Categories: ଜାତୀୟ

ନୂଆବର୍ଷରେ ଦେଶକୁ ମିଳିବ ନୂଆ ଏୟାର ଡିଫେନ୍ସ ଥିଏଟର କମାଣ୍ଡ…

ନୂଆଦିଲ୍ଲୀ,୧୪।୧୧ : ଆମେରିକା ଏବଂ ଚାଇନା ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଯୋଗୁ ଭାରତର ଥିଏଟର କମାଣ୍ଡ ଗଠନରେ ବିଳମ୍ବ ହୋଇଛି। କିନ୍ତୁ ନୂଆ ବର୍ଷରେ ଏକ ଥିଏଟର କମାଣ୍ଡ ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ଜଣାପଡିଛି ଯେ ଏହା ଏୟାର ଡିଫେନ୍ସ କମାଣ୍ଡ ହେବ। ବାୟୁସେନା ସହିତ ଏହାର ଆଲୋଚନା ପ୍ରାୟ ଶେଷ ହୋଇଛି। ବର୍ତ୍ତମାନ ବାୟୁସେନା ବ୍ୟତୀତ ବାୟୁ ପ୍ରତିରକ୍ଷା ସହ ଜଡିତ ନିଷ୍ପତ୍ତି ମଧ୍ୟ ସ୍ଥଳ ଏବଂ ନୌସେନା ନିଜ ନିଜ ଅଞ୍ଚଳରେ ଗ୍ରହଣ କରୁଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଦେଶରେ ପ୍ରତିଷ୍ଠା ହୋଇଥିବା ଏୟାର ଡିଫେନ୍ସ କମାଣ୍ଡ ପ୍ରଥମ ଥିଏଟର କମାଣ୍ଡ ହେବ। ମାର୍ଚ୍ଚ ୨୦୨୩ ପୂର୍ବରୁ ଏହା ରୂପ ନେବାର ଆଶା ରହିଛି। ଏହାର ନିର୍ଦ୍ଦେଶ ସମ୍ପୂର୍ଣ୍ଣ ରୂପେ ବାୟୁସେନା ଅଧୀନରେ ରହିବ। କେବଳ ବାୟୁସେନା ମୁଖ୍ୟ ଏହାର କାର୍ଯ୍ୟକ୍ଷମ ଅଧିକାର ପାଇବେ। ତେବେ ଥିଏଟର କମାଣ୍ଡର ଏକ ପୃଥକ ମୁଖ୍ୟ ମଧ୍ୟ ରହିବେ ଯିଏ ଏୟାର ମାର୍ଶଲ ପଦବୀର ଅଧିକାରୀ ହେବେ। ଥିଏଟର କମାଣ୍ଡ ଗଠନରେ ବାୟୁସେନା ପକ୍ଷରୁ କିଛି ଆପତ୍ତି କରାଯାଇଥିଲା। ସବୁଠୁ ବଡ ଆପତ୍ତି ଥିଲା ଯେ ଏହି ପ୍ରକାରର କମାଣ୍ଡ ଗଠନରେ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଅଧିକ ସ୍ତର ରହିବା ଉଚିତ ନୁହେଁ, ଯେଉଁ କାରଣରୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି। ତେବେ ବିଭିନ୍ନ ଆଲୋଚନା ଶେଷ ହୋଇଥିବାବେଳେ ଥିଏଟର କମାଣ୍ଡ ଗଠନ ତ୍ୱରାନ୍ବିତ ହୋଇଛି।

Share