ ନିଜକୁ ଜାଣିବା, ଭଲପାଇବା ଓ ବିଶ୍ୱାସ କରିବାର ଇଚ୍ଛାଶକ୍ତି ସୃଷ୍ଟି ହେବା ଅପରିହାର୍ଯ୍ୟ। ମନ ଓ ବ୍ୟବହାରର ସୌନ୍ଦର୍ଯ୍ୟ ଆମ ଜୀବନକୁ ସୁନ୍ଦର କରେ। ତେଣୁ ସବୁ ସମୟରେ ଘୃଣା, ଈର୍ଷା, ପ୍ରତିଦ୍ୱନ୍ଦ୍ୱିତା ଓ ଶତ୍ରୁତା ବଦଳରେ ପ୍ରେମ, ବିଶାଳତା, କ୍ଷମା ଓ ସକାରାତ୍ମକ ଚରିତ୍ରର ଚୟନ କରିବା ଉଚିତ। ଆରିଷ୍ଟଟଲ ଏକଦା କହିଥିଲେ ”educating the mind without educating the heart is no education at all“। ଆମେ ବ୍ୟକ୍ତିଗତ ବା ବୃତ୍ତିଗତ ଜୀବନରେ ଯେତେ ଊର୍ଦ୍ଧ୍ୱକୁ ଗଲେ ମଧ୍ୟ ଆମର ମାନବିକତା ଓ ସହୃଦୟତା ହିଁ ଆମର ଅସଲ ପୁଞ୍ଜି। ପ୍ରତ୍ୟେକ ମହତ୍‌ ପ୍ରୟାସ ଅନେକ ବାଧା ନେଇ ଆସେ। କିନ୍ତୁ ସକାରାତ୍ମକ ମନୋଭାବ ଦ୍ୱାରା ତାହା ସାର୍ଥକ ହୋଇଥାଏ। ଆମ ହୃଦୟର ବିଶାଳତା ଆଗରେ ସବୁ ଆହ୍ବାନ ଛୋଟ ଲାଗେ। ତେଣୁ ଧୈର୍ଯ୍ୟ, ଉତ୍ସାହ ଓ ବିଶ୍ୱାସ କୌଣସି ପରିସ୍ଥିତିରେ ଊଣା ନ ହେବା ଦରକାର।
ଜୀବନରେ ସ୍ବପ୍ନର ଅଭାବ ନାହିଁ। ଗୋଟିଏ ସ୍ବପ୍ନ ଭାଙ୍ଗିଲେ ଆଉ ଗୋଟିଏ ଗଢ଼ିବାର ସାମର୍ଥ୍ୟ ଓ ସଂକଳ୍ପ ଆମ ଭିତରେ ରହିବା ଦରକାର। ଧନ, ମାନ, ଆସନ ଏସବୁ କ୍ଷଣସ୍ଥାୟୀ। ଆମର କାର୍ଯ୍ୟ ଓ ବ୍ୟବହାର ହିଁ ପରିଶେଷରେ ଆମର ଅସଲ ପରିଚୟ ପାଲଟେ। ଗୋଟିଏ ବ୍ୟକ୍ତି ସମସ୍ତଙ୍କ ପାଖରେ ତା’ର ଚେହେରା ଦ୍ୱାରା ଚିହ୍ନା ପଡ଼େ, ତା’ର କାର୍ଯ୍ୟ ଦ୍ୱାରା ଜଣାପଡ଼େ ଏବଂ ତା’ର ବ୍ୟବହାର ଦ୍ୱାରା ମନେପଡ଼େ। ଦେଖିବାକୁ ଗଲେ କୌଣସି ବିଶେଷ ଦିନ ବା ସମୟ ନୁହେଁ, ଅପିତୁ ପ୍ରତ୍ୟେକ ମୁହୂର୍ତ୍ତ ଆମ ପାଇଁ ମହତ୍ତ୍ବପୂର୍ଣ୍ଣ। ସମୟ କାହା ପାଇଁ ନିଜର ଗତି ବଦଳାଏ ନାହିଁ। ଏହା ଚିରନ୍ତନ ଢଙ୍ଗରେ ଅଗ୍ରସର ହୋଇଥାଏ। ଆମେ ସମୟକୁ ସ୍ବାଗତ କରିବା ସହ ନିଜ ଭିତରେ ନୂତନ ଉତ୍ସାହ, ଊର୍ଜା ଓ ଉଦ୍ୟମର ସନ୍ଧାନ କରି ପ୍ରତ୍ୟେକ ମୁହୂର୍ତ୍ତକୁ ଏକ ନୂତନ ଉତ୍ସବ ଭଳି ବଞ୍ଚିବା ଉଚିତ।
ଅଧ୍ୟାପକ, ରେଭେନଶା ବିଶ୍ୱବିଦ୍ୟାଳୟ, କଟକ
ମୋ:୯୪୩୭୯୫୮୦୧୪

