ରୁଷିଆରେ ସମସ୍ତ ସେବା ବନ୍ଦ କଲା ନେଟଫ୍ଲିକ୍ସ

ମସ୍କୋ,୭ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଦୀର୍ଘ ୧୨ ଦିନର ଘମାଘୋଟ ଲଢେଇ ଭିତରେ ଛାରଖାର ହୋଇଗଲାଣି ୟୁକ୍ରେନ୍ । ଏପଟେ ରୁଷିଆର ଜିଦ୍ ଯୋଗୁ ଯୁଦ୍ଧ ବେଳକୁ ବେଳ ଆହୁରି ଭୟଙ୍କର ହେବାରେ ଲାଗିଛି । ତେବେ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲାଗୁଥିବାରୁ ଏହାବି ରୁଷିଆ ପାଇଁ ଚିନ୍ତାର କାରଣ ହେଲାଣି । ମିଳିଥିବା ସୂଚନା ଅନୁଯାୟୀ, ଏବେ ନେଟଫ୍ଲିକ୍ସ ରୁଷିଆରେ ତା’ର ସମସ୍ତ ସେବାକୁ ବନ୍ଦ କରିଦେଇଛି । ତେବେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଦେଖି ନେଟଫ୍ଲିକ୍ସ ରୁଷିଆରେ ତା’ର ସମସ୍ତ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଜଣେ ପ୍ରବକ୍ତା କହିଛନ୍ତି, ୟୁେକ୍ରେନ୍ ମାଟିରେ ରୁଷିଆର ଆକ୍ରମଣକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଫେବୃୟାରୀ ୨୪ରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଫଳରେ ଉଭୟ ପଟରୁ ବହୁ ଧନଜୀବନ କ୍ଷୟକ୍ଷତି ହୋଇ ସାରିଲାଣି । ଯୁଦ୍ଧ ବନ୍ଦ କରିବାକୁ ସାରା ବିଶ୍ୱ ଅପିଲ କରୁଥିବା ବେଳେ ରୁଷିଆ କିନ୍ତୁ ତା’ ଜିଦରୁ ଓହରିବାକୁ ପ୍ରସ୍ତୁତ ନୁହେଁ ।

Share