ନେତାନ୍ୟାହୁଙ୍କ ଘାତକ ପ୍ଲାନ୍‌

ଜେରୁଜେଲମ୍‌,୨ା୧୧: ହମାସ୍‌ ସହ ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଏକ ଘାତକ ଯୋଜନା ପ୍ରଘଟ ହୋଇଛି। ସୂଚନାନୁସାରେ ଇସ୍ରାଏଲ ଗାଜାବାସୀଙ୍କୁ ଇଜିପ୍ଟର ସିନାଇ ଉପଦ୍ୱୀପକୁ ସ୍ଥାନାନ୍ତର ପାଇଁ ଯୋଜନା କରିଛି। ଇସ୍ରାଏଲର ଗୋଇନ୍ଦା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୦ ପୃଷ୍ଠା ସମ୍ବଳିତ ଏହି ବିବାଦୀୟ ଦସ୍ତାବିଜ ସମ୍ପର୍କରେ ଓ୍ବିକିଲିକ୍ସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଏକ୍ସ’ରେ ଏକ ପୋଷ୍ଟ କରାଯାଇଛି। ଲିକ୍‌ ଦସ୍ତାବିଜ ଯୋଗୁ ବଡ଼ ବିବାଦ ମୁଣ୍ଡ ଟେକିଛି।
ଦସ୍ତାବିଜ ଅନୁସାରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅଜାଣତରେ ଏପରି ଯୋଜନା କରାଯାଇପାରିବ ନାହିଁ। ଏଥିରେ ଗାଜାବାସୀଙ୍କୁ ଇଜିପ୍ଟର ସିନାଇକୁ ପଠାଇବା ପାଇଁ ପ୍ଲାନ୍‌ ହୋଇଥିବା ଉଲ୍ଲେଖ କରାଯାଇଛି। ଗାଜା ଉପରେ ସ୍ଥଳଭାଗରେ ଇସ୍ରାଏଲୀ ସୈନ୍ୟଙ୍କ ଆକ୍ରମଣ ପୂର୍ବରୁ ସେମାନଙ୍କୁ ପ୍ରଥମେ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଯିବାପାଇଁ ନିର୍ଦ୍ଦେଶ ଦିଆଯିବା ସମ୍ପର୍କରେ ଅବତାରଣା କରାଯାଇଛି। କେବଳ ଏତିକି ନୁହେଁ, ଆକ୍ରମଣ ବଢ଼ାଇବା ସହ ସେମାନଙ୍କୁ ସ୍ଥାନାନ୍ତର ହେବା ପାଇଁ ବାଧ୍ୟ କରାଯିବ। ସିନାଇର ଉତ୍ତର ଭାଗରେ ଗାଜାବାସୀଙ୍କ ପାଇଁ ଏକ ବସତି ସ୍ଥାପନ କରାଯିବ। ମେକୋମିଟ୍‌ ନାମକ ଏକ ହେବ୍ର୍ୟୁ ଓ୍ବେବ୍‌ସାଇଟ୍‌ରେ ପ୍ରଥମେ ଏହି ଦସ୍ତାବିଜ ଦେଖିବାକୁ ମିଳିଥିଲା। ଉକ୍ତ ଓ୍ବେବ୍‌ସାଇଟ୍‌ ଅନୁସାରେ ଏହି ଦସ୍ତାବିଜକୁ ଗୋଇନ୍ଦା ମନ୍ତ୍ରଣାଳୟର ଅନୁମୋଦନ ମିଳିଛି। ତେବେ ନେତାନ୍ୟାହୁଙ୍କ ଅଫିସ୍‌ ଏହାକୁ ଏକ କାଳ୍ପନିକ ବିଷୟ କହି ଖଣ୍ଡନ କରିଛି। ଇସ୍ରାଏଲ ଗାଜାର ସମସ୍ୟାକୁ ଇଜିପ୍ଟର ସମସ୍ୟାରେ ପରିଣତ କରିବାକୁ ଚାହୁଁଥିବା କାଏରୋ ମନେକରୁଛି। କାରଣ ଏତେ ବିସ୍ଥାପିତ ଲୋକ ସିନାଇରେ ସ୍ଥାୟୀ ବସତି ସ୍ଥାପନ କଲେ ତାହା ଇଜିପ୍ଟ ପାଇଁ ଆଉ ଏକ ସଙ୍କଟ ସୃଷ୍ଟି କରିବ। ଅନ୍ୟପକ୍ଷେ ଏହି ଯୋଜନା ଦ୍ୱାରା ଗାଜାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିବାକୁ ଇସ୍ରାଏଲ ଚାହୁଁଥିବା ପାଲେଷ୍ଟାଇନ୍‌ ସମାଲୋଚନା କରିଛି। ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ମୁଖ୍ୟ ମହମୁଦ୍‌ ଅବ୍ବାସ୍‌ଙ୍କ ମୁଖପାତ୍ର ନାଇବ ଅବୁ ରୁଦାଇନେହ କହିଛନ୍ତି, ଆମେ ଏପରି ଭାବେ ଲୋକଙ୍କୁ ଅନ୍ୟତ୍ର ପଠାଇବାକୁ ଚାହୁଁନାହୁଁ। ଏହି ଉଦ୍ୟମ ସଫଳ ହେଲେ ୧୯୪୮ରେ ଯାହା ଘଟିଥିଲା, ତା’ର ପୁନରାବୃତ୍ତି ହେବ। ପ୍ରକାଶ ଯେ, ୧୯୪୮ରେ ଇସ୍ରାଏଲ ଗଠନ ହେବା ପୂର୍ବରୁ ଚାଲିଥିବା ଯୁଦ୍ଧବେଳେ ପ୍ରାୟ ୭ ଲକ୍ଷ ପାଲେଷ୍ଟିନୀୟଙ୍କୁ ଘର ଛାଡ଼ି ଲେବାନନ୍‌, ସିରିଆ ଓ ଜୋର୍ଡାନକୁ ପଳାୟନ କରିବାକୁ ପଡ଼ିଥିଲା। ପଳାୟନକାରୀମାନେ ଫେରିପାରି ନ ଥିବାବେଳେ ସେହି ଅଞ୍ଚଳ ଏବେ ଇସ୍ରାଏଲ ଭୂଖଣ୍ଡ ପାଲଟିଛି।

