ଏମାନଙ୍କୁ କେବେବି ଭୁଲ୍‌ରେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନ ସହ ଜଡିତ ଅନେକ କଥା ବିଷୟରେ କହିଛନ୍ତି। ଲୋକେ ଚାଣକ୍ୟଙ୍କ ଏହି ନୀତକୁ ଅନୁସରଣ କରି ଅନେକ ଅସୁବିଧାରୁ ରକ୍ଷା ପାଇପାରିବେ। ଏହି ନୀତି କେବଳ ଲୋକଙ୍କୁ ସଫଳତାର ପଥରେ ନେଇଥାଏ ତାହା ନୁହେଁ। ମାତ୍ର ଏହାକୁ ଅନୁସରଣ କରି ଲେକେ ବ୍ୟବହାରିକ ଜ୍ଞାନ ପାଆନ୍ତି । ଏଥି ସହିତ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଏକ ଶ୍ଳୋକ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ କେଉଁମାନଙ୍କୁ ବିଶ୍ୱାସ କରିବା ଉଚିତ୍‌ ନୁହେଁ ବୋଲି ବର୍ଣ୍ଣନା ହୋଇଛି। ଜାଣନ୍ତୁ ସେ ସମ୍ପର୍କରେ….

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, କେବେ ନଦୀ ଉପରେ ବିଶ୍ୱାସ କରିବା ଉଚିତ୍‌ ନୁହେଁ। ନଦୀର ପ୍ରବାହ ବୁଝିବା କଷ୍ଟକର ହୋଇଥିବାରୁ ସେ ଏପରି କହିଛନ୍ତି।

ଅସ୍ତ୍ରଶସ୍ତ୍ର ଧରିଥିବା ଲୋକଙ୍କୁ ବିଶ୍ୱାସ କରିବା ମୂର୍ଖାମୀ ବୋଲି ଚାଣକ୍ୟ କହିଛନ୍ତି। ଏହିପରି ଲୋକଙ୍କ ଉପରେ ବିଶ୍ୱାସ କରି ଆପଣ ବିପଦକୁ ଡାକିଥାନ୍ତି।

ଏହା ବ୍ୟତୀତ ଚାଣକ୍ୟ କହିଛନ୍ତି ଯେ, ଶିଙ୍ଗ କିମ୍ବା ନଖ ଥିବା ପ୍ରଣୀଙ୍କ ଉପରେ ବିଶ୍ୱାସ କରିବା ବିପଜ୍ଜନକ ହୋଇପାରେ। ସେ କହିଛନ୍ତି ଯେ, ଏପରି ପ୍ରାଣୀ କୌଣସି ସମୟରେ କାହାକୁ କ୍ଷତି ପହଞ୍ଚାଇ ପାରନ୍ତି।

ଏଥି ସହିତ ଚାଣକ୍ୟ କହିଛନ୍ତି ଯେ, ଖରାପ ପ୍ରକୃତିର ମହିଳାମାନେ କେବଳ ନିଜର ସ୍ବାର୍ଥ ପ୍ରଦର୍ଶନ କରନ୍ତି। ନିଜ ସୁବିଧା ପାଇଁ, ସେ କାହାକୁ ବୋକା ବନାଇ ପାରନ୍ତି । ଏଥି ସହିତ ଚାଣକ୍ୟ ସରକାରୀ ସେବା ସହ ଜଡିତ ଥିବା ଲୋକଙ୍କୁ ମଧ୍ୟ ବିଶ୍ୱାସ କରିବାକୁ ମନା କରିଛନ୍ତି।