ଦୁରାରୋଗ୍ୟରେ ପୀଡିତ ପିଲାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ: ଡଚ୍‌ ସରକାର ଦେଲେ ଅନୁମତି

ନେଦରଲାଣ୍ଡରେ କିଛି ପିଲା ଏବେ ଏକ ଅଜଣା ରୋଗ ବା ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇଛନ୍ତି। ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିପାରି ନାହିଁ। ଉକ୍ତ ଶିଶୁଙ୍କ ପରିବାର ଲୋକେ ସେମାନଙ୍କ କଷ୍ଟ ସହିପାରୁ ନାହାନ୍ତି କି ଦେଖି ମଧ୍ୟ ପାରୁ ନାହାନ୍ତି। ତେଣୁ ସେମାନେ ନିଜ ପିଲାମାନଙ୍କୁ ମୃତ୍ୟୁ ଦେବାକୁ ସରକାରଙ୍କ ଅନୁମତି ଲୋଡିଥିଲେ। ବର୍ତ୍ତମାନ ନେଦରଲ୍ୟାଣ୍ଡର ଡଚ୍‌ ସରକାର ଦୂରାରୋଗରେ ପୀଡିତ ପିଲାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଡାକ୍ତରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ପିଲାମାନଙ୍କୁ କିପରି ମୃତ୍ୟୁ ଦିଆଯିବ ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି।
ଏ ନେଇ ଡଚ୍‌ ସରକାର ସ୍ବାସ୍ଥ୍ୟମନ୍ତ୍ରୀ ଡି ଜୋଙ୍ଗ ସଂସଦଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ସେ ଦୁରାରୋଗ୍ୟରେ ପୀଡିତ ୧୨ ବଷର୍ର ପିଲାଙ୍କୁ ପରିବାରର ଇଚ୍ଛା ଅନୁଯାୟୀ ମୃତ୍ୟୁ ଦଣ୍ଡ ଦେବା ପାଇଁ ଆଇନରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ମନ୍ତ୍ରୀ କହିଛନ୍ତି, ଉକ୍ତ ରୋଗରେ ପୀଡିତ ପିଲାଙ୍କ ମା’ବାପା, ଯନ୍ତ୍ରଣା, ଆଥିିକ ଏବଂ ମାନସିକ ସମସ୍ୟାରେ ପୀଡିତ ହେଉଛନ୍ତି। ତେଣୁ ମା’ବାପାଙ୍କ ଏଭଳି ନିଷ୍ପତ୍ତି ଅନିବାର୍ଯ୍ୟ।

Share