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ନିର୍ବାଚନ ପୂର୍ବରୁ AAPକୁ ଲାଗିଲା ବଡ଼ ଝଟକା

ଚଣ୍ଡିଗଡ଼,୧।୧୧: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ଝଟକା ପାଇଛି। ପଟିଆଲା ଜିଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଦଳର ପ୍ରାଥମିକ ସଦସ୍ୟତାରୁ…

‘ମୋର କାମ ସମସ୍ତଙ୍କୁ ଖୁସି ରଖିବା ନୁହେଁ…’ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ କାହିଁକି ଏକଥା କହିବାକୁ ପଡ଼ିଲା?ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୧୧: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ସମସ୍ତଙ୍କୁ ଖୁସି ରଖିବା ତାଙ୍କ କାମ ନୁହେଁ। ଗମ୍ଭୀର ନିଜର ସ୍ପଷ୍ଟବାଦୀ ସ୍ବଭାବ ଏବଂ…

‘ରାହୁଲ ଦେଶର ବଦନାମ କରୁଛନ୍ତି’ ରାମଲୀଳା ମୈଦାନ ରାଲିକୁ ନେଇ ଜେ.ପି. ନଡ୍ଡାଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧।୧୧: ଭାଜପା ନେତା ଜେ.ପି. ନଡ୍ଡା ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନଭେମ୍ବର ୧ରେ ହେବାକୁ ଥିବା ଏହି ରାଲିକୁ…

ଖୋଲା ଛାତ ଥିବା ବସରେ ଗଲେ ରାହୁଲ ଗାନ୍ଧୀ, ଅଖିଳେଶ, ମମତା, ଫାରୁକ…

ନୂଆଦିଲ୍ଲୀ,୧।୧୧: ରାମଲୀଳା ମୈଦାନରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପୂର୍ବରୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖୋଲା ଛାତ ଥିବା ବସରେ ମିଣ୍ଟୋ ବ୍ରିଜ ଅଭିମୁଖେ…

ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ, ପ୍ରଶାସନ ପକ୍ଷରୁ ଖାଦ୍ୟ ବଣ୍ଟନ

ଗଞ୍ଜାମ, ୧।୧୧ (ଅନାଥ ତରାଇ): ଋଷିକୁଲ୍ୟା ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଅଷ୍ଟ୍ରେଲିଆର ପରାଜୟ ସମସ୍ତ ସମୀକରଣ ବଦଳାଇ ଦେଇଛି; ଜାଣନ୍ତୁ ଭାରତୀୟ ଦଳ କିପରି WTC ଫାଇନାଲରେ ପହଞ୍ଚିବ

ନୂଆଦିଲ୍ଲୀ,୧।୧୧: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୭୬ ରନରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହି ଫଳାଫଳ…

କଇଁ ଫୁଲ ତୋଳିବା ହେଲା କାଳ! ପୋଖରୀରେ ବୁଡ଼ି ୩ ଶିଶୁ ମୃତ, ଆଉ ଜଣେ ନିଖୋଜ ସନ୍ଦେହ

ନିଶ୍ଚିନ୍ତକୋଇଲି,୧।୧୧ (ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ…

କଲଭର୍ଟ ଧୋଇଗଲା, ଯାତାୟାତ ବନ୍ଦ ବାଇକ୍‌ ପାର୍‌ କରାଇବାକୁ ନେଉଛନ୍ତି ୨୦୦ ଟଙ୍କା

ରାଇକିଆ, ୩୧/୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପୋଲ ଭାଙ୍ଗିଯିବା ଯୋଗୁଁ ଜରୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?