ଏପ୍ରିଲ ୩ରୁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର,୧ା୪(ବ୍ୟୁରୋ): ଚଳିତମାସ ୩ ତାରିଖରୁ ନୂଆ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବ ବୋଲି ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୩ରୁ ୮ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁରହିବ। ସବୁ ପିଲା ଚଳିତବର୍ଷର ନୂଆ ପାଠପଢ଼ା ଆରମ୍ଭ କରିବେ।