Categories: ଜାତୀୟ

‘ ସଚିନ, ଲତାଙ୍କ ଟୁଇଟ୍‌ ଉପରେ ହେବ ନାହିଁ ତଦନ୍ତ ’

ନାଗପୁର, ୧୫।୨ : ଭାରତରତ୍ନ ସଚିନ ତେନ୍ଦୁଲକର ଓ ଲତା ମାଙ୍ଗେସକରଙ୍କ ଉପରେ କୌଣସି ତଦନ୍ତ ହେବ ନାହିଁ। ଦେଶରତ୍ନଙ୍କ ସମ୍ପର୍କରେ ମୁଁ ଏଭଳି କହିନାହିଁ ବୋଲି ସୋମବାର କହିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ।

ଆମେ ଲତା ଦିଦିଙ୍କୁ ଭଗବାନଙ୍କ ଭଳି ସମ୍ମାନ ଦେଉ। ଦେଶବାସୀ ତେନ୍ଦୁଲକରଙ୍କୁ ଭଲ ପାଆନ୍ତି। ସେମାନଙ୍କ ବିରୋଧରେ ତଦନ୍ତ କରାଯିବାର ପ୍ରଶ୍ନ ଉଠୁ ନାହିଁ। ମୁଁ କେବଳ କହିଥିଲି, ସେଲିବ୍ରିଟିଙ୍କୁ ଟୁଇଟ୍‌ କରିବା ଲାଗି ଭାଜପା ଆଇଟି ସେଲ ସ୍କ୍ରିପ୍ଟ ପ୍ରଦାନ କରିଛି କି ନାହିଁ, ତାହାର ତଦନ୍ତ ହେବ। ରାଜ୍ୟର ଗୁଇନ୍ଦା ବିଭାଗ ଏହାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ସେଲିବ୍ରିଟିଙ୍କ ଟୁଇଟ୍‌ ପଛରେ ଭାଜପାର ଆଇଟି ସେଲ ମୁଖ୍ୟ ଓ ୧୨ ଜଣ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ବୋଲି ଦେଶମୁଖ କହିଛନ୍ତି।

ଉଲ୍ଲେଖଥାଉ କି, କେନ୍ଦ୍ର ସରକାରଙ୍କ ୩ ବିବାଦୀୟ ଆଇନ ବିରୋଧରେ ଚାଲିଥିବା କୃଷି ଆନ୍ଦୋଳନ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ ସଚିନ, ଲତାଙ୍କ ଭଳି ଦେଶର ପ୍ରମୁଖ ବ୍ୟକ୍ତି ଦେଶକୁ ଏକଜୁଟ ରହିବାକୁ ଯୁକ୍ତି ବାଢ଼ିଥିଲେ।

Share