୨୬ ଦିନରେ ଯୁଦ୍ଧ

ଯୁଦ୍ଧ ବୁଧବାର ୨୬ ଦିନରେ ପହଞ୍ଚତ୍ଥିବାବେଳେ ଗାଜା ସିଟିର ଦକ୍ଷିଣଭାଗରେ ପାଲେଷ୍ଟିନୀୟ ଫାଇଟର୍ସ ଏବଂ ଇସ୍ରାଏଲୀ ବଳ ମୁହଁ।ମୁହିଁ ହୋଇଛନ୍ତି। ଗାଜା ଷ୍ଟ୍ରିପ୍‌ର ୨.୩ ନିୟୁତ ଲୋକଙ୍କୁ ଇଜିପ୍ଟର ସିନାଇ ଉପଦ୍ୱୀପକୁ ପଠାଇବା ପାଇଁ ଇସ୍ରାଏଲ ଯୋଜନା କରିଛି। ଅନ୍ୟପକ୍ଷେ ଏହି ବିସ୍ଥାପନ ଯୋଜନାକୁ ହମାସ୍‌ ପ୍ରତ୍ୟାଖ୍ୟାନ କରିଛି।
ରକେଟ୍‌ ମାଡ଼ରେ ଆହତ ହୋଇଥିବା ୮୧ ଜଣ ପାଲେଷ୍ଟିନୀୟଙ୍କୁ ଚିକିତ୍ସା ପାଇଁ ଇଜିପ୍ଟ ନିଜ ଭୂଖଣ୍ଡକୁ ପ୍ରବେଶ ଅନୁମତି ଦେଇଛି। ଜବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲର ଆକ୍ରମଣକୁ ଇଜିପ୍ଟ ନିନ୍ଦା କରିବା ପରେ ଏହି ନିଷ୍ପତ୍ତି ନେଇଛି। ଜବାଲିଆ ଆକ୍ରମଣକୁ କାତାର, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ନିନ୍ଦା କରିଛନ୍ତି।
ମ୍ବସ୍ଫଉତ୍ତର ଗାଜାସ୍ଥିତ ଜବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲୀ ଆକ୍ରମଣରେ ପ୍ରାୟ ୪୦୦ ଜଣ ମୃତାହତ ହୋଇଥିବା ହମାସ୍‌ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୈନ୍ୟ ହମାସ୍‌ ବିରୋଧୀ ଅପରେଶନ୍‌କୁ ବ୍ୟାପକ କରିବାକୁ ଯାଇ ଟ୍ୟାଙ୍କ ସହ ଗାଜା ଷ୍ଟ୍ରିପ୍‌ର ଗୋଟିଏ ପଟୁ ୧୦ କି.ମି. ଓ ଅନ୍ୟ ଏକ ପଟୁ ୪୧ କି.ମି. ଭିତରକୁ ପ୍ରବେଶ କରିଛନ୍ତି।
ପାଇଁ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଗାଜାରେ ଅସ୍ତ୍ରବିରତି ଏବଂ ଇସ୍ରାଏଲୀ ଦଖଲ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି।
ଷ୍ଟ୍ରିପ୍‌ରେ ଇସ୍ରାଏଲର ସାମରିକ ଦମନକୁ ବୋଲିଭିଆ ନିନ୍ଦା କରିବା ସହ ଇସ୍ରାଏଲ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିଛି। ଏଥିସହ ଗାଜାକୁ ମାନବୀୟ ସହାୟତା ପ୍ରେରଣ କରାଯିବ ବୋଲି ବୋଲିଭିଆ ମିନିଷ୍ଟର ଅଫ୍‌ ପ୍ରେସିଡେନ୍ସି ମରିଆ ନେଲା ପ୍ରାଡା ଘୋଷଣା କରିଛନ୍ତି।
ମୃତ୍ୟୁସଂଖ୍ୟା ୮,୫୦୦ ଅତିକ୍ରମ କରିଥିବାବେଳେ ଅନ୍ୟ ୨ ଲାଟିନ୍‌ ଆମେରିକୀୟ ରାଷ୍ଟ୍ର କଲମ୍ବିଆ ଓ ଚିଲି ମଧ୍ୟ ଇସ୍ରାଏଲରୁ ନିଜ ନିଜ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛନ୍ତି।

ଇସ୍ରାଏଲକୁ ତୈଳ, ଖାଦ୍ୟ ଯୋଗାଅ ନାହିଁ

ଗାଜା ଷ୍ଟ୍ରିପ୍‌ରେ ବୋମାବର୍ଷା ବନ୍ଦ ଦାବିରେ ଇସ୍ରାଏଲକୁ ତୈଳ ଓ ଖାଦ୍ୟ ଯୋଗାଣ ବନ୍ଦ କରିବାକୁ ଇରାନ୍‌ ସୁପ୍ରିମଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ମୁସଲିମ୍‌ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଗାଜାରେ ଇହୁଦୀ ରାଷ୍ଟ୍ରର ବମ୍ବିଂ ତୁରନ୍ତ ବନ୍ଦ ହେବା ଜରୁରୀ ବୋଲି ଖାମେନେଇ କହିଛନ୍ତି। ପ୍ରକାଶ ଯେ, ଇସ୍ରାଏଲକୁ ଅକ୍ଟୋବର ୭ରେ ପ୍ରଥମେ ଆକ୍ରମଣ କରି ୧,୪୦୦ ଲୋକଙ୍କ ଜୀବନ ନେଇଥିବା ହମାସ୍‌ ଆତଙ୍କବାଦୀଙ୍କୁ ଇରାନ୍‌ ସମର୍ଥନ ଦେଇଆସୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri