ଖୋର୍ଦ୍ଧାରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୫୨ ଆକ୍ରାନ୍ତ

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ଜିଲାରେ ୪୩ ଏବଂ ଖୋର୍ଦ୍ଧା ପୌରାଞ୍ଚଳରେ ୯କୁ ମିଶାଇ ମୋଟ ୫୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିରୁ ଟାଙ୍ଗି ବ୍ଲକରୁ ସର୍ବାଧିକ ୧୬ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁରୁ ୧୩ଜଣ ରହିଛନ୍ତି। ବାଣପୁର ବ୍ଲକ ୩, ବୋଲଗଡ ବ୍ଲକ ୪, ମେଣ୍ଢାଶାଳ ୨, ଜଟଣୀ ବ୍ଲକ ୪, ବାଲକାଟୀ ବ୍ଲକରୁ ୧ ରହିଛନ୍ତି । ସେହିପରି ଖୋର୍ଦ୍ଧା ପୌରାଞ୍ଚଳ ଗୁରୁଜଙ୍ଗରୁ ୩, ଖୋର୍ଦ୍ଧା ବାଇପାସ/ପଲଟନ ପଡିଆ/ବରୁଣେଇରୁ ଜଣେ ଲେଖାଏଁ ରହିଥିବା ବେଳେ ଜମାଦେଇରୁ ୨ ଏବଂ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ରହିଛନ୍ତି ।