କେବେହେଲେ ଘରେ ଲଗାନ୍ତୁ ନାହିଁ ଏସବୁ ଗଛ: ଲାଗି ରହିବ ଝଗଡ଼ା, ସ୍ବାସ୍ଥ୍ୟଗତ ସମସ୍ୟାରେ…

ଏପରି କିଛି ବୃକ୍ଷ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏଣୁ ଏହାକୁ କେବେହେଲେ ଘରେ ଲଗାଇବା ଉଚିତ ନୁହେଁ। ଯଦି ଏହା ଥାଏ ତେବେ ତାହାକୁ ଘରୁ ବାହାର କରିଦେବା ଉଚିତ। କାରଣ ଏହାଦ୍ୱାରା ଘରେ କଳିଝଗଡ଼ା ହେବାର ସମ୍ଭାବନା ଥାଏ। ଏହାସହ ପରିବାରର ସଦସ୍ୟ ମଧ୍ୟ ନାନାଦି ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରିଥାନ୍ତି।

କଲରା ଗଛ: କଲରା ପିତା ବୋଲି ସମସ୍ତେ ଜାଣନ୍ତି। ଏଣୁ ଏଥିରୁ ବାହାରୁଥିବା ଉର୍ଜା ମଧ୍ୟ ନକରାତ୍ମକ ହୋଇତାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଗଛକୁ କେବେହେଲେ ଘରେ ଲଗାନ୍ତୁ ନାହିଁ। ଏହାକୁୁ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ।

ଅଶ୍ୱସ୍ଥ ଗଛ: ଘରେ ଅଶ୍ୱସ୍ଥ ଗଛ ଲଗାଇବା ଉଚିତ ନୁହେଁ। ଯଦି ଏହା ଥାଏ ତେବେ ଏହାକୁ ହଟାଇ ମନ୍ଦିର ନଚେତ ବାହାର କୌଣସି ସ୍ଥାନରେ ଲଗାଇଦିଅନ୍ତୁ।

ଏହାଛଡ଼ା କାକ୍‌ଟସ୍‌ ଏବଂ କଦଳୀ ଗଛ ମଧ୍ୟ ଘରେ ଲଗାଇବା ଉଚିତ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। କାକଟସ୍‌ ଗଛ ଲଗାଇବା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସଙ୍କଟ ଦେଖାଦେଇଥାଏ।