ବିବାଦରେ ନେତାନ୍ୟାହୁ ବାପପୁଅ

ଜେରୁଜେଲମ୍‌,୨୯ା୭ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି। ତାଙ୍କ ଇସ୍ତଫା ଦାବିରେ ଇସ୍ରାଏଲ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସମୟରେ ବେଞ୍ଜାମିନଙ୍କ ବଡ଼ପୁଅ ୟାଇର୍‌ ନେତାନ୍ୟାହୁ ଗୋଟିଏ ପରେ ଗୋଟିଏ ଆପତ୍ତିଜନକ ଟୁଇଟ୍‌ କରି ବାପାଙ୍କ ସମସ୍ୟାକୁ ବଢ଼ାଇବାରେ ଲାଗିଛନ୍ତି। ନିକଟରେ ୟାଇର୍‌ ଦେବୀ ଦୁର୍ଗାଙ୍କୁ ଅପମାନିତ କରିଛନ୍ତି।
ସୋସିଆଲ ମିଡିଆରେ ସକ୍ରିୟ ରହି ବାପାଙ୍କ ରାଜନୀତି ସପକ୍ଷରେ ମତାମତ ଦେଉଥିବା ୨୯ ବର୍ଷୀୟ ୟାଇର ରବିବାର ଏକ ଟୁଇଟ୍‌ କରିଥିଲେ। ଏଥିରେ ସେ ହିନ୍ଦୁଧର୍ମର ଦେବୀ ଦୁର୍ଗାଙ୍କ ଫଟୋ ପୋଷ୍ଟ କରିଥିଲେ। ଉକ୍ତ ଫଟୋରେ ଲିଆଟ ବେନ୍‌ ଆରିଙ୍କ ମୁହଁ ରହିଥିଲା। ଲିଆଟ୍‌ ବେନ୍‌ ଆରି ହେଉଛନ୍ତି ନେତାନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ମାମଲା ଲଢ଼ୁଥିବା ଆଇନଜୀବୀ। ଫଟୋରେ ଦୁର୍ଗାଙ୍କ ୮ଟି ହାତ ରହିଛି ଓ ସେଥିରୁ ମଧ୍ୟମା ଅଙ୍ଗୁଳିଗୁଡ଼ିକ ଉପରକୁ ଉଠିଥିବା ଦେଖିବାକୁ ମିଳିଛି। ଦୁର୍ଗାଙ୍କ ବାହନ ବାଘର ମୁହଁ ବଦଳରେ ଆଟର୍ନି ଜେନେରାଲ ଅଭିଚାଇ ମେନଡେଲବିଟ୍‌ଙ୍କ ମୁହଁ ଉକ୍ତ ଫଟୋରେ ରହିଛି। ସେଥିରେ କ୍ୟାପ୍‌ଶନ ଲେଖାଯାଇଛି, ‘ଘୃଣ୍ୟ ବ୍ୟକ୍ତିମାନେ, ତୁମ ସ୍ଥାନ କେଉଁଠି ଜାଣ।’ ଭାରତୀୟମାନେ ଉକ୍ତ ଟୁଇଟ୍‌ ଦେଖିବା ପରେ ‘ଅତ୍ୟନ୍ତ ଅପମାନଜନକ’ ବୋଲି ଆପତ୍ତି ଉଠାଇଛନ୍ତି। ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ୟାଇର୍‌ ନିଜ କାର୍ଯ୍ୟ ପାଇଁ କ୍ଷମା ମାଗିଛନ୍ତି। ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି, ଇସ୍ରାଏଲ୍‌ର ସାମ୍ପ୍ରତିକ ରାଜନୀତିକୁ ସମାଲୋଚନା କରିବାକୁ ଯାଇ ସେ ଏପରି ବ୍ୟଙ୍ଗ କରିଥିଲେ। ହିନ୍ଦୁଧର୍ମ ସହିତ ଉକ୍ତ ଫଟୋର ସମ୍ପର୍କ ଥିବା ନେଇ ତାଙ୍କୁ ଜଣା ନ ଥିଲା। ଭାରତୀୟ ବନ୍ଧୁମାନଙ୍କ ପ୍ରତିକ୍ରିୟା ଆସିବା ପରେ ସେ ତାକୁ ହଟାଇ ଦେଇଥିବା ୟାଇର୍‌ ଏଥିରେ ଉଲ୍ଲେଖ କରିଛନ୍ତି। କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ଇସ୍ରାଏଲ ସରକାର ବିଫଳ ହୋଇଛନ୍ତି। ମେ’ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ଫଳରେ ଦେଶରେ ୨୧% ବେରୋଜଗାର ସମସ୍ୟା ବୃଦ୍ଧି ପାଇଛି। ଏଥିଯୋଗୁ ଦେଶର ଅର୍ଥନୀତି ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଥିବା ଦର୍ଶାଇ ଦେଶବାସୀ ବିକ୍ଷୋଭ କରୁଛନ୍ତି। ବିଗତ କିଛି ସପ୍ତାହ ଧରି ଇସ୍ରାଏଲ୍‌ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରଧାନମନ୍ତ୍ରଙ୍କ ଜେରୁଜେଲମ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଜେରୁଜେଲମ୍‌ର ଏକ କୋର୍ଟରେ ଚଳିତ ମାସରୁ ଦୁର୍ନୀତି ମାମଲା ଚାଲି ଥିବାବେଳେ ଏହି ବିକ୍ଷୋଭ ଆହୁରି ଉଗ୍ର ହୋଇଛି। ୨୦୨୧ ଜାନୁୟାରୀରୁ ଶୁଣାଣି ହେବାକୁ ଥିବା ମାମଲାଗୁଡ଼ିକରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବେଞ୍ଜାମିନ ନେତାନ୍ୟାହୁ ଖଣ୍ଡନ କରିବା ସହ ନିଜେ ଏକ ବିରାଟ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଦର୍ଶାଇଛନ୍ତି। ନେତାନ୍ୟାହୁଙ୍କ ପରିବାର ଜନସାଧାରଣଙ୍କ ବିକ୍ଷୋଭକୁ ଖୋଲାଖୋଲି ଭାବେ ସମାଲୋଚନା କରୁଛନ୍ତି। ନେତାନ୍ୟାହୁଙ୍କ ପୁଅ ୟାଇର୍‌ ସରକାରର କୌଣସି ପଦ ପଦବୀରେ ନ ଥାଇ ସୁଦ୍ଧା ବିକ୍ଷୋଭ ବିରୋଧରେ ନେତୃତ୍ୱ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri