ଭୟରେ ଦେଶ ଛାଡ଼ି ପଳାଇଲେ ନେତାନ୍ୟାହୁ! ଇରାନ ଉପରେ ଆକ୍ରମଣ ରାଡାର୍‌ରେ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ପରିବାର

ନୂଆଦିଲ୍ଲୀ,୧୩।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ଇସ୍ରାଏଲ ଇରାନର ଅନେକ ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ଏଥିମଧ୍ୟରୁ ସବୁଠାରୁ ବଡ଼ ଆଘାତ ଇରାନର ନାଟାଞ୍ଜ ଏନରିଚମେଣ୍ଟ ଫାସିଲିଟିକୁ ଲାଗିଛି, ଯାହାକୁ ଏବେ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିବା କୁହାଯାଉଛି। ଇରାନର ପରମାଣୁ ଶକ୍ତି ମୁଖ୍ୟ ନିଜେ ନିଶ୍ଚିତ କରିଛନ୍ତି ଯେ, ନାଟାଞ୍ଜ ରିଆକ୍ଟର ଆଉ ସେଠାରେ ନାହିଁ।

ଇରାନ ଉପରେ ଆକ୍ରମଣ ମଧ୍ୟରେ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପରିବାର ଦେଶ ଛାଡି ଯାଇଥିବା ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସରକାରୀ ବିମାନ ୱିଙ୍ଗ ଅଫ ଜୋୟନ ବେନ ଗର୍‌ଭି ବିମାନବନ୍ଦରରୁ ଉଡ଼ାଣ କରୁଥିବା ଦେଖାଯାଇଛି। ଏହା ପରେ ହିଁ ଆଲୋଚନା ଆରମ୍ଭ ହୋଇଛି। ଏହି ବିମାନଟି କେଉଁଠିକୁ ଯାଉଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

୨୦୧୯ରେ, ବେଞ୍ଜାମିନ ନେତାନ୍ୟାହୁ ଆନୁଷ୍ଠାନିକ ଭାବରେ ଏହି ବିମାନ ଗ୍ରହଣ କରିଥିଲେ। ଏହି ବିମାନଟି ବୋଇଂ 767-300ER ମଡେଲର। ଏହାକୁ ଇସ୍ରାଏଲ ଆମେରିକାରୁ କିଣିଥିଲା। ନେତାନ୍ୟାହୁ ଏହି ବିମାନରେ ଯାତ୍ରା କରନ୍ତି।

ଇସ୍ରାଏଲ ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଆକ୍ରମଣ କରିବାକୁ ଶପଥ ନେଇଛନ୍ତି। ତାଙ୍କ ସରକାରୀ ବିବୃତ୍ତିରେ, ଖାମେନି କହିଛନ୍ତି ଯେ, ଯିହୁଦୀ ଶାସନକୁ ଏଥିପାଇଁ ଦଣ୍ଡ ଦିଆଯିବ। ଇରାନ ଏବେ ଏଥିପାଇଁ ପ୍ରସ୍ତୁତ ହେଉଛି। ଯେଉଁମାନେ ହତ୍ୟା ହୋଇଛନ୍ତି ସେମାନଙ୍କ ସ୍ଥାନରେ ନୂତନ ଲୋକ ତୁରନ୍ତ କାର୍ଯ୍ୟଭାର ନେବେ। ଆମେ ଆଗକୁ ରଣନୀତି ପ୍ରସ୍ତୁତ କରୁଛୁ। ଇସ୍ରାଏଲ ତା’ର ଇତିହାସରେ ସବୁଠାରୁ ବଡ଼ ଭୁଲ କରିଛି।

ଓମାନରେ ପରମାଣୁ ପ୍ରସଙ୍ଗରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ହେବାର ଥିଲା, କିନ୍ତୁ ନେତାନ୍ୟାହୁ ଆଲୋଚନା ପୂର୍ବରୁ ଇରାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର ଗୋଟିଏ ଦିନ ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ମୁଁ ଆକ୍ରମଣ ଚାହୁଁନାହିଁ, କିନ୍ତୁ ଇସ୍ରାଏଲ ପୂର୍ଣ୍ଣ ପ୍ରସ୍ତୁତି କରିଛି। କୁହାଯାଉଛି ଯେ, ଏହି ଆକ୍ରମଣ ନେତାନ୍ୟାହୁଙ୍କ ନିର୍ଦ୍ଦେଶରେ କରାଯାଇଛି।

ଏହି ଆକ୍ରମଣରେ ଇରାନର ସେନା ମୁଖ୍ୟଙ୍କ ମୃତ୍ୟୁ ହୋଇଛି। ଏହି କାରଣରୁ ନେତାନ୍ୟାହୁ ଏବଂ ତାଙ୍କ ପରିବାର ବର୍ତ୍ତମାନ ସିଧାସଳଖ ଇରାନର ରାଡାରରେ ଅଛନ୍ତି।

ଅକ୍ଟୋବର ୨୦୨୩ ଏବଂ ନଭେମ୍ବର ୨୦୨୪ରେ, ବେଞ୍ଜାମିନ ନେତାନ୍ୟାହୁଙ୍କ ଘର ଉପରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?