ଜେରୁଜେଲମ୍,୨୫ା୪: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କ୍ୟାନ୍ସର ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଯାଞ୍ଚ ବେଳେ ତାଙ୍କର ଏକ ଛୋଟ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ସେ ପ୍ରଥମ ପର୍ଯ୍ୟାୟ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିବାରୁ ସଫଳତାର ସହ ଚିକିତ୍ସା କରାଇଥିବା ନେତାନ୍ୟାହୁ କହିଛନ୍ତି। ତାଙ୍କର ବାର୍ଷିକ ସ୍ବାସ୍ଥ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୨ ମାସ ପୂର୍ବରୁ ଏହା ଜଣାପଡ଼ିଥିଲେ ମଧ୍ୟ ଇରାନ ବିରୋଧରେ ଜୋର୍ଦାର ଯୁଦ୍ଧ ଚାଲିଥିବାରୁ ଖବର ପ୍ରକାଶରେ ବିଳମ୍ବ କରିବାକୁ ନେତାନ୍ୟାହୁ ନିର୍ଦ୍ଦେଶ ଦେଇଥିଲେ। ପ୍ରୋଷ୍ଟେଟ୍ କ୍ୟାନ୍ସରର ପ୍ରାରମ୍ଭିକ ଅବସ୍ଥାରେ ତାଙ୍କର ରେଡିଏଶନ ଥେରାପି ହୋଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା ନେତାନ୍ୟାହୁ କହିଛନ୍ତି। ତେବେ ଚିକିତ୍ସା କେବେ ହୋଇଥିଲା ସେ ସମ୍ପର୍କରେ ସେ କିଛି କହିନାହାନ୍ତି।