ଟ୍ରୋଲ ହେଉଛନ୍ତି ବିବେକ ଅଗ୍ନିହୋତ୍ରୀ

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’ ଗୀତକୁ କଟାକ୍ଷ କରି ଫସିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଅଭିନେତାଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି।

ଡିସେମ୍ବର ୧୨ରେ ‘ପଠାନ୍‌’ର ପ୍ରଥମ ଗୀତ ‘ବେଶର୍ମ ରଙ୍ଗ’ ରିଲିଜ ହୋଇଛି। ଏହାକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ହେଲେ ବିବେକଙ୍କୁ ଗୀତଟି ସେତେଟା ପସନ୍ଦ ଆସି ନ ଥିଲା। ଏହାକୁ ସିଧା ନ କହି ସେ ବୁଲାଇ ଏକ ଟୁଇଟ୍‌ କରିଥିଲେ। ଆଜିକାଲି ବଲିଉଡ ଗୀତଗୁଡ଼ିକ ଇନଷ୍ଟାଗ୍ରାମ ରିଲ୍‌ ପରି ହୋଇଗଲାଣି ବୋଲି ସେ କହିଥିଲେ।

ବିବେକଙ୍କ ଟୁଇଟ୍‌ର ମର୍ମ ବୁଝିବାକୁ ଡେରି କରି ନ ଥିଲେ ଶାହାରୁଖଙ୍କ ପ୍ରଶଂସକ। ଏହାପରେ ସେ ନିର୍ମାତାଙ୍କୁ ଟ୍ରୋଲକରିବା ଆରମ୍ଭ କରି ଦେଇଛନ୍ତି। ଦେଖନ୍ତୁ ସେଭଳି କିଛି ପ୍ରତିକ୍ରିୟା….

Share