Categories: ଜାତୀୟ

ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ବି ଚିନ୍ତା କରି ନ ଥିଲି: ରାଷ୍ଟ୍ରପତି…

ଲକ୍ଷ୍ନୌ/କାନପୁର/ଦେହାତ୍‌,୨୭।୬: ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି। ରବିବାର ଉତ୍ତରପ୍ରଦେଶ କାନପୁରର ଦେହାତ୍‌ ଜିଲାର ନିଜ ଜନ୍ମସ୍ଥଳୀ ପରୋଂଖ ଗାଁରେ ଏକ ସଭାରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି କହିଛନ୍ତି। ସ୍ବପ୍ନରେ ଚିନ୍ତା କରି ନ ଥିବା କଥା ଭାରତୀୟ ଲୋକତାନ୍ତ୍ରିକ ବ୍ୟବସ୍ଥା ଯୋଗୁ ସତ୍ୟରେ ପରିଣତ ହୋଇଥିବା ରାଷ୍ଟ୍ରପତି କହିଛନ୍ତି। ମାତୃଭୂମିର ପ୍ରେରଣା ଯୋଗୁ ଏହା ସମ୍ଭବ ହୋଇପାରିଛି। ରାଷ୍ଟ୍ରପତି ହେଲିକପ୍ଟରରୁ ଓହ୍ଲାଇ ଗାଁ ମାଟି ମଥାରେ ଲଗାଇଥିଲେ। ଏହାପରେ ଗାଁର ପଥରୀ ଦେବୀ ମନ୍ଦିରରେ ପୂଜା କରି ଗାଁ ଲୋକଙ୍କ ସହିତ ସାକ୍ଷାତ୍‌ କରିଥିଲେ। ପରେ ଏକ ସଭାରେ ଯୋଗ ଦେଇଥିଲେ।

Share