ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି। ତାଙ୍କ ଇସ୍ତଫା ଦାବିରେ ଇସ୍ରାଏଲ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସମୟରେ ବେଞ୍ଜାମିନଙ୍କ ବଡ଼ପୁଅ ୟାଇର୍‌ ନେତାନ୍ୟାହୁ ଗୋଟିଏ ପରେ ଗୋଟିଏ ଆପତ୍ତିଜନକ ଟୁଇଟ୍‌ କରି ବାପାଙ୍କ ସମସ୍ୟାକୁ ବଢ଼ାଇବାରେ ଲାଗିଛନ୍ତି। ନିକଟରେ ୟାଇର୍‌ ଦେବୀ ଦୁର୍ଗାଙ୍କୁ ଅପମାନିତ କରିଛନ୍ତି।
ସୋସିଆଲ ମିଡିଆରେ ସକ୍ରିୟ ରହି ବାପାଙ୍କ ରାଜନୀତି ସପକ୍ଷରେ ମତାମତ ଦେଉଥିବା ୨୯ ବର୍ଷୀୟ ୟାଇର ରବିବାର ଏକ ଟୁଇଟ୍‌ କରିଥିଲେ। ଏଥିରେ ସେ ହିନ୍ଦୁଧର୍ମର ଦେବୀ ଦୁର୍ଗାଙ୍କ ଫଟୋ ପୋଷ୍ଟ କରିଥିଲେ। ଉକ୍ତ ଫଟୋରେ ଲିଆଟ ବେନ୍‌ ଆରିଙ୍କ ମୁହଁ ରହିଥିଲା। ଲିଆଟ୍‌ ବେନ୍‌ ଆରି ହେଉଛନ୍ତି ନେତାନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ମାମଲା ଲଢ଼ୁଥିବା ଆଇନଜୀବୀ। ଫଟୋରେ ଦୁର୍ଗାଙ୍କ ୮ଟି ହାତ ରହିଛି ଓ ସେଥିରୁ ମଧ୍ୟମା ଅଙ୍ଗୁଳିଗୁଡ଼ିକ ଉପରକୁ ଉଠିଥିବା ଦେଖିବାକୁ ମିଳିଛି। ଦୁର୍ଗାଙ୍କ ବାହନ ବାଘର ମୁହଁ ବଦଳରେ ଆଟର୍ନି ଜେନେରାଲ ଅଭିଚାଇ ମେନଡେଲବିଟ୍‌ଙ୍କ ମୁହଁ ଉକ୍ତ ଫଟୋରେ ରହିଛି। ସେଥିରେ କ୍ୟାପ୍‌ଶନ ଲେଖାଯାଇଛି, ‘ଘୃଣ୍ୟ ବ୍ୟକ୍ତିମାନେ, ତୁମ ସ୍ଥାନ କେଉଁଠି ଜାଣ।’ ଭାରତୀୟମାନେ ଉକ୍ତ ଟୁଇଟ୍‌ ଦେଖିବା ପରେ ‘ଅତ୍ୟନ୍ତ ଅପମାନଜନକ’ ବୋଲି ଆପତ୍ତି ଉଠାଇଛନ୍ତି। ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ୟାଇର୍‌ ନିଜ କାର୍ଯ୍ୟ ପାଇଁ କ୍ଷମା ମାଗିଛନ୍ତି। ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି, ଇସ୍ରାଏଲ୍‌ର ସାମ୍ପ୍ରତିକ ରାଜନୀତିକୁ ସମାଲୋଚନା କରିବାକୁ ଯାଇ ସେ ଏପରି ବ୍ୟଙ୍ଗ କରିଥିଲେ। ହିନ୍ଦୁଧର୍ମ ସହିତ ଉକ୍ତ ଫଟୋର ସମ୍ପର୍କ ଥିବା ନେଇ ତାଙ୍କୁ ଜଣା ନ ଥିଲା। ଭାରତୀୟ ବନ୍ଧୁମାନଙ୍କ ପ୍ରତିକ୍ରିୟା ଆସିବା ପରେ ସେ ତାକୁ ହଟାଇ ଦେଇଥିବା ୟାଇର୍‌ ଏଥିରେ ଉଲ୍ଲେଖ କରିଛନ୍ତି। କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ଇସ୍ରାଏଲ ସରକାର ବିଫଳ ହୋଇଛନ୍ତି। ମେ’ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ଫଳରେ ଦେଶରେ ୨୧% ବେରୋଜଗାର ସମସ୍ୟା ବୃଦ୍ଧି ପାଇଛି। ଏଥିଯୋଗୁ ଦେଶର ଅର୍ଥନୀତି ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥିବା ଦର୍ଶାଇ ଦେଶବାସୀ ବିକ୍ଷୋଭ କରୁଛନ୍ତି। ବିଗତ କିଛି ସପ୍ତାହ ଧରି ଇସ୍ରାଏଲ୍‌ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରଧାନମନ୍ତ୍ରଙ୍କ ଜେରୁଜେଲମ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଜେରୁଜେଲମ୍‌ର ଏକ କୋର୍ଟରେ ଚଳିତ ମାସରୁ ଦୁର୍ନୀତି ମାମଲା ଚାଲି ଥିବାବେଳେ ଏହି ବିକ୍ଷୋଭ ଆହୁରି ଉଗ୍ର ହୋଇଛି। ୨୦୨୧ ଜାନୁୟାରୀରୁ ଶୁଣାଣି ହେବାକୁ ଥିବା ମାମଲାଗୁଡ଼ିକରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବେଞ୍ଜାମିନ ନେତାନ୍ୟାହୁ ଖଣ୍ଡନ କରିବା ସହ ନିଜେ ଏକ ବିରାଟ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଦର୍ଶାଇଛନ୍ତି। ନେତାନ୍ୟାହୁଙ୍କ ପରିବାର ଜନସାଧାରଣଙ୍କ ବିକ୍ଷୋଭକୁ ଖୋଲାଖୋଲି ଭାବେ ସମାଲୋଚନା କରୁଛନ୍ତି। ନେତାନ୍ୟାହୁଙ୍କ ପୁଅ ୟାଇର୍‌ ସରକାରର କୌଣସି ପଦ ପଦବୀରେ ନ ଥାଇ ସୁଦ୍ଧା ବିକ୍ଷୋଭ ବିରୋଧରେ ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri